Luke 6:4 — Compare Translations

7 translations compared side by side

Odia - 1840
"ଦାଉଦ ପରମେଶ୍ବରଙ୍କ ଘର ଭିତରକୁ ପଶିଲେ। ପରମେଶ୍ବରଙ୍କୁ ଅର୍ପିତ ହାଇେଥିବା ରୋଟୀ ଉେଠଇ ଆଣି ନିଜେ ଖାଇଥିଲେ ତଥା ସାଥୀମାନଙ୍କୁ ମଧ୍ଯ ଖାଇବାକୁ ଦଇେଥିଲେ। ଏହା ମାଶାଙ୍କେ ଆଦେଶର ବିରୁଦ୍ଧାଚରଣ ଥିଲା। ମାଶାଙ୍କେ ଆଦେଶ ଅନୁସାରେ ଏହି ରୋଟୀ କବଳେ ଯାଜକମାନଙ୍କ ବ୍ଯତୀତ ଅନ୍ୟ କାହାରି ଖାଇବା ଉଚିତ ନୁହେଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ କିପରି ଈଶ୍ଵରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଦର୍ଶନୀରୋଟୀ କେବଳ ଯାଜକମାନଙ୍କ ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଘେନି ଭୋଜନ କରିଥିଲେ, ପୁଣି ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଈଶ୍ୱରଙ୍କ ଗୃହରେ ପ୍ରବେଶ କରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ରୋଟୀ ନିଜେ ଖାଇଲେ ଓ ତାଙ୍କର ଲୋକମାନଙ୍କୁ ମଧ୍ୟ ଦେଲେ। ଅଥଚ ଯାଜକଙ୍କ ବ୍ୟତୀତ ଅନ୍ୟ କେହି ସେ ରୋଟୀ ଖାଇବା ଆମର ବ୍ୟବସ୍ଥା ବିରୁଦ୍ଧ।”
Odia Bible ERV 2004 (ପବିତ୍ର ବାଇବଲ)
ଦାଉଦ ପରମେଶ୍ୱରଙ୍କ ଘର ଭିତରକୁ ପଶିଲେ। ପରମେଶ୍ୱରଙ୍କୁ ଅର୍ପିତ ହୋଇଥିବା ରୋଟୀ ଉଠେଇ ଆଣି ନିଜେ ଖାଇଥିଲେ ତଥା ସାଥୀମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ। ଏହା ମୋଶାଙ୍କ ଆଦେଶର ବିରୁଦ୍ଧାଚରଣ ଥିଲା। ମୋଶାଙ୍କ ଆଦେଶ ଅନୁସାରେ ଏହି ରୋଟୀ କେବଳ ଯାଜକମାନଙ୍କ ବ୍ୟତୀତ ଅନ୍ୟ କାହାରି ଖାଇବା ଉଚିତ୍ ନୁହେଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି କେବଳ ଯାଜକମାନଙ୍କ ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ନେଇ ଖାଇଥିଲେ, ପୁଣି, ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ।”
Odia IRV 2017 (ଓଡିଆ ବାଇବେଲ)
ସେ କିପରି ଈଶ୍ୱରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି କେବଳ ଯାଜକମାନଙ୍କ ବିନା ଆଉ କାହାରି ଖାଇବା ନିୟମ ନାହିଁ, ତାହା ନେଇ ଖାଇଥିଲେ, ପୁଣି, ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮ್ಚ್ಯಾ ಖಾಯ್ದ್ಯಾತ್ನಿ, ಯಾಜಕಾನಿ ಸೊಡುನ್ ಅನಿ ಕೊನ್ಬಿ ಖಾವ್ಕ್ ಪರ್ವಾನ್ಗಿ ನಸ್ಲ್ಯಾರ್‍ಬಿ ತೊ ದೆವಾಚ್ಯಾ ಗುಡಿತ್ ಗೆಲೊ, ಅನಿ ದೆವಾಕ್ ಭೆಟ್ವಲ್ಲ್ಯಾ ಭಾಕ್ರಿಯಾ ತೆನಿ ಹಾನುನ್ ಖಾಲ್ಯಾನ್, ಅನಿ ಅಪ್ನಾಚ್ಯಾ ವಾಂಗ್ಡಿಯಾಕ್ನಿಬಿ ದಿಲ್ಯಾನ್”, ಮನುನ್ ತೆಂಕಾ ಸಾಂಗ್ಲ್ಯಾನ್.