Luke 11:31 — Compare Translations
7 translations compared side by side
Odia - 1840
"ବିଚାର ଦିନ ରେ ଦକ୍ଷିଣର ରାଣୀ ପ୍ରକାଶିତ ହାଇେ ଏବେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣିବେ ଓ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ, କାରଣ ସହେି ରାଣୀ ଶଲମାନଙ୍କେ ଜ୍ଞାନମୂଳକ ଉପଦେଶ ଶୁଣିବା ପାଇଁ ବହୁତ ଦୁରରୁ ଆସିଥିଲେ ଏବଂ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଶଲମାନଙ୍କେ ଅପେକ୍ଷା ମହାନ୍ ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷର ଲୋକଙ୍କ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ; ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ବିଚାର ଦିନରେ ଶେବା ଦେଶର ରାଣୀ ଠିଆ ହୋଇ ଆଜିର ଲୋକମାନଙ୍କୁ ଦୋଷାରୋପ କରିବେ, କାରଣ ଶଲୋମନ ରାଜାଙ୍କର ଜ୍ଞାନର କଥା ଶୁଣିବା ପାଇଁ ସେ ତାଙ୍କ ଦେଶରୁ ଯାତ୍ରା କରିଥିଲେ; କିନ୍ତୁ ମୁଁ କହେ, ଶଲୋମନଙ୍କଠାରୁ ଅଧିକ ମହତ୍ ବିଷୟମାନ ଏଠାରେ ଅଛି।
Odia Bible ERV 2004 (ପବିତ୍ର ବାଇବଲ)
“ବିଗ୍ଭର ଦିନରେ ଦକ୍ଷିଣର ରାଣୀ ପ୍ରକାଶିତ ହୋଇ ଏବେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବେ ଓ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ, କାରଣ ସେହି ରାଣୀ ଶଲୋମନଙ୍କ ଜ୍ଞାନମୂଳକ ଉପଦେଶ ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ ଏବଂ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଶଲୋମନଙ୍କ ଅପେକ୍ଷା ମହାନ୍ ଅଟେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ଯୁଗର ଲୋକମାନଙ୍କୁ ଦୋଷୀ କରିବେ, କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ; ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।
Odia IRV 2017 (ଓଡିଆ ବାଇବେଲ)
ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ଯୁଗର ଲୋକମାନଙ୍କୁ ଦୋଷୀ କରିବେ, କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ; ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಝಡ್ತಿಚ್ಯಾ ದಿಸಿ, ಶೆಬಾ ಮನ್ತಲ್ಯಾ ಗಾಂವಾಚಿ ರಾನಿ ಸೈತ್, ಹ್ಯಾ ಅತ್ತಾಚ್ಯಾ ಕಾಲಾಚ್ಯಾ ಲೊಕಾಕ್ನಿ ಚುಕಿದಾರ್ ಮನುನ್ ದಾಕ್ವುನ್ ದಿತಾ, ಕಶ್ಯಾಕ್ ಮಟ್ಲ್ಯಾರ್, ಸೊಲೊಮೊನ್ ರಾಜಾಚ್ಯಾ ಬುದ್ವಂತ್ಕಿಚ್ಯಾ ಗೊಸ್ಟಿಯಾ ಆಯ್ಕುಕ್ ತಿ, ಅಪ್ನಾಚ್ಯಾ ದೆಸಾತ್ನಾ ಫಿರು-ಫಿರುನ್ಗೆತ್ ಯೆಲ್ಲಿ. ಅನಿ ಮಿಯಾ ತುಮ್ಕಾ ಸಾಂಗ್ತಾ, ಹಿತ್ತೆ ಕಾಯ್ಕಿ ಸಾಲ್ಮಾವಾಚ್ಯಾನ್ಕಿ ಮೊಟೆ ಹಾಯ್.