Luke 18:31 — Compare Translations

7 translations compared side by side

Odia - 1840
"ତା'ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ଯଙ୍କୁ କହିଲେ, ଶୁଣ, ଆମ୍ଭମାନେେ ୟିରୂଶାଲମକୁ ଯାଉଛୁ। ପରମେଶ୍ବର ଭବିଷ୍ଯଦ୍ବକ୍ତାମାନଙ୍କୁ ମନୁଷ୍ଯପୁତ୍ରଙ୍କ ବିଷୟ ରେ ଯାହା ସବୁ ଲେଖି ବାକୁ କହିଥିଲେ, ସେ ସବୁ ଘଟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ସେ ଦ୍ଵାଦଶଙ୍କୁ ଅନ୍ତର କରି ସେମାନଙ୍କୁ କହିଲେ, ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରୁଅଛୁ, ଆଉ ଭାବବାଦୀମାନଙ୍କ ଦ୍ଵାରା ଯେସମସ୍ତ ବିଷୟ ଲିଖିତ ଅଛି, ସେସମସ୍ତ ମନୁଷ୍ୟପୁତ୍ରଙ୍କଠାରେ ସଫଳ ହେବ;
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ବାର ଶିଷ୍ୟଙ୍କୁ ଗୋଟିଏ ପାଖକୁ ଡ଼ାକି ନେଇ କହିଲେ, “ଶୁଣ! ଆମେ ଯିରୂଶାଲମକୁ ଯାଉଛୁ, ସେଠାରେ ଭାବବାଦୀମାନେ ମନୁଷ୍ୟପୁତ୍ରଙ୍କ ବିଷୟରେ ଲେଖାଥିବା ପ୍ରତ୍ୟେକ ବିଷୟ ସଫଳ ହେବ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ମୃତ୍ୟୁରୁ ପୁଣି ଜୀବିତ ହେବେ ତା’ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ୟଙ୍କୁ କହିଲେ, “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ପରମେଶ୍ୱର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମନୁଷ୍ୟପୁତ୍ରଙ୍କ ବିଷୟରେ ଯାହାସବୁ ଲେଖିବାକୁ କହିଥିଲେ, ସେ ସବୁ ଘଟିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, “ଦେଖ, ଆମ୍ଭେମାନେ ଯିରୂଶାଲମ ସହରକୁ ଯାଉଅଛୁ, ଆଉ ଭାବବାଦୀମାନଙ୍କ ଦ୍ୱାରା ଯେଉଁ ସମସ୍ତ ବିଷୟ ଲେଖାଯାଇଅଛି, ସେ ସମସ୍ତ ମନୁଷ୍ୟପୁତ୍ରଙ୍କଠାରେ ସଫଳ ହେବ;
Odia IRV 2017 (ଓଡିଆ ବାଇବେଲ)
ପରେ ସେ ବାର ଜଣ ଶିଷ୍ୟଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାଉଅଛୁ, ଆଉ ଭାବବାଦୀମାନଙ୍କ ଦ୍ୱାରା ଯେଉଁ ସମସ୍ତ ବିଷୟ ଲେଖାଯାଇଅଛି, ସେ ସମସ୍ତ ମନୁଷ୍ୟପୁତ୍ରଙ୍କଠାରେ ସଫଳ ହେବ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುನ್ ಬಾರಾ ಶಿಸಾಕ್ನಿ ಬಲ್ವುನ್ ಘೆಟ್ಲ್ಯಾನ್, ಅನಿ ತೆಂಕಾ, “ಆಯ್ಕಾ! ಅತ್ತಾ ಅಮಿ ಜೆರುಜಲೆಮಾಕ್ ಜಾವ್ಕ್ ಲಾಗ್ಲಾಂವ್, ಥೈ ಪ್ರವಾದ್ಯಾನ್, ಮಾನ್ಸಾಚ್ಯಾ ಲೆಕಾಚ್ಯಾ ವಿಶಯಾತ್ ಲಿವಲ್ಲೆ ಸಗ್ಳೆ ಖರೆ ಹೊತಾ”.