Luke 19:37 — Compare Translations
7 translations compared side by side
Odia - 1840
"ଯୀଶୁ ୟିରୂଶାଲମର ପାଖ ହାଇେ ଆସୁଥିଲେ, ସେ ଜୀତପର୍ବତର ପାଦ ଦେଶ ନିକଟରେ ପହନ୍ଚିଲେ। ଯୀଶୁଙ୍କର ସମୁଦାୟ ଶିଷ୍ଯଦଳ ଖୁସି ଥିଲେ। ସମାନେେ ଉଚ୍ଚସ୍ବର ରେ ପରମେଶ୍ବରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ। ସମାନେେ ଯେଉଁ ସବୁ ଶକ୍ତିର କାର୍ୟ୍ଯମାନ ଦେଖୁଥିଲେ, ସେଥିପାଇଁ ପରମେଶ୍ବରଙ୍କ ସ୍ତୁତିଗାନ କଲେ। ସମାନେେ କହିଲେ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ସମସ୍ତ ଶକ୍ତିର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚ ସ୍ଵର କରି ଈଶ୍ଵରଙ୍କର ପ୍ରଶଂସା କରୁ କରୁ କହିଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଯିରୂଶାଲମର ନିକଟବର୍ତ୍ତୀ ହେବା ସମୟରେ ଯେଉଁଠାରେ ରାସ୍ତାଟି ଜୀତ ପର୍ବତ ଆଡ଼େ ଯାଇଥିଲା, ସେଇଠି ତାଙ୍କୁ ଅନୁଗମନ କରୁଥିବା ଏକ ମହାଜନତା ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଲାଗିଲେ ଏବଂ ସେମାନେ ଯେଉଁ ମହତ୍ ବିଷୟ ସବୁ ଦେଖିଥିଲେ, ସେଥିପାଇଁ ଉଚ୍ଚ ସ୍ୱରରେ ତାଙ୍କର ପ୍ରଶଂସା କରି କହିଲେ:
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଯିରୁଶାଲମର ପାଖ ହୋଇ ଆସୁଥିଲେ, ସେ ଜୀତପର୍ବତର ପାଦଦେଶ ନିକଟରେ ପହଞ୍ଚିଲେ। ଯୀଶୁଙ୍କର ସମୁଦାୟ ଶିଷ୍ୟଦଳ ଖୁସୀ ଥିଲେ। ସେମାନେ ଉଚ୍ଚସ୍ୱରରେ ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ। ସେମାନେ ଯେଉଁସବୁ ଶକ୍ତିର କାର୍ଯ୍ୟମାନ ଦେଖୁଥିଲେ, ସେଥିପାଇଁ ପରମେଶ୍ୱରଙ୍କ ସ୍ତୁତିଗାନ କଲେ। ସେମାନେ କହିଲେ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ସମସ୍ତ ମହତର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚସ୍ୱର କରି ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ,
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ସମସ୍ତ ମହତର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚ ସ୍ୱର କରି ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ಜೆರುಜಲೆಮಾಚ್ಯಾ ಜಗ್ಗೊಳ್ ಯೆವ್ನ್ ಪಾವಲ್ಲ್ಯಾ ತನ್ನಾ, ಮಟ್ಲ್ಯಾರ್ ಒಲಿವ್ ಮಡ್ದಿ ವೈನಾ ಉತರ್ತಲ್ಯಾ ಜಾಗ್ಯಾರ್, ಥೈ ರಸ್ತ್ಯಾಕ್ ಉತಾರ್ ಹೊತ್ತೆ, ಥೈ ತೆಚ್ಯಾ ಶಿಸಾಂಚೊ ಮೊಟೊ ತಾಂಡೊ ಅಪ್ನಿ ಬಗಟಲ್ಲ್ಯಾ ಮೊಟ್ಯಾ ಮೊಟ್ಯಾ ವಿಚಿತ್ರ್ ಕಾಮಾಂಚ್ಯಾಸಾಟ್ನಿ ದೆವಾಕ್ ಮೊಟ್ಯಾನ್ ಬೊಬ್ ಮಾರುನ್ ಧನ್ಯವಾದ್ ದಿವ್ಕ್ ಲಾಗಲ್ಲೊ, ಅನಿ ಹೊಗ್ಳುಕ್ ಲಾಗಲ್ಲೊ.