Luke 10:22 — Compare Translations
7 translations compared side by side
Odia - 1840
" ମାରେ ପରମପିତା ମାେତେ ସବୁକିଛି ଦଇେଛନ୍ତି। ପୁତ୍ର କିଏ ଏହା ପରମପିତାଙ୍କ ବ୍ଯତୀତ ଅନ୍ୟ କହେି ଜାଣନ୍ତି ନାହିଁ। ଏବଂ ପରମପିତା କିଏ ଏହା ପୁତ୍ରଙ୍କ ଛଡା କହେି ଜାଣନ୍ତି ନାହିଁ। କବଳେ ସହେିମାନେ ପରମପିତାଙ୍କ ବିଷୟ ରେ ଜାଣିପାରିବେ, ଯେଉଁମାନଙ୍କୁ ତାହା ଜଣାଇବା ନିମନ୍ତେ ପୁତ୍ର ସ୍ବଯଂ ବାଛିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋʼଠାରେ ସମର୍ପିତ ହୋଇଅଛି; ଆଉ, ପୁତ୍ର କିଏ, ଏହା ପିତାଙ୍କ ବିନା କେହି ଜାଣେ ନାହିଁ, ପୁଣି ପିତା କିଏ, ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ମୋର ପିତା ମୋତେ ସମସ୍ତ ବିଷୟ ଦେଇଛନ୍ତି। ପୁତ୍ର କିଏ, ପିତାଙ୍କ ଛଡ଼ା ଆଉ କିଏ ଜାଣେ ନାହିଁ ଏବଂ ପିତା କିଏ, ପୁତ୍ରଙ୍କ ଛଡ଼ା ଓ ପୁତ୍ର ଯେଉଁମାନଙ୍କଠାରେ ପ୍ରକାଶ କରିବାକୁ ଚାହାନ୍ତି, ସେମାନଙ୍କ ଛଡ଼ା ଆଉ କେହି ଜାଣେ ନାହିଁ।”
Odia Bible ERV 2004 (ପବିତ୍ର ବାଇବଲ)
“ମୋର ପରମପିତା ମୋତେ ସବୁକିଛି ଦେଇଛନ୍ତି। ପୁତ୍ର କିଏ ଏହା ପରମପିତାଙ୍କ ବ୍ୟତୀତ ଅନ୍ୟ କେହି ଜାଣନ୍ତି ନାହିଁ। ଏବଂ ପରମପିତା କିଏ ଏହା ପୁତ୍ରଙ୍କ ଛଡ଼ା କେହି ଜାଣନ୍ତି ନାହିଁ। କେବଳ ସେହିମାନେ ପରମପିତାଙ୍କ ବିଷୟରେ ଜାଣି ପାରିବେ, ଯେଉଁମାନଙ୍କୁ ତାହା ଜଣାଇବା ନିମନ୍ତେ ପୁତ୍ର ସ୍ୱୟଂ ବାଛିବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ମୋହର ପିତାଙ୍କ ଅଧିକାରର ସମସ୍ତ ବିଷୟ ମୋʼ ଠାରେ ସମର୍ପିତ ହୋଇଅଛି; ଆଉ, ପୁତ୍ର କିଏ, ଏହା ପିତାଙ୍କ ବିନା କେହି ଜାଣେ ନାହିଁ, ପୁଣି, ପିତା କିଏ, ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ।”
Odia IRV 2017 (ଓଡିଆ ବାଇବେଲ)
ମୋହର ପିତାଙ୍କ ଅଧିକାରର ସମସ୍ତ ବିଷୟ ମୋ’ଠାରେ ସମର୍ପିତ ହୋଇଅଛି; ଆଉ, ପୁତ୍ର କିଏ, ଏହା ପିତାଙ୍କ ବିନା କେହି ଜାଣେ ନାହିଁ, ପୁଣି, ପିତା କିଏ, ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಮಾಜ್ಯಾ ಬಾಬಾನ್ ಮಾಕಾ ಸಗ್ಳೆ ದಿಲ್ಯಾನಾಯ್,ಬಾಬಾಕ್ ಸೊಡುನ್ ಕೊನಾಕ್ಬಿ ಲೆಕ್ ಕೊನ್ ಮನುನ್ ಗೊತ್ತ್ ನಾ, ಬಾಬಾ ಕೊನ್ ಮನುನ್ ಲೆಕಾಕ್ ಅನಿ ತೆನಿ ಎಚುನ್ ಕಾಡುನ್, ಹೆಚ್ಯಾ ವಿಶಯಾತ್ ಸಾಂಗಲ್ಲ್ಯಾಕ್ನಿ ಸೊಡುನ್ ಕೊನಾಕ್ಬಿ ಗೊತ್ತ್ ನಾ”, ಮಟ್ಲ್ಯಾನ್.