Luke 21:4 — Compare Translations

7 translations compared side by side

Odia - 1840
"ଧନୀଲୋକମାନଙ୍କର ପ୍ରଚୁର ଅର୍ଥ ଅଛି। ସମାନେେ ସମାନଙ୍କେର ଦରକାର ନଥିବା ଅର୍ଥ ଦାନ କଲେ। ଏ ସ୍ତ୍ରୀଲୋକଟି ବହୁତ ଗରିବ। କିନ୍ତୁ ସେ ତାର ସର୍ବସ୍ବ ଦାନ କରି ଦଲୋ। ସହେି ଅର୍ଥ ତା'ର ବଞ୍ଚିବା ପାଇଁ ଦରକାର ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଏମାନେ ସମସ୍ତେ ଭଣ୍ତାରରେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଏହାର ଯାହା କିଛି ଥିଲା, ସେହିସବୁ ପକାଇଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ଅନ୍ୟମାନେ ସେମାନଙ୍କ ଧନର ପ୍ରାଚୁର୍ଯ୍ୟରୁ କିଛି ଦାନ ଦେଇଛନ୍ତି, କିନ୍ତୁ ବିଧବାଟି ଦରିଦ୍ର ହେଲେ ସୁଦ୍ଧା ତାହାର ଚଳିବା ପାଇଁ ଯାହା ଥିଲା, ସବୁ ସେ ଦେଇ ଦେଇଛି।”
Odia Bible ERV 2004 (ପବିତ୍ର ବାଇବଲ)
ଧନୀଲୋକମାନଙ୍କର ପ୍ରଚୁର ଅର୍ଥ ଅଛି। ସେମାନେ ସେମାନଙ୍କର ଦରକାର ନ ଥିବା ଅର୍ଥ ଦାନ କଲେ। ଏ ସ୍ତ୍ରୀଲୋକଟି ବହୁତ ଗରିବ। କିନ୍ତୁ ସେ ତା’ର ସର୍ବସ୍ୱ ଦାନ କରିଦେଲା। ସେହି ଅର୍ଥ ତା’ର ବଞ୍ଚିବା ପାଇଁ ଦରକାର ଥିଲା।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଧନୀମାନେ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ବଳକା ଧନରୁ କିଛି କିଛି ପକାଇଲେ, କିନ୍ତୁ ଦରିଦ୍ର ବିଧବା ନିଜର ଅଭାବ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଯାହା କିଛି ଥିଲା, ସେହିସବୁ ପକାଇଲା।”
Odia IRV 2017 (ଓଡିଆ ବାଇବେଲ)
କାରଣ ଧନୀମାନେ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ବଳକା ଧନରୁ କିଛି କିଛି ପକାଇଲେ, କିନ୍ତୁ ଦରିଦ୍ର ବିଧବା ନିଜର ଅଭାବ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଯାହା କିଛି ଥିଲା, ସେହି ସବୁ ପକାଇଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹುರಲ್ಲ್ಯಾ ಸಗ್ಳ್ಯಾನಿ ಅಪ್ನಾಕ್ ಫಿರೆ ಹೊವ್ನ್ ಹುರಲ್ಲೆ ಲೈ ಲೈ ಪೈಸೆ ಘಾಟ್ಲ್ಯಾನಿ, ಖರೆ ಹಿನಿ ಅಪ್ನಾಚ್ಯಾ ಗರಿಬ್ಕಿತ್, ಅಪ್ನಾಚೆ ಜಿವನ್ ಚಾಲ್ವುಕ್ ಮನುನ್ ಹೊತ್ತೆ ದೊನುಚ್ ದೊನ್ ಪಯ್ಸೆಬಿ ಅಪ್ನಾಕ್ ಕಾಯ್ಬಿ ಥವ್ನ್ ಘೆಯ್ನಸ್ತಾನಾ, ತೆನಿ ದಿಲಿನ್” ಮಟ್ಲ್ಯಾನ್.