Leviticus 25:28 — Compare Translations
5 translations compared side by side
Odia - 1840
"ତବେେ ସେ ଯାହା ବିକ୍ରଯ କରିଅଛି ତାହା ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ କ୍ରଯକର୍ତ୍ତା ହସ୍ତ ରେ ରହିବ। ପୁଣି ତାହା ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହବେ ଓ ପୁନର୍ବାର ସେ ପ୍ରକୃତ ଲୋକର ଅଧିକାରକୁ ଫରେିୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ଯେବେ ସେ ତାହା ଫେରାଇ ନେବାକୁ ଅସମର୍ଥ ହୁଏ, ତେବେ ସେ ଯାହା ବିକିଅଛି, ତାହା ଯୋବେଲ ପର୍ଯ୍ୟନ୍ତ କ୍ରୟକର୍ତ୍ତାର ହସ୍ତରେ ରହିବ; ପୁଣି, ତାହା ଯୋବେଲ ସମୟରେ ମୁକ୍ତ ହେବ ଓ ସେ ପୁନର୍ବାର ଆପଣା ଅଧିକାରକୁ ଫେରିଯିବ ।
Odia Bible ERV 2004 (ପବିତ୍ର ବାଇବଲ)
ଯେବେ ସେ ଲୋକ ନିଜର ଅଧିକାର ଫେରାଇ ନେବାକୁ ଯଥେଷ୍ଟ ଅର୍ଥ ନ ପାଏ, ତେବେ ସେ ଯାହା ବିକ୍ରୟ କରିଅଛି ତାହା ମହୋଲ୍ଲାସ-ଉତ୍ସବ ବର୍ଷ ପର୍ଯ୍ୟନ୍ତ କ୍ରୟକର୍ତ୍ତା ହସ୍ତରେ ରହିବ। ପୁଣି ତାହା ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେବ ଓ ପୁନର୍ବାର ସେ ପ୍ରକୃତ ଲୋକର ଅଧିକାରକୁ ଫେରିଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ଯଦି ସେ ତାହା ଫେରାଇ ନେବାକୁ ଅସମର୍ଥ ହୁଏ, ତେବେ ସେ ଯାହା ବିକ୍ରୟ କରିଅଛି, ତାହା ଯୋବେଲ ପର୍ଯ୍ୟନ୍ତ କ୍ରୟକର୍ତ୍ତାର ହସ୍ତରେ ରହିବ; ପୁଣି, ତାହା ଯୋବେଲ ସମୟରେ ମୁକ୍ତ ହେବ ଓ ସେ ପୁନର୍ବାର ଆପଣା ଅଧିକାରକୁ ଫେରିଯିବ।
Odia IRV 2017 (ଓଡିଆ ବାଇବେଲ)
ମାତ୍ର ଯଦି ସେ ତାହା ଫେରାଇ ନେବାକୁ ଅସମର୍ଥ ହୁଏ, ତେବେ ସେ ଯାହା ବିକ୍ରୟ କରିଅଛି, ତାହା ଯୁବ୍ଲୀ ପର୍ଯ୍ୟନ୍ତ କ୍ରୟକର୍ତ୍ତାର ହସ୍ତରେ ରହିବ; ପୁଣି, ତାହା ଯୁବ୍ଲୀ ସମୟରେ ମୁକ୍ତ ହେବ ଓ ସେ ପୁନର୍ବାର ଆପଣା ଅଧିକାରକୁ ଫେରିଯିବ।