Judges 20:13 — Compare Translations

5 translations compared side by side

Odia - 1840
"ଗିବିଯାର କକ୍ସ୍ଟକର୍ମକାରୀମାନଙ୍କୁ ଆମ୍ଭମାନଙ୍କ ହସ୍ତ ରେ ବର୍ତ୍ତମାନ ସମର୍ପଣ କର, ଯାହାଫଳ ରେ ଆମ୍ଭମାନେେ ସମାନଙ୍କେୁ ହତ୍ଯା କରି ପାରିବକ୍ସ୍ଟ ଏବଂ ଇଶ୍ରାୟେଲରକ୍ସ୍ଟ ଦକ୍ସ୍ଟଷ୍ଟତା ଦୂର କରିଦବେକ୍ସ୍ଟ। "
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏବେ ତୁମ୍ଭେମାନେ ସେହି ଗିବୀୟାର ପାପାଧମ ସନ୍ତାନମାନଙ୍କୁ ସମର୍ପଣ କର, ତହିଁରେ ଆମ୍ଭେମାନେ ସେମାନଙ୍କୁ ବଧ କରି ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବା । ମାତ୍ର ବିନ୍ୟାମୀନ ଆପଣା ଭ୍ରାତା ଇସ୍ରାଏଲ-ସନ୍ତାନଗଣର ରବ ଶୁଣିବାକୁ ସମ୍ମତ ହେଲେ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ଗିବିୟାର କୁକର୍ମକାରୀମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ବର୍ତ୍ତମାନ ସମର୍ପଣ କର, ଯାହାଫଳରେ ଆମ୍ଭେମାନେ ସେମାନଙ୍କୁ ହତ୍ୟା କରି ପାରିବୁ ଏବଂ ଇସ୍ରାଏଲରୁ ଦୁଷ୍ଟତା ଦୂର କରିଦେବୁ।” ମାତ୍ର ବିନ୍ୟାମୀନ ଆପଣା ସମ୍ପର୍କୀୟ ଇସ୍ରାଏଲ ଲୋକମାନଙ୍କର କଥା ଅନୁସାରେ ସମ୍ମତ ହେଲେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏବେ ତୁମ୍ଭେମାନେ ସେହି ଗିବୀୟାର ଦୁଷ୍ଟ ଲୋକମାନଙ୍କୁ ସମର୍ପଣ କର, ତହିଁରେ ଆମ୍ଭେମାନେ ସେମାନଙ୍କୁ ବଧ କରି ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବା।” ମାତ୍ର ବିନ୍ୟାମୀନ୍ ଆପଣା ଭ୍ରାତା ଇସ୍ରାଏଲ-ସନ୍ତାନଗଣର ରବ ଶୁଣିବାକୁ ସମ୍ମତ ହେଲେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଏବେ ତୁମ୍ଭେମାନେ ସେହି ଗିବୀୟାର ଦୁଷ୍ଟ ଲୋକମାନଙ୍କୁ ସମର୍ପଣ କର, ତହିଁରେ ଆମ୍ଭେମାନେ ସେମାନଙ୍କୁ ବଧ କରି ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବା। ମାତ୍ର ବିନ୍ୟାମୀନ୍ ଆପଣା ଭ୍ରାତା ଇସ୍ରାଏଲ ସନ୍ତାନଗଣର ରବ ଶୁଣିବାକୁ ସମ୍ମତ ହେଲେ ନାହିଁ।