Luke 13:14 — Compare Translations
7 translations compared side by side
Odia - 1840
"ଯୀଶୁ ବିଶ୍ରାମ ବାର ରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରିଦବୋରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, ସପ୍ତାହ ରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭମାନେେ ସୁସ୍ଥ ହବୋ ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାର ରେ କବେେ ହେଲେ ସୁସ୍ଥ ହବୋପାଇଁ ଆସନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଯୀଶୁ ବିଶ୍ରାମବାରରେ ସୁସ୍ଥ କରିବାରୁ ସମାଜଗୃହର ଅଧ୍ୟକ୍ଷ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହିସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାରରେ ଆସ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ବିଶ୍ରାମବାର ଦିନ ଯୀଶୁ ସୁସ୍ଥ କରି ଥିବାରୁ ଉପାସନା ଗୃହର ଅଧ୍ୟକ୍ଷ ବିରକ୍ତ ହେଲେ। ସେ ଲୋକମାନଙ୍କୁ କହିଲେ, “କାର୍ଯ୍ୟ କରିବା ପାଇଁ ଛଅ ଦିନ ଅଛି; ତେଣୁ ସେହି ଦିନମାନଙ୍କରେ ଆସ ଓ ସୁସ୍ଥ ହୁଅ, କିନ୍ତୁ ବିଶ୍ରାମବାରରେ ନୁହେଁ।”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ବିଶ୍ରାମବାରରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରି ଦେବାରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, “ସପ୍ତାହରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭେମାନେ ସୁସ୍ଥ ହେବା ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାରରେ କେବେ ହେଲେ ସୁସ୍ଥ ହେବା ପାଇଁ ଆସ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଯୀଶୁ ବିଶ୍ରାମବାର ଦିନରେ ସୁସ୍ଥ କରିବାରୁ ସମାଜଗୃହର ଅଧ୍ୟକ୍ଷ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହିସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାର ଦିନରେ ଆସ ନାହିଁ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଯୀଶୁ ବିଶ୍ରାମବାରରେ ସୁସ୍ଥ କରିବାରୁ ସମାଜଗୃହର ମୁଖିଆ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହି ସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାରରେ ଆସ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹ್ಯಾ ಬಾಯ್ಕೊಮನ್ಸಿಕ್ ಜೆಜುನ್ ಸಬ್ಬತಾಚ್ಯಾ ದಿಸಿ ಗುನ್ ಕರಲ್ಲೆ ಬಗುನ್ ಸಿನಾಗೊಗಾಚ್ಯಾ ಅದಿಕಾರ್ಯಾಕ್ ರಾಗ್ ಯೆಲೊ, ಅನಿ ತೊ ಲೊಕಾಕ್ನಿ “ಅಮ್ಕಾ ಕಾಮ್ ಕರುಕ್, ಸಾ ದಿಸಾ ಹಾತ್, ತ್ಯಾ ದಿಸಾತ್ನಿ ಯೆವಾ, ಅನಿ ತುಮ್ಕಾ ತುಮಿ ಗುನ್ ಕರುನ್ ಘೆವ್ನ್ ಜಾಂವಾ, ಸಾಬ್ಬಾತಾಚ್ಯಾ ದಿಸಿ ಯೌನಕಾಸಿ!” ಮನುನ್ ಸಾಂಗುಕ್ಲಾಲೊ.