Luke 2:38 — Compare Translations

7 translations compared side by side

Odia - 1840
"ସେ ସହେି ସମୟରେ ଶିଶୁ ଓ ତା'ର ବାପାମାଆଙ୍କ ପାଖକୁ ଆସିଲେ। ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ଯେଉଁମାନେ ୟିରୁଶାଲମର ମୁକ୍ତିର ଅପେକ୍ଷା ରେ ଥିଲେ, ସହେି ସମସ୍ତ ଲୋକଙ୍କୁ ସେ ଯୀଶୁଙ୍କ ବିଷୟ ରେ କହିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ଦଣ୍ତରେ ସେ ଉପସ୍ଥିତ ହୋଇ ଈଶ୍ଵରଙ୍କର ସ୍ତୁତିବାଦ କରୁ କରୁ ଯିରୂଶାଲମର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଶିଶୁ ଯୀଶୁ ମନ୍ଦିରରେ ଉତ୍ସର୍ଗୀକୃତ ହେବାବେଳେ ହାନ୍ନା ସେଠାରେ ପହଞ୍ôଚ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ଈଶ୍ୱର ଯିରୂଶାଲମକୁ ଉଦ୍ଧାର କରିବେ ବୋଲି ଯେଉଁମାନେ ବିଶ୍ୱାସ କରି ଅପେକ୍ଷା କରୁଥିଲେ, ସେ ସମସ୍ତଙ୍କୁ ଶିଶୁଙ୍କ ବିଷୟରେ କହିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେ ସେହି ସମୟରେ ଶିଶୁ ଓ ତା’ର ବାପାମାଙ୍କ ପାଖକୁ ଆସିଲେ। ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ଯେଉଁମାନେ ଯିରୁଶାଲମର ମୁକ୍ତିର ଅପେକ୍ଷାରେ ଥିଲେ, ସେହି ସମସ୍ତ ଲୋକଙ୍କୁ ସେ ଯୀଶୁଙ୍କ ବିଷୟରେ କହିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ ଯିରୂଶାଲମ ସହରର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ।
Odia IRV 2017 (ଓଡିଆ ବାଇବେଲ)
ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ୱରଙ୍କ ପ୍ରଶଂସା କରୁ କରୁ ଯିରୂଶାଲମର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಎಳಾರ್ ತಿ ಪೊರಾಂಚ್ಯಾ ಬಾಯ್ ಬಾಬಾಕ್ಡೆ ಯೆಲಿ, ದೆವಾಕ್ ಧನ್ಯವಾದ್ ದಿಲಿನ್, ಅನಿ ಜೆರುಜಲೆಮಾಚ್ಯಾ ಸುಟ್ಕೆಚಿ ವಾಟ್ ಬಗುನ್ಗೆತ್ ಹೊತ್ತ್ಯಾಂಚ್ಯಾಕ್ಡೆ, ತೆನಿ ಹ್ಯಾ ಪೊರಾಂಚ್ಯಾ ವಿಶಯಾತ್ ಬೊಲ್ಲಿನ್.