Luke 19:8 — Compare Translations

7 translations compared side by side

Odia - 1840
"ଜଖିୟ ପ୍ରଭୁଙ୍କୁ କହିଲେ, ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମାେ ଧନର ଅଧା ଗରିବଙ୍କୁ ବାଣ୍ଟି ଦବେି। ମୁଁ ଯଦି କାହାରିକୁ ଠକିଥାଏ, ତବେେ ସହେି ଲୋକକୁ ଚାରିଗୁଣ ଧନ ଫରୋଇ ଦବେି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଜଖୀୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋର ସମ୍ପତ୍ତିର ଅର୍ଦ୍ଧେକ ମୁଁ ଦରିଦ୍ରମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ଫେରାଇ ଦେଉଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଜଖିୟ ପ୍ରଭୁଙ୍କୁ କହିଲା, “ଗୁରୁ! ଶୁଣନ୍ତୁ! ମୁଁ ମୋ’ ସମ୍ପତ୍ତିର ଅଧେ ଦରିଦ୍ରମାନଙ୍କୁ ଦାନ କରିବି ଏବଂ ଯଦି ମୁଁ କାହାଠାରୁ କିଛି ଠକାଇ ନେଇଥାଏ, ତେବେ ଚାରି ଗୁଣରେ ତାକୁ ଫେରାଇ ଦେବି।”
Odia Bible ERV 2004 (ପବିତ୍ର ବାଇବଲ)
ଜଖିୟ ପ୍ରଭୁଙ୍କୁ କହିଲେ, “ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମୋ’ ଧନର ଅଧା ଗରିବଙ୍କୁ ବାଣ୍ଟି ଦେବି। ମୁଁ ଯଦି କାହାରିକୁ ଠକିଥାଏ, ତେବେ ସେହି ଲୋକକୁ ଗ୍ଭରି ଗୁଣ ଧନ ଫେରାଇ ଦେବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଜଖୀୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋହର ସମ୍ପତ୍ତିର ଅଧା ମୁଁ ଗରିବମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ଫେରାଇ ଦେଉଅଛି।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଜଖିୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋର ସମ୍ପତ୍ତିର ଅଧା ମୁଁ ଗରିବମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ଫେରାଇ ଦେଉଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜಾಕ್ಕೆವ್ಸ್ ಉಟುನ್ ಇಬೆ ರ್‍ಹಾಲೊ, ಅನಿ ಧನಿಯಾಕ್ “ಗುರುಜಿ ಆಯ್ಕಾ! ಮಾಜೆ ಮನುನ್ ಹೊತ್ತ್ಯಾತ್ಲೆ ಅರ್ದ್ಯಾಕ್ ಅರ್‍ದೆ, ಮಿಯಾ ಗರಿಬಾಕ್ನಿ ದಿತಾ, ಅನಿ ಕೊನಾಕ್-ಕೊನಾಕ್ ಮಿಯಾ ಪಸ್ವುಲಾ,ತೆಂಕಾ ತೆಚ್ಯಾ ಚಾರ್ ಪಟ್ ಪರ್ತುನ್ ದಿತಾ”, ಮಟ್ಲ್ಯಾನ್‍.