Luke 3:16 — Compare Translations

7 translations compared side by side

Odia - 1840
"ସେତବେେଳେ ଯୋହନ ସମାନଙ୍କେୁ କହିଲେ, ମୁଁ ତ ତୁମ୍ଭମାନଙ୍କୁ ଜଳ ରେ ବାପ୍ତିଜିତ କରୁଛି, କିନ୍ତୁ ମାେ' ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ୟୋତାର ଫିତା ଫିଟାଇବାକୁ ମଧ୍ଯ ମୁଁ ଯୋଗ୍ଯ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନି ଦ୍ବାରା ବାପ୍ତିଜିତ କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଯୋହନ କହିଲେ, “ମୁଁ ତୁମ୍ଭମାନଙ୍କୁ ଜଳରେ ଦୀକ୍ଷା ଦେଉଛି, କିନ୍ତୁ ଜଣେ ଆସୁଛନ୍ତି ଯେ ମୋ’ଠାରୁ ଆହୁରି ମହାନ୍। ଏପରି କି ତାଙ୍କ ପାଦୁକାର ବନ୍ଧନ ଫିଟାଇବା ପାଇଁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ଦୀକ୍ଷିତ କରିବେ।
Odia Bible ERV 2004 (ପବିତ୍ର ବାଇବଲ)
ସେତେବେଳେ ଯୋହନ ସେମାନଙ୍କୁ କହିଲେ, “ମୁଁ ତ ତୁମ୍ଭମାନଙ୍କୁ ଜଳରେ ବାପ୍ତିଜିତ କରୁଛି, କିନ୍ତୁ ମୋ’ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ଜୋତାର ଫିତା ଫିଟାଇବାକୁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମା ଓ ଅଗ୍ନି ଦ୍ୱାରା ବାପ୍ତିଜିତ କରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ଆସୁଅଛନ୍ତି, ତାହାଙ୍କର ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ।
Odia IRV 2017 (ଓଡିଆ ବାଇବେଲ)
ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋଠାରୁ ଯେ ଅଧିକ ଶକ୍ତିମାନ, ସେ ଆସୁଅଛନ୍ତି, ତାହାଙ୍କର ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚೆಸಾಟ್ನಿ ಜುವಾಂವಾಕ್ ತೆಂಕಾ “ಮಿಯಾ ತುಮ್ಕಾ ಪಾನಿಯಾನ್ ಬಾಲ್ತಿಮ್ ದಿವ್ಲಾ ಖರೆ ಮಾಜ್ಯಾ ಮಾನಾ ಎಕ್ಲೊ ಯೆತಲೊ ಹಾಯ್ ತೊ ಮಾಜೆನ್ಕಿ ಲೈ ಮೊಟೊ, ತೆಚ್ಯಾ ವ್ಹಾನಾಚಿ ನಾಡಿ ಸೊಡ್ತಲಿ ಸೈತ್ ಮಾಕಾ ಮರ್‍ಯಾದ್ ನಾ, ತೊ ತುಮ್ಕಾ ಪವಿತ್ರ್ ಆತ್ಮ್ಯಾನ್ ಅನಿ ಆಗಿನ್ ಬಾಲ್ತಿಮ್ ದಿತಾ.