Luke 20:28 — Compare Translations

7 translations compared side by side

Odia - 1840
"ଗୁରୁ! ମାଶାେ ଆମ୍ଭ ପାଇଁ ଲେଖିଥିଲେ ଯେ ଯଦି ଜଣେ ବିବାହିତ ପୁରୁଷ କୌଣସି ସନ୍ତାନସନ୍ତତି ନଥାଇ ମରିଯାଏ, ତବେେ ତାର ଭାଇ ନିଶ୍ଚୟ ସହେି ମୃତ ଭାଇର ପତ୍ନୀକୁ ବିବାହ କରିବ। ତାହାହେଲେ ସେ ତା ମୃତ ଭାଇ ପାଇଁ ସହେି ସ୍ତ୍ରୀଠାରୁ ସନ୍ତାନସନ୍ତତି ଉତ୍ପନ୍ନ କରି ପାରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ, ଭାର୍ଯ୍ୟା ଥାଉ ଥାଉ ନିଃସନ୍ତାନ ହୋଇ ମରେ, ତାହାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ହେ ଗୁରୁ, ମୋଶା ଆମ ପାଇଁ ଏହି ବ୍ୟବସ୍ଥା ଲେଖିଥିଲେ: ‘ଯଦି ଜଣେ ଲୋକ ନିଃସନ୍ତାନ ହୋଇ ମରିଯାଏ, ତା’ର ବିଧବା ସ୍ତ୍ରୀକୁ ସେହି ଲୋକର ଭାଇ ବିବାହ କରିବା ଉଚିତ୍ ତା’ହେଲେ ସେମାନଙ୍କ ସନ୍ତାନମାନେ ମୃତ ବ୍ୟକ୍ତିର ସନ୍ତାନ ବୋଲି ବିବେଚିତ ହେବେ।
Odia Bible ERV 2004 (ପବିତ୍ର ବାଇବଲ)
“ଗୁରୁ! ମୋଶା ଆମ୍ଭ ପାଇଁ ଲେଖିଥିଲେ ଯେ ଯଦି ଜଣେ ବିବାହିତ ପୁରୁଷ କୌଣସି ସନ୍ତାନସନ୍ତତି ନ ଥାଇ ମରିଯାଏ, ତେବେ ତା’ର ଭାଇ ନିଶ୍ଚୟ ସେହି ମୃତ ଭାଇର ପତ୍ନୀକୁ ବିବାହ କରିବ। ତାହାହେଲେ ସେ ତା’ ମୃତ ଭାଇ ପାଇଁ ସେହି ସ୍ତ୍ରୀଠାରୁ ସନ୍ତାନସନ୍ତତି ଉତ୍ପନ୍ନ କରି ପାରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ, ସ୍ତ୍ରୀ ଥାଉ ଥାଉ ନିଃସନ୍ତାନ ହୋଇ ମରେ, ତାହାହେଲେ ତାହାର ଭାଇ ତାହାର ସ୍ତ୍ରୀକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ।
Odia IRV 2017 (ଓଡିଆ ବାଇବେଲ)
ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ, ସ୍ତ୍ରୀ ଥାଉ ଥାଉ ନିଃସନ୍ତାନ ହୋଇ ମରେ, ତାହାହେଲେ ତାହାର ଭାଇ ତାହାର ସ୍ତ୍ରୀକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ ಗುರುಜಿ ಮೊಯ್ಜೆನ್ ಅಮ್ಚ್ಯಾಸಾಟ್ನಿ ಎಕ್ ಘೊಮಾನುಸ್ ನಗಿನ್ ಕರುನ್ ಘೆತಾ, ಅನಿ ಪೊರಾ ನಸ್ತಾನಾ ಮರ್ಲ್ಯಾರ್, ತ್ಯಾ ಮರಲ್ಲ್ಯಾ ಮಾನ್ಸಾಚ್ಯಾ ಭಾವಾನ್ ತ್ಯಾ ಬಾಯ್ಕೊಮನಿಕ್ಡೆ ಲಗಿನ್ ಹೊವ್ಚೆ, ಅನಿ ತೆಂಕಾ ಹೊಲ್ಲಿ ಪೊರಾ ತ್ಯಾ ಮರಲ್ಲ್ಯಾ ಭಾವಾಚಿ ಪೊರಾ ಮನುನ್ ಘೆವ್ಚೆ” ಮನುನ್ ಎಕ್ ಖಾಯ್ದೊ ಲಿವ್ಲ್ಯಾನಾಯ್.