Luke 4:43 — Compare Translations

7 translations compared side by side

Odia - 1840
"କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ପରମେଶ୍ବରଙ୍କ ରାଜ୍ଯର ସୁସମାଚାର ମାେତେ ଅନ୍ୟ ନଗରମାନଙ୍କ ରେ ମଧ୍ଯ ପ୍ରଚାର କରିବାକୁ ପଡିବ। କାରଣ ମାେତେ ଏଥିପାଇଁ ପଠାଯାଇଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେ ସେମାନଙ୍କୁ କହିଲେ, ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ଵରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥି-ନିମନ୍ତେ ମୁଁ ପ୍ରେରିତ ହୋଇଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ସେ ସେମାନଙ୍କୁ କହିଲେ, “ମୋତେ ଅନ୍ୟ ସହରମାନଙ୍କରେ ମଧ୍ୟ ଈଶ୍ୱରଙ୍କ ରାଜ୍ୟର ଶୁଭବାର୍ତ୍ତା ପ୍ରଚାର କରିବାକୁ ହେବ, କାରଣ ସେଥିପାଇଁ ଈଶ୍ୱର ମୋତେ ପ୍ରେରଣ କରିଛନ୍ତି।”
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ମୋତେ ଅନ୍ୟ ନଗରମାନଙ୍କରେ ମଧ୍ୟ ପ୍ରଗ୍ଭର କରିବାକୁ ପଡ଼ିବ। କାରଣ ମୋତେ ଏଥିପାଇଁ ପଠାଯାଇଛି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେ ସେମାନଙ୍କୁ କହିଲେ, “ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ବରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥିନିମନ୍ତେ ମୁଁ ପଠାଯାଇଅଛି।”
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେ ସେମାନଙ୍କୁ କହିଲେ, ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥିନିମନ୍ତେ ମୁଁ ପଠାଯାଇଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ತೆನಿ ತೆಂಕಾ “ದುಸ್ರ್ಯಾ ಗಾಂವಾತ್ನಿಬಿ ಮಿಯಾ ದೆವಾಚ್ಯಾ ರಾಜಾಚಿ ಬರಿ ಖಬರ್ ಸಾಂಗುಕ್ ಪಾಜೆ, ಕಶ್ಶಾಕ್ ಮಟ್ಲ್ಯಾರ್, ತೆಚೆಸಾಟ್ನಿಚ್ ಮಾಕಾ ಧಾಡುನ್ ದಿಲ್ಲೆ ಹಾಯ್” ಮನುನ್ ಸಾಂಗ್ಲ್ಯಾನ್.