Luke 11:24 — Compare Translations

7 translations compared side by side

Odia - 1840
"ଯେତବେେଳେ କୌଣସି ଭୂତ କୌଣସି ମଣିଷ ଦହରେୁ ବାହାରି ଆ ସେ, ସେତବେେଳେ ସହେି ଆତ୍ମା ବିଶ୍ରାମ ସ୍ଥାନ ଖାଜେି ଖାଜେି ଶୁଖିଲା ଜାଗାସବୁ ରେ ବୁଲେ। କିନ୍ତୁ ସେ ବିଶ୍ରାମ ନବେକେୁ ଜାଗା ଟିକିଏ ନ ପାଇଲେ କୁ ହେ, 'ମୁଁ ଯେଉଁଠାରୁ ଆସିଛି, ପୁଣି ସହେି ଘରକୁ ଫରେିୟିବି।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଗଲା ଉତ୍ତାରେ ଜଳଶୂନ୍ୟ ସ୍ଥାନସବୁ ଭ୍ରମଣ କରି ବିଶ୍ରାମ ଖୋଜେ, ଆଉ ତାହା ନ ପାଇ କହେ, ମୁଁ ଯେଉଁ ଘରୁ ବାହାରି ଆସିଥିଲି, ମୋର ସେହି ଘରକୁ ବାହୁଡ଼ିଯିବି;
Odia BSI (ପବିତ୍ର ବାଇବଲ (CL) NT (BSI))
“ଯେତେବେଳେ ଜଣେ ଲୋକଠାରୁ ଭୂତ ବାହାରି ଯାଏ, ସେ ଶୁଷ୍କ ଅଞ୍ଚଳ ଉପରେ ବିଶ୍ରାମ ସ୍ଥାନ ପାଇଁ ଘୂରି ବୁଲେ। ଯଦି ସେହିପରି ଗୋଟିଏ ସ୍ଥାନ ପାଏ ନାହିଁ ସେ କହେ, ‘ମୁଁ ମୋ’ ଘରକୁ ଫେରିଯିବି।’
Odia Bible ERV 2004 (ପବିତ୍ର ବାଇବଲ)
ଶୂନ୍ୟ ମଣିଷ “ଯେତେବେଳେ କୌଣସି ଭୂତ କୌଣସି ମଣିଷ ଦେହରୁ ବାହାରି ଆସେ, ସେତେବେଳେ ସେହି ଆତ୍ମା ବିଶ୍ରାମ ସ୍ଥାନ ଖୋଜି ଖୋଜି ଶୁଖିଲା ଜାଗାସବୁରେ ବୁଲେ। କିନ୍ତୁ ସେ ବିଶ୍ରାମ ନେବାକୁ ଜାଗା ଟିକିଏ ନ ପାଇଲେ କୁହେ, ‘ମୁଁ ଯେଉଁଠାରୁ ଆସିଛି, ପୁଣି ସେହି ଘରକୁ ଫେରିଯିବି।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଯିବା ପରେ ବିଶ୍ରାମ କରିବା ପାଇଁ ଜଳ ନ ଥିବା ସ୍ଥାନ ସବୁ ଭ୍ରମଣ କରି ଖୋଜେ, ଆଉ ତାହା ନ ପାଇ କହେ, ମୁଁ ଯେଉଁ ଘରୁ ବାହାରି ଆସିଥିଲି, ‘ମୋହର ସେହି ଘରକୁ ଫେରିଯିବି;’
Odia IRV 2017 (ଓଡିଆ ବାଇବେଲ)
ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଯିବା ପରେ ବିଶ୍ରାମ କରିବା ପାଇଁ ଜଳ ନ ଥିବା ସ୍ଥାନ ସବୁ ଭ୍ରମଣ କରି ଖୋଜେ, ଆଉ ତାହା ନ ପାଇ କହେ, ମୁଁ ଯେଉଁ ଘରୁ ବାହାରିଆସିଥିଲି, ମୋହର ସେହି ଘରକୁ ଫେରିଯିବି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಎಕ್ ಮಾನ್ಸಾಕ್ನಾ ಗಿರೊ ಭಾಯ್ರ್ ಗೆಲ್ಲ್ಯಾ ತನ್ನಾ, ತೊ ಸಗ್ಳೆಕ್ಡೆ ಫಿರುನ್, ಅಪ್ನಾಕ್ ರ್‍ಹಾವ್ಕ್ ಜಾಗೊ ಗಾವ್ತಾ ಕಾಯ್ ಮನುನ್ ಬಗ್ತಾ. ತೆಕಾ ಖೈಬಿ ಜಾಗೊ ಗಾವಿನಸ್ಲ್ಯಾರ್, ತೆ ಅಪ್ನಾಕುಚ್ ಮಿಯಾ ಅನಿ ಪರ್ತುನ್ ಮಾಜ್ಯಾ ಘರಾಕ್ ಜಾತಾ” ಮನ್ತಾ,