Luke 14:10 — Compare Translations

7 translations compared side by side

Odia - 1840
"ତେଣୁ ଯେତବେେଳେ ଜଣେ ଲୋକ ତୁମ୍ଭକୁ ନିମନ୍ତ୍ରଣ କରିଛି, ତୁମ୍ଭେ ଗୋଟିଏ ନିମ୍ନତମ ଆସନ ରେ ବସ। ସେତବେେଳେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି ତୁମ୍ଭକୁ କହିବ, 'ବନ୍ଧୁ, ତୁମ୍ଭେ ଏଠା ରେ ନ ବସି ଟିକିଏ ଆଗକୁ ଆସି ଏ ଭଲ ଆସନ ରେ ବସ।' ସେତବେେଳେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ତୁମ୍ଭକୁ ସମ୍ମାନ କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଯେତେବେଳେ ତୁମ୍ଭେ ନିମନ୍ତ୍ରିତ ହୁଅ, ସେତେବେଳେ ଯାଇ ନିମ୍ନତମ ସ୍ଥାନରେ ବସ, ଯେପରି ତୁମ୍ଭର ନିମନ୍ତ୍ରଣକାରୀ ବ୍ୟକ୍ତି ଆସି ତୁମ୍ଭକୁ କହିବେ, ହେ ବନ୍ଧୁ, ଉଚ୍ଚତର ସ୍ଥାନକୁ ଆସ; ସେତେବେଳେ ତୁମ୍ଭ ସହିତ ଭୋଜନରେ ବସୁଥିବା ସମସ୍ତ ଲୋକଙ୍କ ସାକ୍ଷାତରେ ତୁମ୍ଭର ଗୌରବ ହେବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ବରଂ ତୁମେ ନିମନ୍ତ୍ରିତ ହେଲେ ନିମ୍ନତମ ସ୍ଥାନରେ ବସ; ତାହାହେଲେ ଯଦି ଆତିଥ୍ୟକାରୀ ତୁମ ପାଖକୁ ଆସି କହିବେ, ‘ବନ୍ଧୁ! ଆଗକୁ ଆସି ଭଲ ଆସନରେ ବସ।’ ଅନ୍ୟ ଅତିଥିମାନଙ୍କ ସାକ୍ଷାତରେ ଏହା ତୁମ ପାଇଁ ସମ୍ମାନଜନକ ହେବ।
Odia Bible ERV 2004 (ପବିତ୍ର ବାଇବଲ)
“ତେଣୁ ଯେତେବେଳେ ଜଣେ ଲୋକ ତୁମ୍ଭକୁ ନିମନ୍ତ୍ରଣ କରିଛି, ତୁମ୍ଭେ ଗୋଟିଏ ନିମ୍ନତମ ଆସନରେ ବସ। ସେତେବେଳେ ତୁମ୍ଭକୁ ନିମନ୍ତ୍ରଣ କରିଥିବା ଲୋକଟି ଆସି ତୁମ୍ଭକୁ କହିବ, ‘ବନ୍ଧୁ, ତୁମ୍ଭେ ଏଠାରେ ନ ବସି ଟିକିଏ ଆଗକୁ ଆସି ଏ ଭଲ ଆସନରେ ବସ।’ ସେତେବେଳେ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ତୁମ୍ଭକୁ ସମ୍ମାନ କରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଯେତେବେଳେ ତୁମ୍ଭେ ନିମନ୍ତ୍ରିତ ହୁଅ, ସେତେବେଳେ ଯାଇ ନିମ୍ନତମ ସ୍ଥାନରେ ବସ, ଯେପରି ତୁମ୍ଭର ନିମନ୍ତ୍ରଣକାରୀ ବ୍ୟକ୍ତି ଆସି ତୁମ୍ଭକୁ କହିବେ, ‘ହେ ବନ୍ଧୁ, ଉଚ୍ଚତର ସ୍ଥାନକୁ ଆସ;’ ସେତେବେଳେ ତୁମ୍ଭ ସହିତ ଭୋଜନରେ ବସୁଥିବା ସମସ୍ତ ଲୋକଙ୍କ ଆଗରେ ତୁମ୍ଭର ଗୌରବ ହେବ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଯେତେବେଳେ ତୁମ୍ଭେ ନିମନ୍ତ୍ରିତ ହୁଅ, ସେତେବେଳେ ଯାଇ ନିମ୍ନତମ ସ୍ଥାନରେ ବସ, ଯେପରି ତୁମ୍ଭର ନିମନ୍ତ୍ରଣକାରୀ ବ୍ୟକ୍ତି ଆସି ତୁମ୍ଭକୁ କହିବେ, ହେ ବନ୍ଧୁ, ଉଚ୍ଚତର ସ୍ଥାନକୁ ଆସ; ସେତେବେଳେ ତୁମ୍ଭ ସହିତ ଭୋଜନରେ ବସୁଥିବା ସମସ୍ତ ଲୋକଙ୍କ ଆଗରେ ତୁମ୍ଭର ଗୌରବ ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಮನುನ್, ತುಮ್ಕಾ ಖೈಬಿ ಬಲ್ವಲ್ಲ್ಯಾ ತನ್ನಾ, ಫಾಟ್ಲ್ಯಾ ಜಾಗ್ಯಾ ವರ್‍ತಿ ಜಾವ್ನ್ ಬಸಾ, ತನ್ನಾ ತುಮ್ಕಾ ಬಲ್ವಲ್ಲೊ ಮಾನುಸ್ ತುಮ್ಚೆಕ್ಡೆ ಯೆವ್ನ್ “ದೊಸ್ತಾ, ವೈರ್ ಬರ್‍ಯಾ ಜಾಗ್ಯಾರ್ ಯೆವ್ನ್ ಬಸ್”, ಮನುನ್ ತುಮ್ಕಾ ಸಾಂಗ್ತಾನಾ, ಥೈ ಯೆಲ್ಲ್ಯಾ ಲೊಕಾಂಚ್ಯಾ ಇದ್ರಾಕ್ ತುಕಾ ಮಾನ್ ಗಾವ್ತಾ.