Luke 3:8 — Compare Translations
7 translations compared side by side
Odia - 1840
"ତୁମ୍ଭମାନେେ ପ୍ରକୃତ ରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମ୍ଭମାନଙ୍କୁ ନିଜ କାର୍ୟ୍ଯ ଦ୍ବାରା ପ୍ରମାଣିତ କରିବାକୁ ହବେ। ଗର୍ବ କରି କୁହନାହିଁ ଯେ 'ଅବ୍ରାହାମ ଆମ୍ଭମାନଙ୍କର ପିତା।' ମୁଁ ତୁମ୍ଭମାନଙ୍କୁ କହୁଛି ଯେ ପରମେଶ୍ବର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡିକରୁ ମଧ୍ଯ ସନ୍ତାନ ସୃଷ୍ଟି କରିପାରନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର; ପୁଣି, ଅବ୍ରହାମ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ; କାରଣ ମୁଁ ତ ତୁମ୍ଭମାନଙ୍କୁ କହୁଅଛି, ଈଶ୍ଵର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରି ପାରନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁସବୁ କାର୍ଯ୍ୟ ଦ୍ୱାରା ତୁମ୍ଭେମାନେ ପାପରୁ ମନ ଫେରାଇଛ ବୋଲି ପ୍ରମାଣିତ ହେବ, ସେହିସବୁ କାର୍ଯ୍ୟ କର। ଅବ୍ରାହାମ୍ ତୁମର ପୂର୍ବପୁରୁଷ ବୋଲି ଗର୍ବ କରି ପରସ୍ପର ମଧ୍ୟରେ କଥା ବାର୍ତ୍ତା କର ନାହିଁ। ମୁଁ କହୁଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରାହାମ୍ଙ୍କ ନିମନ୍ତେ ବଂଶଧର ଉତ୍ପନ୍ନ କରିପାରନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ପ୍ରକୃତରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମ୍ଭମାନଙ୍କୁ ନିଜ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ହେବ। ଗର୍ବ କରି କୁହ ନାହିଁ ଯେ ‘ଅବ୍ରହାମ ଆମ୍ଭମାନଙ୍କର ପିତା।’ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରିପାରନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ମନ-ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର; ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ; କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି।
Odia IRV 2017 (ଓଡିଆ ବାଇବେଲ)
ଏଣୁ ମନପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର; ପୁଣି, ଅବ୍ରାହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ; କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରାହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରି ପାରନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮಿ ತುಮ್ಚ್ಯಾ ಪಾಪಾನಿತ್ನಾ, ಬರ್ಯಾ ವಾಟೆಕ್ ಪರತ್ಲ್ಯಾಶಿ, ಮನುನ್ ದಾಕ್ವುನ್ ದಿತಲಿ ಕಾಮಾ ಕರಾ, ಅನಿ ತುಮ್ಚ್ಯಾ-ತುಮ್ಚ್ಯಾ ಮದ್ದಿ ಅಮ್ಚೊ ಅದ್ಲೊ ಬಾಬಾ ಅಬ್ರಾಹಾಮ್ ಹಾಯ್, ಮನುನ್ ಸಾಂಗುಕ್ ಜಾವ್ನಕಾಶಿ. ಅಬ್ರಾಹಾಮಾಕ್ ಹ್ಯಾ ಗುಂಡ್ಯಾನಿತ್ನಾ ಸೈತ್ ಪಿಳ್ಗಿ ಕರುನ್ ದಿವ್ಕ್ ದೆವಾಕ್ ಹೊತಾ?