Luke 1:13 — Compare Translations

7 translations compared side by side

Odia - 1840
"କିନ୍ତୁ ସ୍ବର୍ଗଦୁତ ତାହାଙ୍କୁ କହିଲେ, ଜିଖରିୟ! ଭୟ କରନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ବର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭମାନେେ ତାହାର ନାମ ଯୋହନ ରଖିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଦୂତ ତାଙ୍କୁ କହିଲେ, ଜିଖରୀୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି, ଆଉ ତୁମ୍ଭର ଭାର୍ଯ୍ୟା ଏଲୀଶାବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ପୁଣି ତୁମ୍ଭେ ତାହାର ନାମ ଯୋହନ ଦେବ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ସ୍ୱର୍ଗଦୂତ ତାଙ୍କୁ କହିଲେ, “ଜିଖରିୟ, ଭୟ କର ନାହିଁ। ଈଶ୍ୱର ତୁମ ପ୍ରାର୍ଥନା ଶୁଣିଛନ୍ତି, ତୁମ ସ୍ତ୍ରୀ ଏଲିଶାବେଥ୍ ଏକ ପୁତ୍ର ପ୍ରସବ କରିବେ। ତୁମେ ତାହାଙ୍କ ନାମ ଯୋହନ ଦେବ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ସ୍ୱର୍ଗଦୁତ ତାହାଙ୍କୁ କହିଲେ, “ଜିଖରିୟ! ଭୟ କର ନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ୱର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭେମାନେ ତାହାର ନାମ ଯୋହନ ରଖିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଦୂତ ତାହାଙ୍କୁ କହିଲେ, ଜିଖରୀୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି, ଆଉ ତୁମ୍ଭର ଭାର୍ଯ୍ୟା ଏଲୀଶାବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ପୁଣି, ତୁମ୍ଭେ ତାହାର ନାମ ଯୋହନ ଦେବ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଦୂତ ତାଙ୍କୁ କହିଲେ, ଜିଖରୀୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି, ଆଉ ତୁମ୍ଭର ଭାର୍ଯ୍ୟା ଏଲୀଶାବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ପୁଣି, ତୁମ୍ଭେ ତାହାର ନାମ ଯୋହନ ଦେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ, ದೆವಾಚ್ಯಾ ದುತಾನ್ ಜೆಕರಿಯಾಕ್ “ಜೆಕರಿಯಾ ಭಿಂವ್‍ನಕ್ಕೊ! ದೆವಾನ್ ತುಜಿ ಮಾಗ್ನಿ ಆಯಿಕ್ಲ್ಯಾನಾಯ್. ತುಜಿ ಬಾಯ್ಕೊ ಎಲಿಜಾಬೆತ್ ಎಕ್ ಲೆಕಾಕ್ ಜಲಮ್ ದಿತಾ,ತುಮಿ ತೆಕಾ ಜುವಾಂವ್ ಮನುನ್ ನಾವ್ ಥವ್ಚೆ.