Luke 10:35 — Compare Translations

7 translations compared side by side

Odia - 1840
"ତା'ପରଦିନ ଶମିରୋଣୀୟ ଲୋକ ଜଣକ ଦୁଇଟି ରୂପାମୁଦ୍ରା ବାହାର କଲେ। ସେ ତାହା ପ୍ରାନ୍ଥଶାଳାର ଦାଯିତ୍ବ ରେ ଥିବା ଲୋକଟିକୁ ଦଇେ କହିଲେ, 'ଏହି ଆହତ ଲୋକଟିର ଯତ୍ନ ନବେ। ତା' ପାଇଁ ଯଦି ଆଉ ଅଧିକ ଟଙ୍କା ଖର୍ଚ୍ଚ ହୁଏ, ମୁଁ ଫରେିଲା ବେଳେ ତୁମ୍ଭକୁ ସତକେ ପରିଶାଧେ କରି ଦବେି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁ ଆରଦିନ ସେ ଦୁଇଟି ଟଙ୍କା ବାହାର କରି ପାନ୍ଥଶାଳାର କର୍ତ୍ତାଙ୍କୁ ଦେଇ କହିଲେ, ଏହାର ସେବାଶୁଶ୍ରୂଷା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ବାହୁଡ଼ି ଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ ପରଦିନ ସେ ଦୁଇଟି ରୌପ୍ୟ ମୁଦ୍ରା ପାନ୍ଥଶାଳାର ମାଲିକକୁ ଦେଇ କହିଲେ, “ତାଙ୍କର ଯତ୍ନ ନିଅ। ମୁଁ ଯେତେବେଳେ ଏହି ବାଟ ଦେଇ ଫେରିବି, ତୁମେ ତାଙ୍କ ପାଇଁ ଯାହା ଖର୍ଚ୍ଚ କରିଥିବ, ତୁମକୁ ଦେଇ ଦେବି’।”
Odia Bible ERV 2004 (ପବିତ୍ର ବାଇବଲ)
ତା’ ପରଦିନ ଶମିରୋଣୀୟ ଲୋକ ଜଣକ ଦୁଇଟି ରୂପାମୁଦ୍ରା ବାହାର କଲେ। ସେ ତାହା ପାନ୍ଥଶାଳାର ଦାୟିତ୍ୱରେ ଥିବା ଲୋକଟିକୁ ଦେଇ କହିଲେ, ‘ଏହି ଆହତ ଲୋକଟିର ଯତ୍ନ ନେବ। ତା’ ପାଇଁ ଯଦି ଆଉ ଅଧିକ ଟଙ୍କା ଖର୍ଚ୍ଚ ହୁଏ, ମୁଁ ଫେରିଲା ବେଳେ ତୁମ୍ଭକୁ ସେତକ ପରିଶୋଧ କରିଦେବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁ ଆରଦିନ ସେ ଦୁଇଟି ରୌପ୍ୟ-ମୁଦ୍ରା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ, ‘ଏହାର ସେବା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି।’”
Odia IRV 2017 (ଓଡିଆ ବାଇବେଲ)
ତହିଁ ଆରଦିନ ସେ ଦୁଇଟି ଟଙ୍କା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ, ଏହାର ସେବା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದುಸ್ರ್ಯಾ ದಿಸಿ ತ್ಯಾ ಘರಾಚ್ಯಾ ಧನಿಯಾಕ್, ದೊನ್ ಚಾಂದಿಚೆ ಪೈಸೆ ದಿಲ್ಯಾನ್, ಅನಿ “ತೆಕಾ ಬರೆ ಕರುನ್ ಬಗಾ ಅನಿ ಜಾಸ್ತಿ ಖರಚ್ ಹೊಲ್ಯಾರ್, ಮಿಯಾ ಹ್ಯಾ ವಾಟೆನ್ ಯೆಲ್ಲ್ಯಾ ತನ್ನಾ ತುಮ್ಕಾ ಹಾನುನ್ ದಿತಾ” ಮನುನ್ ಸಾಂಗುನ್ ಗೆಲೊ.