Luke 19:22 — Compare Translations

7 translations compared side by side

Odia - 1840
"ତା'ପରେ ରାଜା ସହେି ଚାକରକୁ କହିଲେ, 'ତୁମ୍ଭେ ଜଣେ ଦୁଷ୍ଟ ଚାକର। ତୁମ୍ଭେ ମାେ ପ୍ରତି ବ୍ଯବହାର କରିଥିବା ଭାଷା ରେ ମୁଁ ତୁମ୍ଭରି ବିଚାର କରିବି। ତୁମ୍ଭେ କହିଛ ଯେ, ମୁଁ ଜଣେ କଠାେର ବ୍ଯକ୍ତି। ପୁଣି କହିଛ ଯେ ମୁଁ ଅର୍ଜ୍ବନ ନକରି ଟଙ୍କା ନିଏ ଓ ଉତ୍ପନ୍ନ ନକରି ମଧ୍ଯ ଖାଦ୍ୟଶସ୍ଯ ସଂଗ୍ରହ କରେ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି । ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି ଯାହା ବୁଣି ନ ଥାଏ, ତାହା କାଟେ, ଏହା କଅଣ ଜାଣିଥିଲୁ?
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ତାକୁ କହିଲେ, ‘ଆରେ ଦୁଷ୍ଟ ଦାସ! ମୁଁ ତୋ’ କଥାରେ ତୋତେ ଦୋଷୀ କରିବି! ତୁ ଜାଣୁ ଯେ ମୁଁ ଜଣେ ନିଷ୍ଠୁର ଲୋକ, ଯାହା ମୋର ନୁହେଁ, ମୁଁ ତାହା ନେଇଥାଏ ଓ ମୁଁ ଯାହା ବୁଣି ନ ଥାଏ, ତାହା କାଟି ଥାଏ।
Odia Bible ERV 2004 (ପବିତ୍ର ବାଇବଲ)
“ତା’ପରେ ରାଜା ସେହି ଗ୍ଭକରକୁ କହିଲେ, ‘ତୁମ୍ଭେ ଜଣେ ଦୁଷ୍ଟ ଗ୍ଭକର। ତୁମ୍ଭେ ମୋ’ ପ୍ରତି ବ୍ୟବହାର କରିଥିବା ଭାଷାରେ ମୁଁ ତୁମ୍ଭରି ବିଗ୍ଭର କରିବି। ତୁମ୍ଭେ କହିଛ ଯେ, ମୁଁ ଜଣେ କଠୋର ବ୍ୟକ୍ତି। ପୁଣି କହିଛ ଯେ ମୁଁ ଅର୍ଜନ ନ କରି ଟଙ୍କା ନିଏ ଓ ଉତ୍ପନ୍ନ ନ କରି ମଧ୍ୟ ଖାଦ୍ୟଶସ୍ୟ ସଂଗ୍ରହ କରେ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି। ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି, ଯାହା ବୁଣି ନ ଥାଏ, ତାହା କାଟେ, ଏହା କଅଣ ଜାଣିଥିଲୁ?
Odia IRV 2017 (ଓଡିଆ ବାଇବେଲ)
ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି । ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି, ଯାହା ବୁଣି ନ ଥାଏ, ତାହା କାଟେ, ଏହା କ'ଣ ଜାଣିଥିଲୁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಧನಿಯಾನ್ ತೆಕಾ “ಬುರ್ಶ್ಯಾ ಆಳಾ ತಿಯಾ ಬುರ್ಸೊ ಮನುನ್ ದಾಕ್ವುಕ್ ಮಿಯಾ, ತಿಯಾ ಸಾಂಗಲ್ಲ್ಯಾ ಗೊಸ್ಟಿಯಾಂಚೊ ವಾಪರ್‍ತಾ.ಮಿಯಾ ಕಟೊರ್ ಮಾನುಸ್ ಮನುನ್ ತುಕಾ ಗೊತ್ತ್ ಹಾಯ್, ಮಾಜೆ ನ್ಹಯ್ ಮನುನ್ ಹೊತ್ತೆ ಸೈತ್ ಮಿಯಾ ಘೆತಾ, ಅನಿ ಮಿಯಾ ಪೆರಿನಸಲ್ಲೆ ಪಿಕ್ಕ್ ಮಿಯಾ ಕಾತರ್‍ತಾ.