Luke 12:48 — Compare Translations

7 translations compared side by side

Odia - 1840
"କିନ୍ତୁ ଯେଉଁ ସବେକ ନିଜ ମାଲିକଙ୍କ ଇଚ୍ଛା ବିଷୟ ରେ କିଛି ଜାଣି ନଥାଏ, ସେ ଦଣ୍ଡନୀୟ କାମ କରିବ ସେ। ତବେେ ତାକୁ ସେଥିପାଇଁ ନିଜ କର୍ତ୍ତବ୍ଯ ବିଷୟ ରେ ଜାଣିଥିବା ଚାକର ଅପେକ୍ଷା କମ୍ ଦଣ୍ଡ ଦିଆୟିବ। କାରଣ ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ବିଷୟ ପାଇଁ ଦାଯୀ ହବେ। ଯେଉଁ ଲୋକକୁ ଅଧିକ ଦିଆଯାଇଛି ତାଠାରୁ ବହୁତ ଅଧିକ ଆଶା କରାୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଯେ ନ ଜାଣି ପ୍ରହାରଯୋଗ୍ୟ କର୍ମ କରିଥାଏ, ସେ ଅଳ୍ପ ପ୍ରହାରରେ ପ୍ରହାରିତ ହେବ । ଯାହାକୁ ବହୁତ ପ୍ରଦତ୍ତ ହୋଇଅଛି, ତାହାଠାରୁ ବହୁତ ଦାବୀ କରାଯିବ; ପୁଣି, ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି, ତାହା ନିକଟରୁ ବହୁତ ଦାବୀ କରିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଯେଉଁ ଦାସ ମାଲିକଙ୍କ ଇଚ୍ଛା ଜାଣି ନ ପାରି ପ୍ରହାରଯୋଗ୍ୟ କାର୍ଯ୍ୟ କରିଥାଏ, ସେ ଅଳ୍ପ ଶାସ୍ତି ପାଇବ। ଯାହାକୁ ବହୁତ ଦିଆଯାଇଛି, ତା’ଠାରୁ ବହୁତ ଆଶା କରାଯାଏ - ଯାହାକୁ ଆହୁରି ଅଧିକ ଦିଆଯାଇଛି, ତା’ଠାରୁ ଆହୁରି ଅଧିକ ଆଶା କରାଯାଏ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଯେଉଁ ସେବକ ନିଜ ମାଲିକଙ୍କ ଇଚ୍ଛା ବିଷୟରେ କିଛି ଜାଣି ନ ଥାଏ, ସେ ଦଣ୍ଡନୀୟ କାମ କରିବ ସେ। ତେବେ ତାକୁ ସେଥିପାଇଁ ନିଜ କର୍ତ୍ତବ୍ୟ ବିଷୟରେ ଜାଣିଥିବା ଗ୍ଭକର ଅପେକ୍ଷା କମ୍ ଦଣ୍ଡ ଦିଆଯିବ। କାରଣ ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ବିଷୟ ପାଇଁ ଦାୟୀ ହେବ। ଯେଉଁ ଲୋକକୁ ଅଧିକ ଦିଆଯାଇଛି ତା’ଠାରୁ ବହୁତ ଅଧିକ ଆଶା କରାଯିବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ବହୁତ ପ୍ରହାରରେ ପ୍ରହାରିତ ହେବ; କିନ୍ତୁ ଯେ ନ ଜାଣି ପ୍ରହାରଯୋଗ୍ୟ କର୍ମ କରିଥାଏ, ସେ ଅଳ୍ପ ପ୍ରହାରରେ ପ୍ରହାରିତ ହେବ। ଯାହାକୁ ବହୁତ ଦିଆଯାଇଅଛି, ତାହାଠାରୁ ବହୁତ ଦାବି କରାଯିବ; ପୁଣି, ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି, ତାହା ନିକଟରୁ ବହୁତ ଦାବି କରିବେ।”
Odia IRV 2017 (ଓଡିଆ ବାଇବେଲ)
ସେ ବହୁତ ପ୍ରହାରରେ ପ୍ରହାରିତ ହେବ; କିନ୍ତୁ ଯେ ନ ଜାଣି ପ୍ରହାରଯୋଗ୍ୟ କର୍ମ କରିଥାଏ, ସେ ଅଳ୍ପ ପ୍ରହାରରେ ପ୍ରହାରିତ ହେବ । ଯାହାକୁ ବହୁତ ଦିଆଯାଇଅଛି, ତାହାଠାରୁ ବହୁତ ଦାବି କରାଯିବ; ପୁଣି, ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି, ତାହା ନିକଟରୁ ବହୁତ ଦାବି କରିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಧನಿಯಾಸಾಟ್ನಿ ಕಾಯ್ ಕರ್‍ತಲೆ ಮನುನ್ ಗೊತ್ತ್ ನಸಲ್ಲೊ ಆಳ್ ರ್‍ಹಾತಾ, ಅನಿ ತೆನಿ ಕಾಯ್ಬಿ ಧನಿಯಾಕ್ ನಕ್ಕೊ ಹೊಲ್ಲಿ ಚುಕ್ ಕರ್ಲ್ಯಾರ್, ತೆಕಾ ಕಮಿ ಶಿಕ್ಷಾ ಗಾವ್ತಾ. ಕೊನಾಕ್ ಲೈ ದಿಲ್ಲೆ ಹಾಯ್, ತೆಚೆಕ್ನಾ ಜಾಸ್ತಿಚೆ ಫಾಟಿ ಯವ್ಕ್ ಪಾಜೆ; ಅನಿ ಕೊನಾಕ್ ಎಗ್ದಮ್ ಜಾಸ್ತಿಚೆ ದಿಲ್ಲೆ ಹಾಯ್, ತೆಚೆಕ್ನಾ ಎಗ್ದಮ್ ಜಾಸ್ತಿಚೆ ಫಾಟಿ ಪರ್ತುನ್ ಯೆವ್ಕ್ ಪಾಜೆ.