Luke 5:17 — Compare Translations

7 translations compared side by side

Odia - 1840
"ଦିନେ ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସଠାେରେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ମଧ୍ଯ ବସିଥଲେ। ସମାନେେ ଗାଲିଲୀର ପ୍ରେତ୍ୟକକ ନଗରରୁ, ୟିହୂଦା ତଥା ୟିରୁଶାଲମରୁ ଆସିଥି ରେ। ପ୍ରଭୁ ଲୋକଙ୍କୁ ସୁସ୍ଥ କରି ଦବୋପାଇଁ ଯୀଶୁଙ୍କୁ ଶକ୍ତି ଦେଉଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦିନେ ସେ ଶିକ୍ଷା ଦେଉଥିଲେ, ଆଉ ଗାଲିଲୀର ପ୍ରତ୍ୟେକ ଗ୍ରାମ, ପୁଣି ଯିହୁଦା ପ୍ରଦେଶ ଓ ଯିରୂଶାଲମରୁ ଆସିଥିବା ଫାରୂଶୀ ଓ ବ୍ୟବସ୍ଥାଧ୍ୟାପକମାନେ ନିକଟରେ ବସିଥିଲେ । ଆଉ, ସେ ଯେପରି ସୁସ୍ଥ କରନ୍ତି, ଏଥିପାଇଁ ପ୍ରଭୁଙ୍କର ଶକ୍ତି ଉପସ୍ଥିତ ଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଦିନେ ଯୀଶୁ ଶିକ୍ଷା ଦେଉଥିବା ସମୟରେ ଗାଲିଲୀ ଓ ଯିହୂଦା ପ୍ରଦେଶର ସହରମାନଙ୍କରୁ ଓ ଯିରୂଶାଲମରୁ ଆସିଥିବା ଫାରୁଶୀ ଓ ଧର୍ମଗୁରୁମାନେ ସେଠାରେ ବସିଥିଲେ। ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ଯୀଶୁଙ୍କଠାରେ ପ୍ରଭୁଙ୍କ ଶକ୍ତି ଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଗୋଟିଏ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ ଦିନେ ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସେଠାରେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ମଧ୍ୟ ବସିଥିଲେ। ସେମାନେ ଗାଲିଲୀର ପ୍ରତ୍ୟେକ ନଗରରୁ, ଯିହୂଦା ତଥା ଯିରୁଶାଲମରୁ ଆସିଥିଲେ। ପ୍ରଭୁ ଲୋକଙ୍କୁ ସୁସ୍ଥ କରି ଦେବା ପାଇଁ ଯୀଶୁଙ୍କୁ ଶକ୍ତି ଦେଉଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦିନେ ସେ ଶିକ୍ଷା ଦେଉଥିଲେ, ଆଉ ଗାଲିଲୀର ପ୍ରତ୍ୟେକ ଗ୍ରାମ, ପୁଣି, ଯିହୂଦିୟା ପ୍ରଦେଶ ଓ ଯିରୂଶାଲମ ସହରରୁ ଆସିଥିବା ଫାରୂଶୀ ଓ ମୋଶାଙ୍କ ବ୍ୟବସ୍ଥା ଶିକ୍ଷକମାନେ ନିକଟରେ ବସିଥିଲେ। ଆଉ, ସେ ଯେପରି ସୁସ୍ଥ କରନ୍ତି ଏଥିପାଇଁ ପ୍ରଭୁଙ୍କର ଶକ୍ତି ଉପସ୍ଥିତ ଥିଲା।
Odia IRV 2017 (ଓଡିଆ ବାଇବେଲ)
ଦିନେ ସେ ଶିକ୍ଷା ଦେଉଥିଲେ, ଆଉ ଗାଲିଲୀର ପ୍ରତ୍ୟେକ ଗ୍ରାମ, ପୁଣି, ଯିହୂଦା ପ୍ରଦେଶ ଓ ଯିରୂଶାଲମରୁ ଆସିଥିବା ଫାରୂଶୀ ଓ ମୋଶାଙ୍କ ବ୍ୟବସ୍ଥା ଶିକ୍ଷକମାନେ ନିକଟରେ ବସିଥିଲେ । ଆଉ, ସେ ଯେପରି ସୁସ୍ଥ କରନ୍ତି ଏଥିପାଇଁ ପ୍ରଭୁଙ୍କର ଶକ୍ତି ଉପସ୍ଥିତ ଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ ದಿಸ್ ಜೆಜು ಲೊಕಾಕ್ನಿ ಶಿಕ್ವುತಾನಾ ಉಲ್ಲೆ ಫಾರಿಜೆವ್, ಅನಿ ಖಾಯ್ದೆ ಶಿಕ್ವುತಲಿ ಲೊಕಾ ಗಾಲಿಲಿಯಾಚ್ಯಾ ಅನಿ ಜುದೆಯಾಚ್ಯಾ ಸಗ್ಳ್ಯಾ ಗಾಂವಾನಿತ್ನಾ, ಅನಿ ಜೆರುಜಲೆಮ್ ಶಾರಾತ್ನಾ ಯೆಲ್ಲ್ಯಾನಿ. ತೆನಿಬಿ, ತ್ಯಾ ಲೊಕಾತ್ನಿ ಬಸಲ್ಲ್ಯಾನಿ. ಸರ್ವೆಸ್ವರಾನ್ ಜೆಜುಕ್ ಶಿಕ್ ಹೊತ್ತ್ಯಾಕ್ನಿ ಗುನ್ ಕರ್‍ತಲಿ ತಾಕತ್ ದಿಲ್ಲ್ಯಾನ್.