Luke 11:32 — Compare Translations
7 translations compared side by side
Odia - 1840
"ବିଚାର ହବୋ ଦିନ ନିନିବୀର ଲୋକମାନେ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧ ରେ ଠିଆ ହାଇେ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ସମାନେେ ୟୂନସଙ୍କ ଉପଦେଶ ଶୁଣି ନିଜର ହୃଦୟ ଓ ଜୀବନଯାପନ ପ୍ରଣାଳୀ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ମହାନ୍ ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ନୀନିବୀର ଲୋକମାନେ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ ପରିବର୍ତ୍ତନ କରିଥିଲେ; ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ବିଚାର ଦିନରେ ନୀନିବୀର ଲୋକମାନେ ତୁମ୍ଭମାନଙ୍କୁ ଦୋଷୀ କରିବେ, କାରଣ ଯୂନସଙ୍କ ପ୍ରଚାର ଶୁଣିବା ପରେ ସେମାନେ ସେମାନଙ୍କ ପାପରୁ ମନ ଫେରାଇଲେ; ମୁଁ ନିଶ୍ଚିତଭାବେ କହୁଛି, ଯୂନସଙ୍କ ଅପେକ୍ଷା ଅଧିକ ମହତ ବିଷୟମାନ ଏଠାରେ ଅଛି।
Odia Bible ERV 2004 (ପବିତ୍ର ବାଇବଲ)
“ବିଗ୍ଭର ହେବା ଦିନ ନିନିବୀର ଲୋକମାନେ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଠିଆ ହୋଇ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ସେମାନେ ଯୂନସଙ୍କ ଉପଦେଶ ଶୁଣି ନିଜର ହୃଦୟ ଓ ଜୀବନଯାପନ ପ୍ରଣାଳୀ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଯୂନସଙ୍କ ଅପେକ୍ଷା ମହାନ୍ ଅଟେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ନୀନିବୀ ସହରର ଲୋକମାନେ ବିଚାରରେ ଏହି ଯୁଗର ଲୋକମାନଙ୍କ ସହିତ ଉଠି ସେମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ-ପରିବର୍ତ୍ତନ କରିଥିଲେ; ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।”
Odia IRV 2017 (ଓଡିଆ ବାଇବେଲ)
ନୀନିବୀର ଲୋକମାନେ ବିଚାରରେ ଏହି ଯୁଗର ଲୋକମାନଙ୍କ ସହିତ ଉଠି ସେମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ ପରିବର୍ତ୍ତନ କରିଥିଲେ; ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಝಡ್ತಿಚ್ಯಾ ದಿಸಿ, ನಿನಿವೆಚಿ ಲೊಕಾ ಇಬೆ ರ್ಹಾವ್ನ್ ತುಮ್ಚಿ ಚುಕಾ ದಾಕ್ವುನ್ ದಿತ್ಯಾತ್. ಕಶ್ಯಾಕ್ ಮಟ್ಲ್ಯಾರ್, ಜೊನಾ ಪ್ರವಾದ್ಯಾನ್ ಸಾಂಗಲ್ಲೆ ಆಯ್ಕಲ್ಲೆಚ್, ತೆನಿ ದೆವಾಕ್ಡೆ ಫಾಟಿ ಪರತ್ಲ್ಯಾನಿ; ಅನಿ ಮಿಯಾ ತುಮ್ಕಾ ಖರೆಚ್ ಸಾಂಗ್ತಾ, ಹಿತ್ತೆ ಜೊನಾ ಪ್ರವಾದ್ಯಾಚ್ಯಾನ್ಕಿ ಮೊಟೊ ಹಿತ್ತೆ ಹಾಯ್!” ಮಟ್ಲ್ಯಾನ್.