Judges 2:10 — Compare Translations

5 translations compared side by side

Odia - 1840
"ଏହାପରେ ପୂରା ପିଢି ମୃତ ହେଲା ଏବଂ ପର ପିଢି ସମାନଙ୍କେର ଉତ୍ତରାଧିକାରୀ ହେଲେ। ଏହି ନୂତନ ବଂଶଧର ସଦାପ୍ରଭୁଙ୍କୁ ଜାଣି ନ ଥିଲେ ଏମିତିକି ସମାନେେ ଜାଣିଲେ ନାହିଁ ଇଶ୍ରାୟେଲର ଲୋକମାନଙ୍କର କ'ଣ ସେ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସେହି କାଳର ସମସ୍ତ ଲୋକେ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେଲେ ଓ ଯେଉଁମାନେ ସଦାପ୍ରଭୁଙ୍କୁ ଜ୍ଞାତ ନୋହିଲେ, କି ଇସ୍ରାଏଲ ପକ୍ଷରେ ତାହାଙ୍କର କୃତକର୍ମ ଦେଖି ନ ଥିଲେ, ଏପରି ଲୋକେ ସେମାନଙ୍କ ଉତ୍ତାରେ ଉଠିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ପୂରା ପିଢ଼ି ମୃତ ହେଲେ ଏବଂ ପର ପିଢ଼ି ସେମାନଙ୍କର ଉତ୍ତରାଧିକାରୀ ହେଲେ। ଏହି ନୂତନ ବଂଶଧର ସଦାପ୍ରଭୁଙ୍କୁ ଜାଣି ନ ଥିଲେ ଏମିତିକି ସେମାନେ ଜାଣିଲେ ନାହିଁ ଇସ୍ରାଏଲର ଲୋକମାନଙ୍କର କ’ଣ ସେ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ସେହି ପିଢ଼ିର ସମସ୍ତ ଲୋକେ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେଲେ; ସେମାନଙ୍କ ପରେ ଯେଉଁ ପିଢ଼ିର ଲୋକମାନେ ସଦାପ୍ରଭୁଙ୍କୁ ଜାଣି ନ ଥିଲେ, କି ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କର କୃତ କର୍ମ ଦେଖି ନ ଥିଲେ, ଏପରି ଲୋକେ ସେମାନଙ୍କ ଉତ୍ତାରେ ଉଠିଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି ସେହି ପିଢ଼ିର ସମସ୍ତ ଲୋକେ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେଲେ; ସେମାନଙ୍କ ପରେ ଯେଉଁ ପିଢ଼ିର ଲୋକମାନେ ସଦାପ୍ରଭୁଙ୍କୁ ଜାଣି ନ ଥିଲେ, କି ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କର କୃତକର୍ମ ଦେଖି ନ ଥିଲେ, ଏପରି ଲୋକେ ସେମାନଙ୍କ ଉତ୍ତାରେ ଉଠିଲେ।