Luke 12:58 — Compare Translations
7 translations compared side by side
Odia - 1840
"ଯଦି ତୁମ୍ଭେ ତୁମ୍ଭ ବିରୋଧୀ ସହିତ ବିଚାରାଳୟକୁ ଯାଉଛ, ତବେେ ରାସ୍ତା ରେ ତା ସହିତ ବୁଝାମଣା କରିବାକୁ ଚେଷ୍ଟା କର। ତା ନ ହେଲେ ସେ ତୁମ୍ଭକୁ ବିଚାରପତିଙ୍କ ଆଗକୁ ଟାଣିନବେ। ବିଚାରପତି ତୁମ୍ଭକୁ ଅଧିକରୀଙ୍କ ହାତ ରେ ଦଇେ ଦବେେ ଏହଂ ଅଧିକାରୀ ତୁମ୍ଭକୁ କାରାଗାର ରେ ବନ୍ଦୀ କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ତୁମ୍ଭର ବିବାଦୀ ସହିତ ଶାସନକର୍ତ୍ତାଙ୍କ ଛାମୁକୁ ଯାଉଥିବା ସମୟରେ ପଥ ମଧ୍ୟରେ ତାହାଠାରୁ ମୁକ୍ତ ହେବା ପାଇଁ ଯନି କର, କାଳେ ସେ ତୁମ୍ଭକୁ ବିଚାରକର୍ତ୍ତାଙ୍କ ନିକଟକୁ ଟାଣି ଘେନିଯିବ, ପୁଣି ବିଚାରକର୍ତ୍ତା ତୁମ୍ଭକୁ ପଦାତିକ ହସ୍ତରେ ସମର୍ପଣ କରିବେ, ଆଉ ପଦାତିକ ତୁମ୍ଭକୁ କାରାଗାରରେ ନିକ୍ଷେପ କରିବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି କେହି ତୁମ ବିରୁଦ୍ଧରେ ମୋକଦ୍ଦମା କରି ତୁମକୁ ବିଚାରାଳୟକୁ ନିଏ, ତେବେ ବିଚାରାଳୟକୁ ଯିବା ପୂର୍ବରୁ ତା’ ସହିତ ଆପୋଷ ନିଷ୍ପତ୍ତି କରିବାକୁ ପ୍ରାଣପଣ ଚେଷ୍ଟା କର। ଯଦି ତାହା ନ କର, ତେବେ ସେ ତୁମକୁ ବିଚାରପତିଙ୍କ ନିକଟକୁ ଟାଣି ନେବ ଓ ବିଚାରପତି ତୁମକୁ ଆରକ୍ଷୀ ହାତରେ ଦେବେ ଓ ସେ ତୁମକୁ କାରାଗାରରେ ନିକ୍ଷେପ କରିବେ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ତୁମ୍ଭେ ତୁମ୍ଭ ବିରୋଧୀ ସହିତ ବିଗ୍ଭରାଳୟକୁ ଯାଉଛ, ତେବେ ରାସ୍ତାରେ ତା’ ସହିତ ବୁଝାମଣା କରିବାକୁ ଚେଷ୍ଟା କର। ତା’ ନ ହେଲେ ସେ ତୁମ୍ଭକୁ ବିଗ୍ଭରପତିଙ୍କ ଆଗକୁ ଟାଣିନେବ। ବିଗ୍ଭରପତି ତୁମ୍ଭକୁ ଅଧିକାରୀଙ୍କ ହାତରେ ଦେଇଦେବେ ଏବଂ ଅଧିକାରୀ ତୁମ୍ଭକୁ କାରାଗାରରେ ବନ୍ଦୀ କରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ତୁମ୍ଭର ବିବାଦୀ ସହିତ ଶାସନକର୍ତ୍ତାଙ୍କ ଛାମୁକୁ ଯାଉଥିବା ସମୟରେ ପଥ ମଧ୍ୟରେ ତାହାଠାରୁ ମୁକ୍ତ ହେବା ପାଇଁ ଚେଷ୍ଟା କର, କାଳେ ସେ ତୁମ୍ଭକୁ ବିଚାରକର୍ତ୍ତାଙ୍କ ନିକଟକୁ ଟାଣି ନେଇଯିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ଉଚ୍ଚପଦସ୍ଥ କର୍ମଚାରୀଙ୍କ ହସ୍ତରେ ସମର୍ପଣ କରିବେ, ଆଉ ଉଚ୍ଚପଦସ୍ଥ କର୍ମଚାରୀ ତୁମ୍ଭକୁ କାରାଗାରରେ ପକାଇବ।
Odia IRV 2017 (ଓଡିଆ ବାଇବେଲ)
କାରଣ ତୁମ୍ଭର ବିବାଦୀ ସହିତ ଶାସନକର୍ତ୍ତାଙ୍କ ଛାମୁକୁ ଯାଉଥିବା ସମୟରେ ପଥ ମଧ୍ୟରେ ତାହାଠାରୁ ମୁକ୍ତ ହେବା ପାଇଁ ଚେଷ୍ଟା କର, କାଳେ ସେ ତୁମ୍ଭକୁ ବିଚାରକର୍ତ୍ତାଙ୍କ ନିକଟକୁ ଟାଣି ନେଇଯିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ଉଚ୍ଚପଦସ୍ଥ କର୍ମଚାରୀଙ୍କ ହସ୍ତରେ ସମର୍ପଣ କରିବେ, ଆଉ ଉଚ୍ଚପଦସ୍ଥ କର୍ମଚାରୀ ତୁମ୍ଭକୁ କାରାଗାରରେ ପକାଇବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕೊನ್ಬಿ ಎಕ್ಲೊ ತುಮ್ಚೆ ವರ್ತಿ ಪಿರ್ಯಾದ್ ಘಾಲುನ್ ತುಮ್ಕಾ ನ್ಯಾಯ್ ನಿರ್ನಯ್ ಕರ್ತಲ್ಯಾ ಜಾಗ್ಯಾಕ್ ಘೆವ್ನ್ ಜಾತಾ ಜಾಲ್ಯಾರ್, ತೆನಿ ತುಮ್ಕಾ ತ್ಯಾ ನ್ಯಾಯ್ ಕರ್ತಲ್ಯಾಕ್ಡೆ ಘೆವ್ನ್ ಜವ್ಚ್ಯಾ ಅದ್ದಿಚ್ ತೆಚೆಕ್ಡೆ ರಾಜಿ-ಕುಸಿ-ಹೊವಾ, ಜರ್ ತುಮಿ ಅಶೆ ಕರುಕ್ನ್ಯಾಶಿ, ತರ್ ತೊ ತುಮ್ಕಾ ನ್ಯಾಯ್ ದಿತಲ್ಯಾಚ್ಯಾ ತಾಬೆತ್ ದಿತಾ,ಅನಿ ನ್ಯಾಯ್ ನಿರ್ನಯ್ ಕರ್ತಲೊ, ತುಮ್ಕಾ ಪೊಲಿಸಾಂಚ್ಯಾ ಹಾತಿತ್ ದಿತಾ, ಅನಿ ತುಮ್ಕಾ ಬಂದಿಖಾನ್ಯಾತ್ ಘಾಲ್ತ್ಯಾತ್.