Judges 20:48 — Compare Translations
5 translations compared side by side
Odia - 1840
"ଇଶ୍ରାୟେଲର ସୈନ୍ଯମାନେ ବିନ୍ଯାମୀନର ଦେଶକକ୍ସ୍ଟ ଫରେିଗଲେ। ସମାନେେ ପ୍ରେତ୍ୟକକ ସହରର ପ୍ରେତ୍ୟକକ ଲୋକମାନଙ୍କୁ ହତ୍ଯା କଲେ, ଯେଉଁମାନଙ୍କୁ ସମାନେେ ଭଟେିଲେ। ସମାନେେ ପଶକ୍ସ୍ଟମାନଙ୍କୁ ହତ୍ଯା କଲେ ଓ ସମାନଙ୍କେର ସମ୍ମକ୍ସ୍ଟଖ ରେ ଯାହା ପଡିଲା ସଗେୁଡିକୁ ସମାନେେ ଧ୍ବଂସ କଲେ। ପକ୍ସ୍ଟଣି ସମାନେେ ଯେଉଁ ସହର ରେ ପ୍ରବେଶ କଲେ ତାକକ୍ସ୍ଟ ଅଗ୍ନି ରେ ପୋଡି଼ ପକାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ଇସ୍ରାଏଲୀୟ ଲୋକମାନେ ବିନ୍ୟାମୀନ-ସନ୍ତାନଗଣର ପ୍ରତିକୂଳରେ ଫେରି ସମୁଦାୟ ନଗର ଓ ପଶୁ ଓ ଯାହା କିଛି ପାଇଲେ, ସେସବୁକୁ ଖଡ଼୍ଗଧାରରେ ଆଘାତ କଲେ; ଆହୁରି ସେମାନେ ଯେତେ ନଗର ପାଇଲେ, ସେସବୁରେ ଅଗ୍ନି ଲଗାଇଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଇସ୍ରାଏଲର ସୈନ୍ୟମାନେ ବିନ୍ୟାମୀନର ଦେଶକୁ ଫେରିଗଲେ। ସେମାନେ ପ୍ରତ୍ୟେକ ସହରର ପ୍ରତ୍ୟେକ ଲୋକମାନଙ୍କୁ ହତ୍ୟା କଲେ, ଯେଉଁମାନଙ୍କୁ ସେମାନେ ଭେଟିଲେ। ସେମାନେ ପଶୁମାନଙ୍କୁ ହତ୍ୟା କଲେ ଓ ସେମାନଙ୍କର ସମ୍ମୁଖରେ ଯାହା ପଡ଼ିଲା ସେଗୁଡ଼ିକୁ ସେମାନେ ଧ୍ୱଂସ କଲେ। ପୁଣି ସେମାନେ ଯେଉଁ ସହରରେ ପ୍ରବେଶ କଲେ ତାକୁ ଅଗ୍ନିରେ ପୋଡ଼ି ପକାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ଇସ୍ରାଏଲୀୟ ଲୋକମାନେ ବିନ୍ୟାମୀନ୍-ସନ୍ତାନଗଣର ବିରୁଦ୍ଧରେ ଫେରି ସମୁଦାୟ ନଗର ଓ ପଶୁ ଓ ଯାହା କିଛି ପାଇଲେ, ସେସବୁକୁ ଖଡ୍ଗଧାରରେ ଆଘାତ କଲେ; ଆହୁରି ସେମାନେ ଯେତେ ନଗର ପାଇଲେ, ସେସବୁରେ ଅଗ୍ନି ଲଗାଇଲେ।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ଇସ୍ରାଏଲୀୟ ଲୋକମାନେ ବିନ୍ୟାମୀନ୍ ସନ୍ତାନଗଣର ବିରୁଦ୍ଧରେ ଫେରି ସମୁଦାୟ ନଗର ଓ ପଶୁ ଓ ଯାହା କିଛି ପାଇଲେ, ସେସବୁକୁ ଖଡ୍ଗଧାରରେ ଆଘାତ କଲେ; ଆହୁରି ସେମାନେ ଯେତେ ନଗର ପାଇଲେ, ସେସବୁରେ ଅଗ୍ନି ଲଗାଇଲେ।