Luke 16:25 — Compare Translations
7 translations compared side by side
Odia - 1840
"କିନ୍ତୁ ଅବ୍ରାହାମ କହିଲେ, 'ପୁଅ, ତୁ ଯେତବେେଳେ ବଞ୍ଚିଥିଲୁ, ସେତବେେଳେ କଥା ଟିକିଏ ମନେ ପକା। ତୁ ଜୀବନ ରେ ସମସ୍ତ ବିଷୟ ପାଇଛୁ। କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମ ରେ ଅଛି ଓ ତୁ ୟନ୍ତ୍ରଣା ଭୋଗୁଛୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଅବ୍ରହାମ କହିଲେ, ପୁଅରେ, ତୁ ଯେ ବଞ୍ଚିଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ଵନା ପାଉଅଛି, ଆଉ ତୁ କଲବଲ ହେଉଅଛୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
“କିନ୍ତୁ ଅବ୍ରାହମ କହିଲେ, ‘ହେ ମୋର ପୁଅ, ତୁ ଯେ ଜୀବନରେ ସମସ୍ତ ଉକ୍ରୃଷ୍ଟ ବିଷୟ ଭୋଗ କଲୁ, କିନ୍ତୁ ଲାଜାର କେବଳ ନିକୃଷ୍ଟ ବିଷୟ ପାଇଥିଲା, ତାହା ସ୍ମରଣ କର। କିନ୍ତୁ ବର୍ତ୍ତମାନ ସେ ଏଠାରେ ସୁଖ ଭୋଗ କରୁଛି ଓ ତୁ କଷ୍ଟ ଭୋଗ କରୁଛୁ।
Odia Bible ERV 2004 (ପବିତ୍ର ବାଇବଲ)
“କିନ୍ତୁ ଅବ୍ରହାମ କହିଲେ, ‘ପୁଅ, ତୁ ଯେତେବେଳେ ବଞ୍ଚିଥିଲୁ, ସେତେବେଳେ କଥା ଟିକିଏ ମନେ ପକା। ତୁ ଜୀବନରେ ସମସ୍ତ ବିଷୟ ପାଇଛୁ। କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମରେ ଅଛି ଓ ତୁ ଯନ୍ତ୍ରଣା ଭୋଗୁଛୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଅବ୍ରହାମ କହିଲେ, ‘ପୁଅରେ, ତୁ ଯେ ଜୀବିତ ଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଅବ୍ରାହାମ କହିଲେ, ପୁଅରେ, ତୁ ଯେ ଜୀବିତ ଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಅಬ್ರಾಹಾಮಾನ್ ತೆಕಾ, “ಮಾಜ್ಯಾ ಲೆಕಾ, ಯಾದ್ ಕರ್, ತುಜ್ಯಾ ಜಿವನಾತ್ ತುಕಾ ಸಾವ್ಕಾರ್ಕಿಚೆ ಜಿವನ್ ಹೊತ್ತೆ,ಖರೆ ಲಾಜರಸಾಚೆ ಜಿವನ್ ಲೈ ತರಾಸಾಚೆ ಹೊತ್ತೆ, ತೆಚೆಕ್ಡೆ ಕಾಯ್ಬಿ ನತ್ತೆ. ಖರೆ ಅತ್ತಾ ತಿಯಾ ತರಾಸಾನ್ ವಳ್ವಳುನ್ಗೆತ್ ಹಾಸ್, ಅನಿ ತೊ ಹಿತ್ತೆ ಮಜ್ಯಾ ಕರುನ್ಗೆತ್, ಕುಶಿನ್ ಹಾಯ್.