Leviticus 20:25 — Compare Translations

5 translations compared side by side

Odia - 1840
"ତେଣୁ ତୁମ୍ଭମାନେେ ଶୁଚି-ଅଶୁଚି ପଶୁ ଓ ଶୁଚି ଅଶୁଚି ପକ୍ଷୀ ମଧିଅରେ ପ୍ରଭଦେ ଜାଣିବ। କୌଣସି ଅଶୁଚି ପଶୁ କିମ୍ବା ପକ୍ଷୀ ଭୋଜନ କରିବ ନାହିଁ ଓ ଉ ରୋଗମୀ ପ୍ରାଣୀ ମଧ୍ଯ ଖାଇବ ନାହିଁ। ଆମ୍ଭେ ସଗେୁଡିକୁ ଘୃଣା ଯୋଗ୍ଯ କରିଅଛୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ତୁମ୍ଭେମାନେ ଶୁଚି-ଅଶୁଚି ପଶୁ ଓ ଶୁଚି-ଅଶୁଚି ପକ୍ଷୀ ମଧ୍ୟରେ ପୃଥକ କରିବ; ଆମ୍ଭେ ଯେ ଯେ ପଶୁ ଓ ପକ୍ଷୀ ଓ ଭୂଚର ଜନ୍ତୁକୁ ଅଶୁଚି ବୋଲି ତୁମ୍ଭମାନଙ୍କଠାରୁ ପୃଥକ କରିଅଛୁ, ତଦ୍ଦ୍ଵାରା ଆପଣା ଆପଣା ପ୍ରାଣକୁ ଘୃଣାଯୋଗ୍ୟ କରିବ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ତୁମ୍ଭେମାନେ ଶୁଚି-ଅଶୁଚି ପଶୁ ଓ ଶୁଚି-ଅଶୁଚି ପକ୍ଷୀ ମଧ୍ୟରେ ପ୍ରଭେଦ ଜାଣିବ। କୌଣସି ଅଶୁଚି ପଶୁ କିମ୍ବା ପକ୍ଷୀ ଭୋଜନ କରିବ ନାହିଁ ଓ ଉରୋଗାମୀ ପ୍ରାଣୀ ମଧ୍ୟ ଖାଇବ ନାହିଁ। ଆମ୍ଭେ ସେଗୁଡ଼ିକୁ ଘୃଣାଯୋଗ୍ୟ କରିଅଛୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହେତୁ ତୁମ୍ଭେମାନେ ଶୁଚି ଓ ଅଶୁଚି ପଶୁ ପୁଣି ଶୁଚି ଓ ଅଶୁଚି ପକ୍ଷୀ ମଧ୍ୟରେ ପୃଥକ କରିବ; ଆମ୍ଭେ ଯେଉଁ ଯେଉଁ ପଶୁ, ପକ୍ଷୀ ଓ ଭୂଚର ଜନ୍ତୁକୁ ଅଶୁଚି ବୋଲି ତୁମ୍ଭମାନଙ୍କଠାରୁ ପୃଥକ କରିଅଛୁ, ତଦ୍ଦ୍ୱାରା ଆପଣା ଆପଣା ପ୍ରାଣକୁ ଘୃଣାଯୋଗ୍ୟ କରିବ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଏହେତୁ ତୁମ୍ଭେମାନେ ଶୁଚି ଓ ଅଶୁଚି ପଶୁ ପୁଣି ଶୁଚି ଓ ଅଶୁଚି ପକ୍ଷୀ ମଧ୍ୟରେ ପୃଥକ୍ କରିବ; ଆମ୍ଭେ ଯେଉଁ ଯେଉଁ ପଶୁ, ପକ୍ଷୀ ଓ ଭୂଚର ଜନ୍ତୁକୁ ଅଶୁଚି ବୋଲି ତୁମ୍ଭମାନଙ୍କଠାରୁ ପୃଥକ୍ କରିଅଛୁ, ତଦ୍ଦ୍ୱାରା ଆପଣା ଆପଣା ପ୍ରାଣକୁ ଘୃଣାଯୋଗ୍ୟ କରିବ ନାହିଁ।