Luke 23:14 — Compare Translations

7 translations compared side by side

Odia - 1840
"ପୀଲାତ ସମାନଙ୍କେୁ କହିଲେ, ତୁମ୍ଭମାନେେ ଯୀଶୁଙ୍କୁ ମାେ ପାଖକୁ ଆଣିଛ। ତୁମ୍ଭମାମେେ କହୁଛ ଯେ ସେ ଲୋକଙ୍କ ମଧିଅରେ ଗୋଳମାଳ ସୃଷ୍ଟି କରୁଛନ୍ତି। କିନ୍ତୁ ମୁଁ ତୁମ୍ଭମାନଙ୍କ ସମସ୍ତଙ୍କ ଉପସ୍ଥିତି ରେ ତାହାଙ୍କୁ ପ୍ରଶ୍ନ କରିଛି। ତାହାଙ୍କ ଠା ରେ ମୁଁ କୌଣସି ଭୁଲ ଦେଖିପାରିଲି ନାହିଁ। ତୁମ୍ଭମାନେେ ଯାହା କହୁଛ, ଯୀଶୁ ସେଥି ରେ ଦୋଷୀ ନୁହଁନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏ ଲୋକସାଧାରଣଙ୍କୁ ବିଦ୍ରୋହୀ କରୁଅଛି ବୋଲି ତୁମ୍ଭେମାନେ ଏହାକୁ ଆମ୍ଭ ନିକଟକୁ ଆଣିଥିଲ; ଆଉ ଦେଖ, ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ଏହାକୁ ପ୍ରଶ୍ନ କରି, ତାହା ବିରୁଦ୍ଧରେ ତୁମ୍ଭେମାନେ ଯେସମସ୍ତ ଅଭିଯୋଗ କରୁଅଛ, ସେପରି କୌଣସି ଦୋଷ ଏହାଠାରେ ପାଇଲୁ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ତୁମେ ଏହି ଲୋକକୁ ମୋ’ ନିକଟକୁ ଆଣିଛ ଓ ସେ ଜନତାକୁ ବିଭ୍ରାନ୍ତ କରୁଥିଲା ବୋଲି କହୁଛ। ମୁଁ ତାକୁ ପରୀକ୍ଷା କଲି; କିନ୍ତୁ ତୁମେ ଅଭିଯୋଗ କରିଥିବା କୌଣସି ଦୋଷ ତା’ଠାରେ ପାଉ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯୀଶୁଙ୍କୁ ମୋ’ ପାଖକୁ ଆଣିଛ। ତୁମ୍ଭେମାନେ କହୁଛ ଯେ ସେ ଲୋକଙ୍କ ମଧ୍ୟରେ ଗୋଳମାଳ ସୃଷ୍ଟି କରୁଛନ୍ତି। କିନ୍ତୁ ମୁଁ ତୁମ୍ଭମାନଙ୍କ ସମସ୍ତଙ୍କ ଉପସ୍ଥିତିରେ ତାହାଙ୍କୁ ପ୍ରଶ୍ନ କରିଛି। ତାହାଙ୍କଠାରେ ମୁଁ କୌଣସି ଭୁଲ୍ ଦେଖି ପାରିଲି ନାହିଁ। ତୁମ୍ଭେମାନେ ଯାହା କହୁଛ, ଯୀଶୁ ସେଥିରେ ଦୋଷୀ ନୁହନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏ ଲୋକସାଧାରଣଙ୍କୁ ବିଦ୍ରୋହୀ କରୁଅଛି ବୋଲି ତୁମ୍ଭେମାନେ ଏହାକୁ ଆମ୍ଭ ନିକଟକୁ ଆଣିଥିଲ; ଆଉ ଦେଖ, ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ଏହାକୁ ପ୍ରଶ୍ନ କରି, ତାହା ବିରୁଦ୍ଧରେ ତୁମ୍ଭେମାନେ ଯେ ସମସ୍ତ ଅଭିଯୋଗ କରୁଅଛ, ସେପରି କୌଣସି ଦୋଷ ଏହାଠାରେ ପାଇଲୁ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଏ ଲୋକସାଧାରଣଙ୍କୁ ବିଦ୍ରୋହୀ କରୁଅଛି ବୋଲି ତୁମ୍ଭେମାନେ ଏହାକୁ ଆମ୍ଭ ନିକଟକୁ ଆଣିଥିଲ; ଆଉ ଦେଖ, ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ଏହାକୁ ପ୍ରଶ୍ନ କରି, ତାହା ବିରୁଦ୍ଧରେ ତୁମ୍ଭେମାନେ ଯେ ସମସ୍ତ ଅଭିଯୋଗ କରୁଅଛ, ସେପରି କୌଣସି ଦୋଷ ଏହାଠାରେ ପାଇଲୁ ନାହିଁ । ହେରୋଦ ମଧ୍ୟ ପାଇ ନାହାଁନ୍ତି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ತೆಂಕಾ,“ಲೊಕಾಕ್ನಿ ಚುಕ್ ವಾಟೆನ್ ನ್ಹೆವ್ಲಾ ಮನುನ್ ಹ್ಯಾ ಮಾನ್ಸಾಕ್ ತುಮಿ ಮಾಜೆಕ್ಡೆ ಘೆವ್ನ್ ಯೆಲ್ಯಾಶಿ, ಅನಿ ಅತ್ತಾ ತುಮ್ಚ್ಯಾ ಇದ್ರಾಕುಚ್ ಮಿಯಾ ತೆಚಿ ಪರಿಕ್ಷಾ ಕರುನ್ ಬಗಟ್ಲೊ, ಅನಿ ತುಮಿ ಸಾಂಗಟಲ್ಲಿ ಎಕ್‍ಬಿ ಚುಕ್ ತೆನಿ ಕರ್‍ಲ್ಯಾನಾಯ್ ಮನುನ್ ಮಾಕಾ ತರ್ ಕಾಯ್ ದಿಸಿನಾ ಹೊಲಾ.