Luke 20:26 — Compare Translations

7 translations compared side by side

Odia - 1840
"ଲୋକମାନେ ଯୀଶୁଙ୍କର ଏହି ବୁଦ୍ଧିପୂର୍ଣ୍ଣ ଉତ୍ତର ଶୁଣି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କିଛି କହି ପାରିଲେ ନାହିଁ। ସମାନେେ ଯୀଶୁଙ୍କୁ ସମସ୍ତଙ୍କ ଆଗ ରେ ଫାନ୍ଦ ରେ ପକାଇ ପାରିଲେ ନାହିଁ। ଯୀଶୁ ଏଭଳି କିଛି କହିଲେ ନାହିଁ, ଯାହାକୁ ସମାନେେ ଯୀଶୁଙ୍କ ବିରୁଦ୍ଧ ରେ ବ୍ଯବହାର କରିପାରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ସେମାନେ ଲୋକମାନଙ୍କ ସାକ୍ଷାତରେ ତାହାଙ୍କ କଥାର ଛିଦ୍ର ଧରି ପାରିଲେ ନାହିଁ, ଆଉ ସେମାନେ ତାହାଙ୍କ ଉତ୍ତରରେ ଚମତ୍କୃତ ହୋଇ ନୀରବ ରହିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେଠାରେ ସେମାନେ କୌଣସି ଉପାୟରେ ତାଙ୍କୁ ଧରି ନ ପାରି ଚୁପ୍ ରହିଲେ ଓ ତାଙ୍କ ଉତ୍ତରରେ ଚମତ୍‌କୃତ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ଲୋକମାନେ ଯୀଶୁଙ୍କର ଏହି ବୁଦ୍ଧିପୂର୍ଣ୍ଣ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କିଛି କହି ପାରିଲେ ନାହିଁ। ସେମାନେ ଯୀଶୁଙ୍କୁ ସମସ୍ତଙ୍କ ଆଗରେ ଫାନ୍ଦରେ ପକାଇ ପାରିଲେ ନାହିଁ। ଯୀଶୁ ଏଭଳି କିଛି କହିଲେ ନାହିଁ, ଯାହାକୁ ସେମାନେ ଯୀଶୁଙ୍କ ବିରୁଦ୍ଧରେ ବ୍ୟବହାର କରି ପାରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ସେମାନେ ଲୋକମାନଙ୍କ ସାକ୍ଷାତରେ ତାହାଙ୍କ କଥାର ଭୁଲ୍ ଧରି ପାରିଲେ ନାହିଁ, ଆଉ ସେମାନେ ତାହାଙ୍କ ଉତ୍ତରରେ ଆଶ୍ଚର୍ଯ୍ୟ ହୋଇ ନୀରବ ରହିଲେ।
Odia IRV 2017 (ଓଡିଆ ବାଇବେଲ)
ଏଥିରେ ସେମାନେ ଲୋକମାନଙ୍କ ସାକ୍ଷାତରେ ତାହାଙ୍କ କଥାର ଭୁଲ୍ ଧରି ପାରିଲେ ନାହିଁ, ଆଉ ସେମାନେ ତାହାଙ୍କ ଉତ୍ତରରେ ଆଶ୍ଚର୍ଯ୍ୟ ହୋଇ ନୀରବ ରହିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಥೈ ಲೊಕಾಂಚ್ಯಾ ಇದ್ರಾಕ್ ತೆನಿ ತೆಕಾ ಕಸ್ಲ್ಯಾಬಿ ಚುಕಿತ್ ಸಿರ್‍ಕುಕ್ ಹೊವ್ಕ್ ನಾ, ತಸೆ ಮನುನ್ ಥಂಡ್ ಪಡ್ಲ್ಯಾನಿ. ಅನಿ ಜೆಜುನ್ ಸಾಂಗಲ್ಲೊ ಜಬಾಬ್ ಆಯ್ಕುನ್ ಅಜಾಪ್ ಹೊಲ್ಯಾನಿ.