Luke 3:23 — Compare Translations
7 translations compared side by side
Odia - 1840
"ଯୀଶୁ ଉପଦେଶ ପ୍ରଦାନ କାର୍ୟ୍ଯ ଆରମ୍ଭ କରିବା ବଳକେୁ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହାଇେଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ୟୋ ସଫଙ୍କେ ପୁତ୍ର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର,
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ତାଙ୍କର ସେବା କାର୍ଯ୍ୟ ଆରମ୍ଭ କରିବା ସମୟରେ ତାଙ୍କୁ ପ୍ରାୟ ତିରିଶ ବର୍ଷ ହୋଇଥିଲା। ସେ ଲୋକମାନଙ୍କ ନିକଟରେ ଯୋସେଫଙ୍କ ପୁତ୍ର ରୂପେ ପରିଚିତ ଥିଲେ। ଯୋସେଫ ହେଲୀଙ୍କ ପୁତ୍ର,
Odia Bible ERV 2004 (ପବିତ୍ର ବାଇବଲ)
ଯୋଷେଫଙ୍କ ବଂଶର ଇତିହାସ ଯୀଶୁ ଉପଦେଶ ପ୍ରଦାନ କାର୍ଯ୍ୟ ଆରମ୍ଭ କରିବା ବେଳକୁ ତାହାଙ୍କୁ ପ୍ରାୟ ତିରିଶ୍ ବର୍ଷ ବୟସ ହୋଇଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ଯୋଷେଫଙ୍କ ପୁତ୍ର। ଯୋଷେଫ ଏଲୀଙ୍କ ପୁତ୍ର ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର,
Odia IRV 2017 (ଓଡିଆ ବାଇବେଲ)
ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶି ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುನ್ ತೆಚೆ, ಬರಿ ಖಬರ್ ಸಿಕ್ವುತಲೆ ಕಾಮ್ ಸುರು ಕರ್ತಾನಾ, ತೊ ತಿಸ್ ವರ್ಸಾಂಚೊ ಹೊತ್ತೊ, ಲೊಕಾ ಜೆಜು ಎಲಿಚ್ಯಾ ಲೆಕಾಚೊ ಜುಜೆಚೊ ಲೆಕ್ ಮನುನ್ ಯವ್ಜಿತ್.