Luke 23:7 — Compare Translations

7 translations compared side by side

Odia - 1840
"ପୀଲାତ ଜାଣିଲେ ଯେ, ଯୀଶୁ ହରେୋଦଙ୍କ ଅଧିକାରକ୍ଷେତ୍ରର ଲୋକ। ହରେୋଦ ସହେି ସମୟରେ ୟିରୁଶାଲମ ରେ ଥିଲେ। ତେଣୁ ପୀଲାତ ଯୀଶୁଙ୍କୁ ତାହାଙ୍କ ପାଖକୁ ପଠାଇ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ଯେ ହେରୋଦଙ୍କ ରାଜ୍ୟର ଲୋକ, ଏହା ଜ୍ଞାତ ହୋଇ ସେ ତାହାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମରେ ଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ହେରୋଦଙ୍କ ଦ୍ୱାରା ଶାସିତ ଗାଲିଲୀ ଅଞ୍ଚଳରୁ ଆସିଛନ୍ତି ବୋଲି ଜାଣି ପିଲାତ ତାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ। ହେରୋଦ ମଧ୍ୟ ସେହି ସମୟରେ ଯିରୂଶାଲମରେ ଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ପୀଲାତ ଜାଣିଲେ ଯେ, ଯୀଶୁ ହେରୋଦଙ୍କ ଅଧିକାର କ୍ଷେତ୍ରର ଲୋକ। ହେରୋଦ ସେହି ସମୟରେ ଯିରୁଶାଲମରେ ଥିଲେ। ତେଣୁ ପୀଲାତ ଯୀଶୁଙ୍କୁ ତାହାଙ୍କ ପାଖକୁ ପଠାଇଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ଯେ ହେରୋଦଙ୍କ ଅଧିକାର ଅଧୀନରେ ଅଛନ୍ତି, ଏହା ଜ୍ଞାତ ହୋଇ ସେ ତାହାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମ ସହରରେ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ଯେ ହେରୋଦଙ୍କ ଅଧିକାର ଅଧିନରେ ଅଛନ୍ତି, ଏହା ଜ୍ଞାତ ହୋଇ ସେ ତାହାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମରେ ଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ಹೆರೊದಾಚ್ಯಾ ಅದಿಕಾರಾತ್ ಹೊತ್ತ್ಯಾ ಜಾಗ್ಯಾವೈಲೊ ಮನುನ್ ಕಳಲ್ಲ್ಯಾ ತನ್ನಾ, ಪಿಲಾತಾನ್ ಜೆಜುಕ್ ಹೆರೊದಾಕ್ಡೆ ಧಾಡುನ್ ದಿಲ್ಯಾನ್. ತನ್ನಾ ಹೆರೊದ್ ಜೆರುಜಲೆಮಾತುಚ್ ಹೊತ್ತೊ.