Luke 23:2 — Compare Translations

7 translations compared side by side

Odia - 1840
"ସମାନେେ ଯୀଶୁଙ୍କୁ ଦୋଷ ଦବୋକୁ ଲାଗିଲେ। ସମାନେେ ପୀଲାତଙ୍କୁ କହିଲେ, ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ୍ଭମାନେେ ଏହାଙ୍କୁ ଧରିଛୁ। ସେ ଲୋକମାନଙ୍କୁ କହୁଛନ୍ତି ଯେ କାଇସରଙ୍କୁ କର ଦବୋ ଉଚିତ ନୁହେଁ। ସେ ନିଜକୁ ଖ୍ରୀଷ୍ଟ, ଜଣେ ରାଜା ବୋଲି କହୁଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି କହିବାକୁ ଲାଗିଲେ, ଆମ୍ଭେମାନେ ଦେଖିଲୁ, ଏ ଲୋକଟା ଆମ୍ଭମାନଙ୍କ ଜାତିକି ରାଜଦ୍ରୋହୀ କରାଉଅଛି ଏବଂ କାଇସରଙ୍କୁ କର ଦେବା ପାଇଁ ନିଷେଧ କରୁଅଛି ଓ ଆପଣାକୁ ଅଭିଷିକ୍ତ ରାଜା ବୋଲି କହୁଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ତାଙ୍କ ବିରୁଦ୍ଧରେ ଦୋଷାରୋପ କରି କହିଲେ, “ଏ ଲୋକ ସମ୍ରାଟଙ୍କୁ କର ନ ଦେବା ପାଇଁ ଲୋକମାନଙ୍କୁ ମତାଉଥିବାରୁ ଓ ନିଜକୁ ମସୀହ ଅର୍ଥାତ୍ ଅଭିଷିକ୍ତ ରାଜା ବୋଲି କହୁଥିବାରୁ ଆମେ ତାକୁ ଧରିଛୁ।”
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଯୀଶୁଙ୍କୁ ଦୋଷ ଦେବାକୁ ଲାଗିଲେ। ସେମାନେ ପୀଲାତଙ୍କୁ କହିଲେ, “ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ୍ଭେମାନେ ଏହାଙ୍କୁ ଧରିଛୁ। ସେ ଲୋକମାନଙ୍କୁ କହୁଛନ୍ତି ଯେ କାଇସରଙ୍କୁ କର ଦେବା ଉଚିତ୍ ନୁହେଁ। ସେ ନିଜକୁ ଖ୍ରୀଷ୍ଟ, ଜଣେ ରାଜା ବୋଲି କହୁଛି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଲାଗିଲେ, ଆମ୍ଭେମାନେ ଦେଖିଲୁ, ଏ ଲୋକଟା ଆମ୍ଭମାନଙ୍କ ଜାତିକୁ ରାଜଦ୍ରୋହ କରୁଅଛି ଏବଂ କାଇସରଙ୍କୁ କର ଦେବା ନିଷେଧ କରୁଅଛି ଓ ଆପଣାକୁ ଖ୍ରୀଷ୍ଟ, ରାଜା ବୋଲି କହୁଅଛି।
Odia IRV 2017 (ଓଡିଆ ବାଇବେଲ)
ଆଉ ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଲାଗିଲେ, ଆମ୍ଭେମାନେ ଦେଖିଲୁ, ଏ ଲୋକଟା ଆମ୍ଭମାନଙ୍କ ଜାତିକୁ ରାଜଦ୍ରୋହୀ କରୁଅଛି ଏବଂ କାଇସରଙ୍କୁ କର ଦେବା ନିଷେଧ କରୁଅଛି ଓ ଆପଣାକୁ ଖ୍ରୀଷ୍ଟ, ରାଜା ବୋଲି କହୁଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಥೈ ತೆನಿ ಲೊಕಾಕ್ನಿ “ಸಿಜರಾಕ್ ತೆರ್‍ಗಿ ದಿವ್‍ನಕಾಶಿ, ಮನುನ್ ಚುಕ್ ಹೊತ್ತೆ ಶಿಕ್ವುತಲ್ಯಾ, ಅನಿ ಅಪ್ನಿ ಮೆಸ್ಸಿಯಾ ಅನಿ, ರಾಜಾ ಮನುನ್ ಮನ್ತಲ್ಯಾ ಎಕ್ ಮಾನ್ಸಾಕ್ ಅಮಿ ಧರುನ್ ಹಾನ್ಲಾಂವ್” ಮನುನ್ ಜೆಜು ವರ್‍ತಿ ಝುಟೊ ಅಪ್ಪಾದ್ ಘಾಲುಕ್‍ಲಾಲ್ಯಾನಿ.