Luke 12:27 — Compare Translations

7 translations compared side by side

Odia - 1840
"ବନ୍ଯ ଫୁଲଗୁଡିକୁ ଦେଖ, ସମାନେେ କିପରି ଫୁଟନ୍ତି? ସମାନେେ ପରିଶ୍ରମ କରନ୍ତି ନାହିଁ, କି ଲୁଗା ବୁଣନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ସବୁଠାରୁ ମହାନ୍ ଓ ଧନବାନ ରାଜା ଶଲମାନେ ମଧ୍ଯ ସହେି ଫୁଲମାନଙ୍କ ମଧ୍ଯରୁ କୌଣସି ଗୋଟିଏ ପରି ସୁଦ୍ଧା ସୁସଜ୍ଜିତ ହାଇପୋରି ନଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଷ୍ପଗୁଡ଼ିକ ବିଷୟ ଭାବି ଦେଖ, ସେଗୁଡ଼ିକ କିପରି ସୁତା କାଟନ୍ତି ନାହିଁ କି ବୁଣନ୍ତି ନାହିଁ; ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ଵର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ବଣର ଫୁଲଗୁଡ଼ିକ କିପରି ବଢ଼ନ୍ତି ଦେଖ: ସେମାନେ ପରିଶ୍ରମ କରନ୍ତି ନାହିଁ, କିମ୍ବା ଲୁଗା ବୁଣନ୍ତି ନାହିଁ; କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ସମସ୍ତ ଐଶ୍ୱର୍ଯ୍ୟ ଥାଇ ସୁଦ୍ଧା ରାଜା ଶଲୋମନଙ୍କର ଏହି ଫୁଲମାନଙ୍କ ମଧ୍ୟରୁ ଗୋଟିକ ପରି ସୁନ୍ଦର ବସ୍ତ୍ର ନ ଥିଲା।
Odia Bible ERV 2004 (ପବିତ୍ର ବାଇବଲ)
“ବନ୍ୟ ଫୁଲଗୁଡ଼ିକୁ ଦେଖ, ସେମାନେ କିପରି ଫୁଟନ୍ତି? ସେମାନେ ପରିଶ୍ରମ କରନ୍ତି ନାହିଁ, କି ଲୁଗା ବୁଣନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ସବୁଠାରୁ ମହାନ୍ ଓ ଧନବାନ ରାଜା ଶଲୋମନ ମଧ୍ୟ ସେହି ଫୁଲମାନଙ୍କ ମଧ୍ୟରୁ କୌଣସି ଗୋଟିଏ ପରି ସୁଦ୍ଧା ସୁସଜ୍ଜିତ ହୋଇପାରି ନ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟରେ ଭାବି ଦେଖ, ସେଗୁଡ଼ିକ କିପରି ସୂତା କାଟନ୍ତି ନାହିଁ କି ବୁଣନ୍ତି ନାହିଁ; ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିଏ ପରି ବିଭୂଷିତ ନ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ଫୁଲଗୁଡ଼ିକ ବିଷୟ ଭାବି ଦେଖ, ସେଗୁଡ଼ିକ କିପରି ସୁତା କାଟନ୍ତି ନାହିଁ କି ବୁଣନ୍ତି ନାହିଁ; ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଏୗଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିଏ ପରି ବିଭୂଷିତ ନ ଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಿ, ಡಂಗ್ಳಾತ್ಲಿ ಫುಲ್ಲಾ ಕಸೆ ವಾಡ್ತ್ಯಾತ್ ಬಗಾ; ತೆನಿ ಕಾಮ್ ಕರಿನ್ಯಾತ್, ನಾ ಅಪ್ನಾಕ್ ಮನುನ್ ಕಪ್ಡೆ ತಯಾರ್ ಕರಿನ್ಯಾತ್. ಖರೆ ಮಿಯಾ ತುಮ್ಕಾ ಸಾಂಗ್ತಾ, ಸಾಲ್ಮಾವ್ ರಾಜಾ ಸೈತ್, ಅಪ್ನಾಚ್ಯಾ ಸಗ್ಳ್ಯಾ ವೈಭವಾನ್ ಹ್ಯಾತುರ್‍ಲ್ಯಾ ಎಕುಚ್ಎಕ್ ಫುಲ್ಲಾ ಸರ್ಕೊ ನೆಸುಕ್ ನಾ.