Luke 4:29 — Compare Translations

7 translations compared side by side

Odia - 1840
"ଲୋକମାନେ ଉଠି ପଡିଲେ ଓ ଜାରେ ଜବରଦସ୍ତି ୟିଶୁଙ୍କୁ ନଗର ମଧ୍ଯରୁ ବାହାର କରି ଦେଲେ। ସମାନଙ୍କେ ନଗର ଗୋଟିଏ ପାହାଡ ଉପରେ ନିର୍ମିତ ଥିଲା। ସମାନେେ ଯୀଶୁଙ୍କୁ ପାହାଡର ଧାରକୁ ନଇଗେଲେ। ସମାନେେ ଯୀଶୁଙ୍କୁ ସଠାରୁେ ତଳକୁ ଫିଙ୍ଗି ଦବୋକୁ ଚାହୁଁଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରି ଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେଥିର ତୀଖସ୍ଥାନରୁ ତଳକୁ ପକାଇଦେବା ନିମନ୍ତେ ତାହାଙ୍କୁ ସେଠାକୁ ଘେନିଗଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଉତ୍ତ୍ୟକ୍ତ ହୋଇ ଯୀଶୁଙ୍କୁ ସହରରୁ ବାହାରକୁ ତଡ଼ିଦେଲେ ଏବଂ ଯେଉଁ ପାହାଡ଼ ଉପରେ ସେମାନଙ୍କ ସହର ସ୍ଥାପିତ ହୋଇଥିଲା, ତା’ ଉପରୁ ତାଙ୍କୁ ତଳକୁ ଫୋପାଡ଼ି ଦେବା ପାଇଁ ମନସ୍ଥ କଲେ
Odia Bible ERV 2004 (ପବିତ୍ର ବାଇବଲ)
ଲୋକମାନେ ଉଠି ପଡ଼ିଲେ ଓ ଜୋର୍ ଜବରଦସ୍ତି ଯୀଶୁଙ୍କୁ ନଗର ମଧ୍ୟରୁ ବାହାର କରିଦେଲେ। ସେମାନଙ୍କ ନଗର ଗୋଟିଏ ପାହାଡ଼ ଉପରେ ନିର୍ମିତ ଥିଲା। ସେମାନେ ଯୀଶୁଙ୍କୁ ପାହାଡ଼ର ଧାରକୁ ନେଇଗଲେ। ସେମାନେ ଯୀଶୁଙ୍କୁ ସେଠାରୁ ତଳକୁ ଫିଙ୍ଗି ଦେବାକୁ ଗ୍ଭହୁଁଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରିଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେହି ପର୍ବତ ଉପରୁ ତଳକୁ ପକାଇଦେବା ନିମନ୍ତେ ତାହାକୁ ସେଠାକୁ ନେଇଗଲେ;
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରିଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେହି ପର୍ବତ ଉପରୁ ତଳକୁ ପକାଇଦେବା ନିମନ୍ତେ ତାହାକୁ ସେଠାକୁ ନେଇଗଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಉಟ್ಲ್ಯಾನಿ ಅನಿ ಜೆಜುಕ್ ತೆಂಚೆ ಗಾಂವ್ ಭಾಂದಲ್ಲ್ಯಾ ಮಡ್ಡಿ ವರ್‍ತಿ ವೊಡುನ್ ನ್ಹೆಲ್ಯಾನಿ, ಅನಿ ಥೈತ್ನಾ ಲೊಟುನ್ ಘಾಲುಂವಾ ಮನುನ್ ಹೊತ್ತ್ಯಾನಿ.