Judges 7:24 — Compare Translations

5 translations compared side by side

Odia - 1840
"ଏହାପରେ ଗିଦ୍ଦିୟୋନ ପର୍ବତମଯ ଦେଶ ଇଫ୍ରଯିମକକ୍ସ୍ଟ ଦୂତମାନଙ୍କୁ ପଠାଇଲେ। ଦୂତଗଣ କହିଲେ, ଓହ୍ଲାଇ ଆସ ଏବଂ ମିଦିଯନୀମାନଙ୍କ ସୈନ୍ଯଗଣକକ୍ସ୍ଟ ଆକ୍ରମଣ କର। ୟର୍ଦ୍ଦନ ନଦୀ ଓ ବୈଥ୍-ବାରା ପର୍ୟ୍ଯନ୍ତ ନିଜ ନିଯନ୍ତ୍ରଣକକ୍ସ୍ଟ ଆଣ। ମିଦିଯନୀଯମାନେ ସଠାେରେ ପହଞ୍ଚିବା ପୂର୍ବରକ୍ସ୍ଟ ଏପରି କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଗିଦିୟୋନ୍ ଇଫ୍ରୟିମର ପର୍ବତମୟ ସମସ୍ତ ଦେଶର ଚାରିଆଡ଼େ ଏହି କଥା କହିବାକୁ ଦୂତ ପଠାଇଲେ, ମିଦୀୟନ ପ୍ରତିକୂଳରେ ଓହ୍ଲାଇ ଆସ ଓ ସେମାନଙ୍କ ଆଗେ ବୈଥ୍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କର; ତହିଁରେ ଇଫ୍ରୟିମର ସମସ୍ତ ଲୋକ ଏକତ୍ରିତ ହୋଇ ବୈଥ୍ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ଗିଦିୟୋନ ପର୍ବତମୟ ଦେଶ ଇଫ୍ରୟିମକୁ ଦୂତମାନଙ୍କୁ ପଠାଇଲେ। ଦୂତଗଣ କହିଲେ, “ଓହ୍ଲାଇ ଆସ ଏବଂ ମିଦିୟନୀମାନଙ୍କ ସୈନ୍ୟଗଣକୁ ଆକ୍ରମଣ କର। ଯର୍ଦ୍ଦନ ନଦୀ ଓ ବୈଥ୍-ବାରା ପର୍ଯ୍ୟନ୍ତ ନିଜ ନିୟନ୍ତ୍ରଣକୁ ଆଣ। ମିଦିୟନୀୟମାନେ ସେଠାରେ ପହଞ୍ଚିବା ପୂର୍ବରୁ ଏପରି କର।” ତେଣୁ ସେମାନେ ଇଫ୍ରୟିମର ଲୋକମାନଙ୍କୁ ଏକତ୍ରିତ କଲେ। ସେମାନେ ବୈଥେ-ବାରା ଅଞ୍ଚଳ ପର୍ଯ୍ୟନ୍ତ ନିୟନ୍ତ୍ରଣ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ଗିଦିୟୋନ୍‍ ଇଫ୍ରୟିମର ପର୍ବତମୟ ସମସ୍ତ ଦେଶର ଚାରିଆଡ଼େ ଏହି କଥା କହିବାକୁ ଦୂତ ପଠାଇଲେ, “ମିଦୀୟନ ବିରୁଦ୍ଧରେ ଓହ୍ଲାଇ ଆସ ଓ ସେମାନଙ୍କ ଆଗେ ବେଥ୍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କର;” ତହିଁରେ ଇଫ୍ରୟିମର ସମସ୍ତ ଲୋକ ଏକତ୍ରିତ ହୋଇ ବେଥ୍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି ଗିଦିୟୋନ୍‍ ଇଫ୍ରୟିମର ପର୍ବତମୟ ସମସ୍ତ ଦେଶର ଚାରିଆଡ଼େ ଏହି କଥା କହିବାକୁ ଦୂତ ପଠାଇଲେ, ମିଦୀୟନ ବିରୁଦ୍ଧରେ ଓହ୍ଲାଇ ଆସ ଓ ସେମାନଙ୍କ ଆଗେ ବେଥ୍ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କର; ତହିଁରେ ଇଫ୍ରୟିମର ସମସ୍ତ ଲୋକ ଏକତ୍ରିତ ହୋଇ ବେଥ୍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କଲେ।