Luke 18:7 — Compare Translations

7 translations compared side by side

Odia - 1840
"ପରମେଶ୍ବରଙ୍କ ଦ୍ବାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥାନ୍ତି। ଯାହା ଠିକ୍, ତାହା ପରମେଶ୍ବର ତାହାଙ୍କ ଲୋକଙ୍କୁ ସ ଦବେଳେେ ଦଇେଥାନ୍ତି। ନିଜ ଲୋକଙ୍କୁ ଉତ୍ତର ଦବୋ ରେ ପରମେଶ୍ବର ଆଦୌ ବିଳମ୍ବ କରିବେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ଈଶ୍ଵରଙ୍କର ଯେଉଁ ମନୋନୀତ ଲୋକମାନେ ଦିବାରାତ୍ର ତାହାଙ୍କୁ ଡାକୁଥାଆନ୍ତି, ସେ କି ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ ନାହିଁ, ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି?
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁମାନେ ସବୁବେଳେ ସାହାଯ୍ୟ ପାଇଁ ଈଶ୍ୱରଙ୍କଠାରେ ପ୍ରାର୍ଥନା ନିବେଦନ କରନ୍ତି, ଈଶ୍ୱର ତାଙ୍କର ସେହି ନିଜ ଲୋକମାନଙ୍କ ସପକ୍ଷରେ କ’ଣ ବିଚାର କରିବେ ନାହିଁ?
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥା’ନ୍ତି। ଯାହା ଠିକ୍, ତାହା ପରମେଶ୍ୱର ତାହାଙ୍କ ଲୋକଙ୍କୁ ସଦାବେଳେ ଦେଇଥା’ନ୍ତି। ନିଜ ଲୋକଙ୍କୁ ଉତ୍ତର ଦେବାରେ ପରମେଶ୍ୱର ଆଦୌ ବିଳମ୍ବ କରିବେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ଈଶ୍ବରଙ୍କର ଯେଉଁ ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ଡାକୁଥାଆନ୍ତି, ସେ କି ସେମାନଙ୍କର ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିକାର କରିବେ ନାହିଁ, ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି?
Odia IRV 2017 (ଓଡିଆ ବାଇବେଲ)
ତେବେ ଈଶ୍ୱରଙ୍କର ଯେଉଁ ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ଡାକୁଥାଆନ୍ତି, ସେ କି ସେମାନଙ୍କର ପ୍ରତି କରାଯାଇଥିବା ଅନ୍ୟାୟର ବିଚାର କରିବେ ନାହିଁ, ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘସହିଷ୍ଣୁୁ ଅଟନ୍ତି?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತರ್ ಅತ್ತಾ, ದೆವ್ ಅಪ್ನಾಕ್ಡೆ ದಿಸ್ -ರಾತ್ ಮಾಗ್ತಲ್ಯಾ ಅಪ್ನಾಚ್ಯಾ ಲೊಕಾಕ್ನಿ ನ್ಯಾಯ್ ಕರುನ್ ದಿ ನಾ ಕಾಯ್? ತೊ ಲಗ್ಗುನಾಚ್ ತೆಂಕಾ ತೆನಿ ಮಾಗಲ್ಲೆ ದಿ,ನಾ ಕಾಯ್?