Luke 11:29 — Compare Translations
7 translations compared side by side
Odia - 1840
"ଧୀ ରେ ଧୀ ରେ ଭିଡ ବଢିବାକୁ ଲାଗିଲା। ଯୀଶୁ କହିଲେ, ବର୍ତ୍ତମାନ ୟୁଗର ଲୋକେ ବଡ ମନ୍ଦ। ସମାନେେ ପରମେଶ୍ବରଙ୍କଠାରୁ ପ୍ରମାଣ ସ୍ବରୁପ ଏକ ଆଶ୍ଚର୍ୟ୍ଯକର୍ମ ଦେଖିବାକୁ ଚାହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ବରୂପ କୌଣସି ଆଶ୍ଚର୍ୟ୍ଯକର୍ମ ଦଖାଇେ ଦିଆୟିବ ନାହିଁ। ୟୂନସଙ୍କ ସମ୍ବନ୍ଧ ରେ ଘଟିଥିବା ଆଶ୍ଚର୍ୟ୍ଯକର୍ମ ହେଉଛି ଏକମାତ୍ର ଚିହ୍ନ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଲୋକସମୂହ ଦଳ ଦଳ ହୋଇ ତାହାଙ୍କ ନିକଟରେ ଏକତ୍ରିତ ହେଉଥିବା ସମୟରେ ସେ କହିବାକୁ ଲାଗିଲେ, ଏହି ବର୍ତ୍ତମାନ ପୁରୁଷ ଦୁଷ୍ଟ ଅଟେ; ଏମାନେ ଚିହ୍ନ ଅନ୍ଵେଷଣ କରନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଲୋକମାନେ ଯୀଶୁଙ୍କ ଚାରିପଟେ ଘେରି ଯିବାରୁ ସେ କହିବାକୁ ଲାଗିଲେ, “ଆଜିର ଲୋକମାନେ କେତେ ଖଳ! ସେମାନେ ଗୋଟିଏ ଆଶ୍ଚର୍ଯ୍ୟ କର୍ମ ଲୋଡ଼ନ୍ତି, କିନ୍ତୁ ଯୂନସଙ୍କ ଆଶ୍ଚର୍ଯ୍ୟ କର୍ମ ଛଡ଼ା ସେମାନଙ୍କ ପାଇଁ ଆଉ କିଛି କରାଯିବ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରମାଣ ପାଇଁ ଦାବୀ ଧୀରେ ଧୀରେ ଭିଡ଼ ବଢ଼ିବାକୁ ଲାଗିଲା। ଯୀଶୁ କହିଲେ, “ବର୍ତ୍ତମାନ ଯୁଗର ଲୋକେ ବଡ଼ ମନ୍ଦ। ସେମାନେ ପରମେଶ୍ୱରଙ୍କଠାରୁ ପ୍ରମାଣ ସ୍ୱରୂପ ଏକ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ୱରୂପ କୌଣସି ଆଶ୍ଚର୍ଯ୍ୟକର୍ମ ଦେଖାଇ ଦିଆ ଯିବ ନାହିଁ। ଯୂନସଙ୍କ ସମ୍ବନ୍ଧରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ହେଉଛି ଏକମାତ୍ର ଚିହ୍ନ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଲୋକମାନେ ଦଳ ଦଳ ହୋଇ ତାହାଙ୍କ ନିକଟରେ ଏକାଠି ହେଉଥିବା ସମୟରେ ସେ କହିବାକୁ ଲାଗିଲେ, “ଏହି କାଳର ଲୋକମାନେ ଦୁଷ୍ଟ; ଏମାନେ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଲୋକମାନେ ଦଳ ଦଳ ହୋଇ ତାହାଙ୍କ ନିକଟରେ ଏକାଠି ହେଉଥିବା ସମୟରେ ସେ କହିବାକୁ ଲାଗିଲେ, ଏହି କାଳର ଲୋକମାନେ ଦୁଷ୍ଟ; ଏମାନେ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಲೊಕಾ ಜೆಜುಚ್ಯಾ ಭೊತ್ಯಾನಿ ಯೆವ್ನ್-ಯೆವ್ನ್ ಗೊಳಾ ಹೊತಾನಾ, ಜೆಜುನ್ “ಹ್ಯಾ ಕಾಲಾತ್ಲಿ ಲೊಕಾ ಕವ್ಡಿ ವಾಯ್ಟ್! ತೆನಿ ವಿಚಿತ್ರ್ ಕಾಮ್ ಇಚಾರ್ತ್ಯಾತ್. ಖರೆ ಜೊನಾ ಪ್ರವಾದ್ಯಾಚ್ಯಾ ಜಿವನಾತ್ ಹೊಲ್ಲ್ಯಾ ವಿಚಿತ್ರ್ ಕಾಮಾಚ್ಯಾನ್ಕಿ, ಅನಿ ದುಸ್ರೆ ವಿಚಿತ್ರ್ ಕಾಮ್ ಹೆಂಕಾ ಕರುನ್ ದಾಕ್ವುಕ್ ಹೊಯ್ನಾ.