Luke 14:12 — Compare Translations

7 translations compared side by side

Odia - 1840
"ଯୀଶୁ ତାହାଙ୍କୁ ନିମନ୍ତ୍ରଣ କରିଥିବା ଫାରୂଶୀ ଜଣଙ୍କୁ କହିଲେ, ତୁମ୍ଭେ କାହାରିକୁ ଦିନ ରେ ବା ରାତି ରେ ଖାଇବାକୁ ନିମନ୍ତ୍ରଣ କଲୋ ବେଳେ କବଳେ ତୁମ୍ଭର ଭାଇ ବନ୍ଧୁ କୁଟୁମ୍ବ ଓ ଧନୀ ପଡ଼ୋଶୀମାନଙ୍କୁ ଡିକ ନାହିଁ। କାରଣ ଅନ୍ୟ ବେଳେ ସମାନେେ ମଧ୍ଯ ତୁମ୍ଭକୁ ତାହାଙ୍କ ସହିତ ଖାଇବାକୁ ଡାକିବେ। ସେତବେେଳେ ତୁମ୍ଭେ ତୁମ୍ଭର ପ୍ରତିଦାନ ପାଇୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ଆପଣା ନିମନ୍ତ୍ରଣକାରୀଙ୍କି ମଧ୍ୟ କହିଲେ, ଦିବସ ବା ରାତ୍ରିରେ ଭୋଜି ଦେଲେ ଆପଣା ବନ୍ଧୁ କି ଭ୍ରାତା କି ଆତ୍ମୀୟ କି ଧନୀ ପ୍ରତିବାସୀମାନଙ୍କୁ ନିମନ୍ତ୍ରଣ କର ନାହିଁ, କାଳେ ସେମାନେ ମଧ୍ୟ ଫେରି ତୁମ୍ଭକୁ ନିମନ୍ତ୍ରଣ କରିବେ ଓ ତୁମ୍ଭେ ପ୍ରତିଦାନ ପାଇବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପରେ ଯୀଶୁ ତାଙ୍କର ଆତିଥ୍ୟକାରୀଙ୍କୁ କହିଲେ, “ଯେତେବେଳେ ତୁମେ ମଧ୍ୟାହ୍ନ ବା ନୈଶ ଭୋଜନର ଆୟୋଜନ କର, ତୁମର ବନ୍ଧୁବାନ୍ଧବ, ଭାଇ ଭଉଣୀ, ଆତ୍ମୀୟ ସ୍ୱଜନ କିମ୍ବା ଧନୀ ପଡ଼ୋଶୀମାନଙ୍କୁ ନିମନ୍ତ୍ରଣ କର ନାହିଁ - କାରଣ ସେମାନେ ତୁମକୁ ପ୍ରତିବଦଳରେ ନିମନ୍ତ୍ରଣ କରିବେ ଓ ଏହିପରି ଭାବରେ ତୁମେ ଯାହା କରିଥିଲ, ତାହାର ପ୍ରତିଦାନ ପାଇବ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ ପୁରସ୍କାର ପାଇବ ଯୀଶୁ ତାହାଙ୍କୁ ନିମନ୍ତ୍ରଣ କରିଥିବା ଫାରୂଶୀ ଜଣଙ୍କୁ କହିଲେ, “ତୁମ୍ଭେ କାହାରିକୁ ଦିନରେ ବା ରାତିରେ ଖାଇବାକୁ ନିମନ୍ତ୍ରଣ କଲାବେଳେ କେବଳ ତୁମ୍ଭର ଭାଇ, ବନ୍ଧୁ, କୁଟୁମ୍ବ ଓ ଧନୀ ପଡ଼ୋଶୀମାନଙ୍କୁ ଡାକ ନାହିଁ। କାରଣ ଅନ୍ୟ ବେଳେ ସେମାନେ ମଧ୍ୟ ତୁମ୍ଭକୁ ତାହାଙ୍କ ସହିତ ଖାଇବାକୁ ଡାକିବେ। ସେତେବେଳେ ତୁମ୍ଭେ ତୁମ୍ଭର ପ୍ରତିଦାନ ପାଇଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ଆପଣା ନିମନ୍ତ୍ରଣକାରୀଙ୍କୁ ମଧ୍ୟ କହିଲେ, “ଦିବସ ବା ରାତ୍ରିରେ ଭୋଜି ଦେଲେ ଆପଣା ବନ୍ଧୁ କି ଭାଇ କି ଆତ୍ମୀୟ କି ଧନୀ ପ୍ରତିବାସୀମାନଙ୍କୁ ନିମନ୍ତ୍ରଣ କର ନାହିଁ, କାଳେ ସେମାନେ ମଧ୍ୟ ଫେରି ତୁମ୍ଭକୁ ନିମନ୍ତ୍ରଣ କରିବେ ଓ ତୁମ୍ଭେ ପ୍ରତିଦାନ ପାଇବ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ଆପଣା ନିମନ୍ତ୍ରଣକାରୀଙ୍କୁ ମଧ୍ୟ କହିଲେ, ଦିବସ ବା ରାତ୍ରିରେ ଭୋଜି ଦେଲେ ଆପଣା ବନ୍ଧୁ କି ଭାଇ କି ଆତ୍ମୀୟ କି ଧନୀ ପ୍ରତିବାସୀମାନଙ୍କୁ ନିମନ୍ତ୍ରଣ କର ନାହିଁ, କାଳେ ସେମାନେ ମଧ୍ୟ ଫେରି ତୁମ୍ଭକୁ ନିମନ୍ତ୍ରଣ କରିବେ ଓ ତୁମ୍ଭେ ପ୍ରତିଦାନ ପାଇବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜುನ್ ಅಪ್ನಾಕ್ ಜೆವ್ನಾಕ್ ಬಲ್ವಲ್ಲ್ಯಾಕ್ “ಕನ್ನಾಬಿ ಜೆವ್ನಾಕ್ ಬಲ್ವುತಾನಾ ತಿಯಾ ತುಜ್ಯಾ ದೊಸ್ತಾಕ್ನಿ, ನಾಹೊಲ್ಯಾರ್ ಭಾವಾಕ್ನಿ, ನಾಹೊಲ್ಯಾರ್ ಸೊಯ್ರ್ಯಾಕ್ನಿ, ನಾಹೊಲ್ಯಾರ್, ತುಜ್ಯಾ ಸಾವ್ಕಾರ್ ಸೆಜಾರ್‍ಯಾಕ್ನಿ ಬಲ್ವುನಕೊ, ಕಶ್ಯಾಕ್ ಮಟ್ಲ್ಯಾರ್, ತೆನಿಬಿ ತುಕಾ ಜೆವ್ನಾಕ್ ಬಲ್ವುತ್ಯಾತ್. ಅನಿ ತಿಯಾ ತೆಂಕಾ ಕಾಯ್ ಕರ್‍ಲೆ, ತೆ ಸಗ್ಳೆ ತೆನಿ ತುಕಾಬಿ ಕರ್‍ತ್ಯಾತ್.