Luke 12:3 — Compare Translations

7 translations compared side by side

Odia - 1840
"ତୁମ୍ଭମାନେେ ଅନ୍ଧକାର ରେ କହୁଥିବା କଥା ଆଲୁଅ ରେ କହି ଦିଆୟିବ। ଗୋଟିଏ ଏକାନ୍ତ କଠାେରୀ ଭିତ ରେ ଚୁପ୍ କରି କାହା କାନ ରେ ତୁମ୍ଭମାନେେ କିଛି କହିଲେ ମଧ୍ଯ ତାହାକୁ ଘରର ଛାତ ଉପରୁ ଘୋଷଣା କରି ଦିଆୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ତୁମ୍ଭେମାନେ ଯାହା ଯାହା ଅନ୍ଧକାରରେ କହିଅଛ, ସେହିସବୁ ଆଲୋକରେ ଶୁଣାଯିବ, ପୁଣି ଯାହା ଗୁପ୍ତ କୋଠରିରେ ଗୋପନରେ କହିଅଛ, ତାହା ଘର ଛାତ ଉପରେ ଘୋଷଣା କରାଯିବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ୍ଭେମାନେ ଅନ୍ଧକାରରେ ଯାହା କହିଛ, ତାହା ଉଜ୍ଜ୍ୱଳ ଦିବାଲୋକରେ ଶୁଣାଯିବ ଏବଂ ରୁଦ୍ଧ କୋଠରୀ ମଧ୍ୟରେ ଗୋପନରେ ତୁମେ ଯାହା କହିଛ, ତାହା ଛାତ ଉପରୁ ଉଚ୍ଚ ସ୍ୱରରେ ଘୋଷଣା କରାଯିବ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ଅନ୍ଧକାରରେ କହୁଥିବା କଥା ଆଲୁଅରେ କହି ଦିଆ ଯିବ। ଗୋଟିଏ ଏକାନ୍ତ କୋଠରି ଭିତରେ ଚୁପ୍ କରି କାହା କାନରେ ତୁମ୍ଭେମାନେ କିଛି କହିଲେ ମଧ୍ୟ ତାହାକୁ ଘରର ଛାତ ଉପରୁ ଘୋଷଣା କରି ଦିଆ ଯିବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ ତୁମ୍ଭେମାନେ ଯାହା ଅନ୍ଧକାରରେ କହିଅଛ, ସେହିସବୁ ଆଲୋକରେ ଶୁଣାଯିବ, ପୁଣି, ଯାହା ଗୁପ୍ତ କୋଠରୀରେ ଗୋପନରେ କହିଅଛ, ତାହା ଘର ଛାତ ଉପରେ ଘୋଷଣା କରାଯିବ।”
Odia IRV 2017 (ଓଡିଆ ବାଇବେଲ)
ଅତଏବ ତୁମ୍ଭେମାନେ ଯାହା ଅନ୍ଧକାରରେ କହିଅଛ, ସେହି ସବୁ ଆଲୋକରେ ଶୁଣାଯିବ, ପୁଣି, ଯାହା ଗୁପ୍ତ କୋଠରୀରେ ଗୋପନରେ କହିଅଛ, ତାହା ଘର ଛାତ ଉପରେ ଘୋଷଣା କରାଯିବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆ ಕಾಯ್ ತುಮಿ ಕಾಳ್ಕಾತ್ ಸಾಂಗ್ಲ್ಯಾಶಿ, ತೆ ಮೊಟ್ಯಾ ದಿಸಾಚ್ಯಾ ಉಜ್ವೊಡಾತ್ ಆಯ್ಕುಕ್ ಗಾವ್ತಾ. ಅನಿ ಕಾಯ್-ಕಾಯ್ ತುಮಿ ಎಕ್ ಬಂದ್ ಹೊತ್ತ್ಯಾ ಖೊಲಿತ್ ಪುಸ್ಪುಸುನ್ ಬೊಲ್ಲ್ಯಾಶಿ, ತೆ, ಘರಾಚ್ಯಾ ವರ್‍ತಿ ಬಸುನ್ ಜೊರಾನಿ ಸಾಂಗುನ್ ಹೊತಾ”, ಮಟ್ಲ್ಯಾನ್.