Luke 16:15 — Compare Translations

7 translations compared side by side

Odia - 1840
"ଯୀଶୁ ଫାରୂଶୀମାନଙ୍କୁ କହିଲେ, ଲୋକଙ୍କ ଆଗ ରେ ତୁମ୍ଭମାନେେ ନିଜକୁ ଭଲ ବୋଲି ଦେଖଇେ ହେଉଛ। କିନ୍ତୁ ତୁମ୍ଭମାନଙ୍କ ହୃଦୟ ରେ ପ୍ରକୃତ ରେ କ'ଣ ଅଛି, ତାହା ପରମେଶ୍ବର ଜାଣନ୍ତି। ଯେଉଁସବୁ ବିଷୟକୁ ଲୋକମାନେ ବହୁତ ମୂଲ୍ଯବାନ ବୋଲି ମନେ କରିଥାନ୍ତି, ତାହା ପରମେଶ୍ବରଙ୍କ ଦୃଷ୍ଟି ରେ ମୂଲ୍ଯ ହୀନ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସେ ସେମାନଙ୍କୁ କହିଲେ, ଯେଉଁମାନେ ଆପଣା ଆପଣାକୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ଦେଖାନ୍ତି, ତୁମ୍ଭେମାନେ ସେହିପ୍ରକାର ଲୋକ, କିନ୍ତୁ ଈଶ୍ଵର ତୁମ୍ଭମାନଙ୍କର ହୃଦୟ ଜାଣନ୍ତି; କାରଣ ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଉଚ୍ଚୀକୃତ, ତାହା ଈଶ୍ଵରଙ୍କ ଦୃଷ୍ଟିରେ ଘୃଣିତ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅନ୍ୟ ଲୋକମାନଙ୍କ ଦୃଷ୍ଟିରେ ନିଜକୁ ଧାର୍ମିକ ବୋଲି ଦେଖାଇ ଥାଅ, କିନ୍ତୁ ଈଶ୍ୱର ତୁମ ହୃଦୟ ଜାଣନ୍ତି। କାରଣ ଯେଉଁ ବିଷୟଗୁଡ଼ିକ ମନୁଷ୍ୟ ଦୃଷ୍ଟିରେ ବହୁମୂଲ୍ୟ, ଈଶ୍ୱରଙ୍କ ଦୃଷ୍ଟିରେ ସେଗୁଡ଼ିକ ମୂଲ୍ୟହୀନ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କ ଆଗରେ ତୁମ୍ଭେମାନେ ନିଜକୁ ଭଲ ବୋଲି ଦେଖେଇ ହେଉଛ। କିନ୍ତୁ ତୁମ୍ଭମାନଙ୍କ ହୃଦୟରେ ପ୍ରକୃତରେ କ’ଣ ଅଛି, ତାହା ପରମେଶ୍ୱର ଜାଣନ୍ତି। ଯେଉଁସବୁ ବିଷୟକୁ ଲୋକମାନେ ବହୁତ ମୂଲ୍ୟବାନ୍ ବୋଲି ମନେ କରିଥା’ନ୍ତି, ତାହା ପରମେଶ୍ୱରଙ୍କ ଦୃଷ୍ଟିରେ ମୂଲ୍ୟ ହୀନ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଯେଉଁମାନେ ନିଜ ନିଜକୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ଦେଖାନ୍ତି, ତୁମ୍ଭେମାନେ ସେହି ପ୍ରକାର ଲୋକ, କିନ୍ତୁ ଈଶ୍ବର ତୁମ୍ଭମାନଙ୍କର ହୃଦୟ ଜାଣନ୍ତି; କାରଣ ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଉଚ୍ଚୀକୃତ, ତାହା ଈଶ୍ବରଙ୍କ ଦୃଷ୍ଟିରେ ଘୃଣିତ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଯେଉଁମାନେ ନିଜ ନିଜକୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ଦେଖାନ୍ତି, ତୁମ୍ଭେମାନେ ସେହି ପ୍ରକାର ଲୋକ, କିନ୍ତୁ ଈଶ୍ୱର ତୁମ୍ଭମାନଙ୍କର ହୃଦୟ ଜାଣନ୍ତି; କାରଣ ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଉଚ୍ଚୀକୃତ, ତାହା ଈଶ୍ୱରଙ୍କ ଦୃଷ୍ଟିରେ ଘୃଣିତ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುನ್ ತೆಂಕಾ “ಲೊಕಾಂಚ್ಯಾ ಡೊಳ್ಯಾಕ್ನಿ ತುಮಿ ತುಮ್ಕಾಚ್ ಬರಿ ಮಾನ್ಸಾ ಮನುನ್ ದಾಕ್ವುನ್ ದಿತ್ಯಾಶಿ, ಖರೆ, ದೆವಾಕ್ ತುಮ್ಚೊ ಮನ್ ಕಸೊ ಹಾಯ್ ಮನ್ತಲೆ ಗೊತ್ತ್ ಹಾಯ್, ಮಾನ್ಸಾನಿ ಲೈ ಮೊಟ್ಯಾ ಕಿಮ್ತಿಚೆ ಮನುನ್ ಯವಜಲ್ಲ್ಯಾಚಿ ಕಿಮ್ಮತ್ ದೆವಾಚ್ಯಾ ನದ್ರೆತ್ ಕಾಯ್ಬಿ ನ್ಹಯ್”.