Luke 24:18 — Compare Translations
7 translations compared side by side
Odia - 1840
"ତାହାଙ୍କ ଭିତରୁ କ୍ଲୟେପା ନାମକ ଲୋକଟି ଉତ୍ତର ଦଲୋ, ତୁମ୍ଭେ ୟିରୁଶାଲମଠା ରେ ରହୁଥିବା ଜଣେ ମାତ୍ର ଲୋକ ଯେ କି ଗତ କେତଦେିନ ଭିତ ରେ ଘଟି ଯାଇଥିବା ଘଟଣାଗୁଡିକ ବିଷୟ ରେ କିଛି ଜାଣନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେମାନଙ୍କ ମଧ୍ୟରୁ କ୍ଳେୟପା ନାମକ ଜଣେ ତାହାଙ୍କୁ ଉତ୍ତର ଦେଲେ, ଯିରୂଶାଲମସ୍ଥ ପ୍ରବାସୀମାନଙ୍କ ମଧ୍ୟରୁ ଆପଣ କଅଣ ଏକାକୀ ସେସ୍ଥାନର ଏ କେତେକ ଦିନର ଘଟଣା ଜାଣନ୍ତି ନାହିଁ?
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କ ମଧ୍ୟରୁ କ୍ଲିପୟା ନାମକ ଜଣେ ତାଙ୍କୁ ପଚାରିଲେ, “ଯିରୂଶାଲମରୁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଆପଣ କ’ଣ ଏକାକୀ ସେ ସ୍ଥାନରେ ଗତ କେତେ ଦିନର ଘଟଣା ଜାଣନ୍ତି ନାହିଁ?”
Odia Bible ERV 2004 (ପବିତ୍ର ବାଇବଲ)
ତାହାଙ୍କ ଭିତରୁ କ୍ଲେୟପା ନାମକ ଲୋକଟି ଉତ୍ତର ଦେଲା, “ତୁମ୍ଭେ ଯିରୁଶାଲମଠାରେ ରହୁଥିବା ଜଣେ ମାତ୍ର ଲୋକ ଯେ କି ଗତ କେତେଦିନ ଭିତରେ ଘଟି ଯାଇଥିବା ଘଟଣାଗୁଡ଼ିକ ବିଷୟରେ କିଛି ଜାଣ ନାହଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେମାନଙ୍କ ମଧ୍ୟରୁ କ୍ଲେୟପା ନାମକ ଜଣେ ତାହାଙ୍କୁ ଉତ୍ତର ଦେଲେ, ଯିରୂଶାଲମସ୍ଥ ପ୍ରବାସୀମାନଙ୍କ ମଧ୍ୟରୁ ଆପଣ କଅଣ ଏକାକୀ ସେ ସ୍ଥାନର ଏ କେତେକ ଦିନର ଘଟଣା ଜାଣନ୍ତି ନାହିଁ?
Odia IRV 2017 (ଓଡିଆ ବାଇବେଲ)
ଆଉ ସେମାନଙ୍କ ମଧ୍ୟରୁ କ୍ଲେୟପା ନାମକ ଜଣେ ତାହାଙ୍କୁ ଉତ୍ତର ଦେଲେ, ଯିରୂଶାଲମସ୍ଥ ପ୍ରବାସୀମାନଙ୍କ ମଧ୍ୟରୁ ଆପଣ କ'ଣ ଏକାକୀ ସେ ସ୍ଥାନର ଏ କେତେକ ଦିନର ଘଟଣା ଜାଣନ୍ତି ନାହିଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಂಚ್ಯಾತ್ಲ್ಯಾ ಎಕ್ಲ್ಯಾನ್ ಕ್ಲಿಯೊಪಾಸ್;ಮನ್ತಲ್ಯಾನ್. ತೆಕಾ, ಹ್ಯಾ ಫಾಟ್ಲ್ಯಾ ಗೆಲ್ಲ್ಯಾ ದಿಸಾತ್ನಿ, ಜೆರುಜಲೆಮಾತ್ ಕಾಯ್-ಕಾಯ್ ಹೊಲಾ ಮನುನ್ ಗೊತ್ತ್ ನಸಲ್ಲೊ ತಿಯಾ ಎಕ್ಲೊಚ್ ಕಾಯ್ಕಿ?” ಮನುನ್ ಇಚಾರ್ಲ್ಯಾನ್.