Luke 5:36 — Compare Translations

7 translations compared side by side

Odia - 1840
"ଯୀଶୁ ସମାନଙ୍କେୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: ଜଣେ ଲୋକ ଗୋଟିଏ ପୁରୁଣା ଚାଦର ରେ ତାଳି ପକାଇବାକୁ କୌଣସି ନୂଆ ଚାଦରରୁ ଖଣ୍ଡେ ଚିରିପକାଏ ନାହିଁ। ଯେଉଁଲୋକ ଏଭଳି କରେ, ତା'ର ନୂଆ ଚାଦରଟିତ ନଷ୍ଟ ହାଇଯୋଏ ପୁଣି ନୂଆ ଚାଦରରୁ ଚିରା ହାଇେଥିବା ତାଳି ପୁରୁଣା ଚାଦର ସାଙ୍ଗ ରେ ମିଶେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ମଧ୍ୟ କହିଲେ, କେହି ନୂଆ ଲୁଗାରୁ ତାଳି ଛିଣ୍ତାଇ ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ସେ ନୂଆ ଖଣ୍ତିକ ଚିରିଦେବ, ପୁଣି ନୂଆ ଲୁଗାର ତାଳି ମଧ୍ୟ ପୁରୁଣା ସାଙ୍ଗରେ ମିଶିବ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ସେମାନଙ୍କୁ ଆଉ ଏକ ଦୃଷ୍ଟାନ୍ତ କଥା କହିଲେ: “ନୂଆ ଜାମାରୁ ଖଣ୍ଡିଏ ଚିରି କେହି ପୁରୁଣା ଜାମାରେ ତାଳି ଦିଏ ନାହିଁ। ଯଦି ତା’ କରେ, ତେବେ ସେ ନୂଆ ଜାମାକୁ ଚିରିବ ଓ ନୂଆ କନା ସହିତ ମିଶିବ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: “ଜଣେ ଲୋକ ଗୋଟିଏ ପୁରୁଣା ଗ୍ଭଦରରେ ତାଳି ପକାଇବାକୁ କୌଣସି ନୂଆ ଗ୍ଭଦରରୁ ଖଣ୍ଡେ ଚିରିପକାଏ ନାହିଁ। ଯେଉଁ ଲୋକ ଏଭଳି କରେ, ତା’ର ନୂଆ ଗ୍ଭଦରଟିତ ନଷ୍ଟ ହୋଇଯାଏ ପୁଣି ନୂଆ ଗ୍ଭଦରରୁ ଚିରା ହୋଇଥିବା ତାଳି ପୁରୁଣା ଗ୍ଭଦର ସାଙ୍ଗରେ ମିଶେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ସେମାନଙ୍କୁ ଏକ ଦୃଷ୍ଟାନ୍ତ ମଧ୍ୟ କହିଲେ, “କେହି ନୂଆ ଲୁଗାରୁ ତାଳି ଛିଣ୍ଡାଇ ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ସେ ନୂଆ ଖଣ୍ଡିକ ଚିରିଦେବ, ପୁଣି, ନୂଆ ଲୁଗାର ତାଳିଟି ମଧ୍ୟ ପୁରୁଣା ସାଙ୍ଗରେ ମିଶିବ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ସେମାନଙ୍କୁ ଏକ ଦୃଷ୍ଟାନ୍ତ ମଧ୍ୟ କହିଲେ, କେହି ନୂଆ ଲୁଗାରୁ ତାଳି (କାନି) ଛିଣ୍ଡାଇ ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ସେ ନୂଆ ଖଣ୍ଡିକ ଚିରିଦେବ, ପୁଣି, ନୂଆ ଲୁଗାର ତାଳିଟି (କାନି) ମଧ୍ୟ ପୁରୁଣା ସାଙ୍ଗରେ ମିଶିବ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಜೆಜುನ್ ತೆಂಕಾ ಎಕ್ ಕಾನಿಬಿ ಸಾಂಗ್ಲ್ಯಾನ್ “ಎಕ್ ಜುನ್ನ್ಯಾ ಪಿಂಜಲ್ಲ್ಯಾ ಅಂಗಿಕ್ ಲಾವುನ್ ಶಿವುಕ್ ಮನುನ್, ನ್ಹವ್ಯಾ ಅಂಗಿಚೊ ತುಕ್ಡೊ ಕೊನ್ ಬಿ ಕಾತ್ರುನ್ ಕಾಡಿನಾ. ತೆನಿ ತಸೆ ಕರ್ಲ್ಯಾರ್, ತೊ ನ್ಹವಿ ಅಂಗಿ ಪಿಂಜ್ತಾ, ಅನಿ ತೊ ನ್ಹವೊ ತುಕ್ಡೊ ಜುನ್ನ್ಯಾ ಅಂಗಿಕ್ ಲಾವಲ್ಲೊ ಬರಬ್ಬರ್ ದಿಸಿನಾ.