Luke 21:25 — Compare Translations

7 translations compared side by side

Odia - 1840
"ସୂର୍ୟ୍ଯ, ଚନ୍ଦ୍ର ଓ ତାରାମାନଙ୍କ ରେ ସଙ୍କତେ ରୂପକ ଅନକେ ଅଦ୍ଭୁତ ବିଷୟ ଘଟିବ। ପୃଥିବୀ ରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ'ଣ ପାଇଁ ଏପରି ହେଲା, ଜାଣିବେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଳେଶ ଘଟିବ, ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ହତବୁଦ୍ଧି ହେବେ,
Odia BSI (ପବିତ୍ର ବାଇବଲ (CL) NT (BSI))
“ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାନଙ୍କରେ ଅଦ୍ଭୁତ ଲକ୍ଷଣ ଦେଖାଯିବ। ସବୁ ଦେଶର ଲୋକମାନେ ହତାଶ ହେବେ ଏବଂ ସମୁଦ୍ରର ଗର୍ଜନ ଓ ଭୟଙ୍କର ଜୁଆର ସେମାନଙ୍କୁ ଭୟଭୀତ କରିବ।
Odia Bible ERV 2004 (ପବିତ୍ର ବାଇବଲ)
ଭୟ କର ନାହିଁ “ସୂର୍ଯ୍ୟ, ଚନ୍ଦ୍ର ଓ ତାରାମାନଙ୍କରେ ସଙ୍କେତ ରୂପକ ଅନେକ ଅ‌ଦ୍‌ଭୂତ ବିଷୟ ଘଟିବ। ପୃଥିବୀରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡ଼ିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ’ଣ ପାଇଁ ଏପରି ହେଲା, ଜାଣିବେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ପୁଣି, ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ; ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ଅବାକ୍ ହେବେ,
Odia IRV 2017 (ଓଡିଆ ବାଇବେଲ)
ପୁଣି, ସୁର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ; ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ଅବାକ୍ ହେବେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ದಿಸ್, ಚಂದ್ರಾಮ್, ಅನಿ ಚಿಕ್ಕಿಯಾಂಚ್ಯಾ ವೈನಿ ಬಗುನಸಲ್ಲಿ ಅವ್ತಾರಾ ದಿಸುಕ್ ಲಾಗ್ತ್ಯಾತ್, ಅನಿ ಜಿಮ್ನಿರ್ ಸಮುಂದರಾಚ್ಯಾ ಅವಾಜಾಕ್, ಅನಿ ವೊವ್ತಲ್ಯಾ ಹೊವಾರ್‍ಯಾಂಚ್ಯಾ ಆವಾಜಾಕ್ ಜಿಮ್ನಿ ವೈಲಿ ಸಗ್ಳಿ ಲೊಕಾ ಕಂಗಾಲ್ ಹೊವ್ನ್ ಜಾತ್ಯಾತ್.