Luke 6:42 — Compare Translations
7 translations compared side by side
Odia - 1840
"ତୁମ୍ଭେ ଯେତବେେଳେ ନିଜ ଆଖି ରେ ପଡିଥିବା ବଡ କାଠ ଖଣ୍ଡିକ ଦେଖି ପାରୁନାହିଁ, ସେତବେେଳେ ନିଜ ଭାଇକୁ କିପରି କହି ପାରିବ: 'ଭାଇ, ଆସ ତୁମ୍ଭ ଆଖି ରେ ପଡିଥିବା େଛାଟ ଗୁଣ୍ଡଟି ବାହାର କରି ଦବେି'। ଆ ରେ କପଟୀ! ଆଗ ନିଜ ଆଖି ରେ ପଡିଥିବା କାଠ ଗୁଣ୍ଡଟି ବାହାର କରିଦିଅ, ତାହାହେଲେ ତୁମ୍ଭେ ସ୍ପଷ୍ଟ ଦେଖିପାରିବ ଓ ଭାଇର ଆଖି ରେ ପଡିଥିବା େଛାଟ ଗୁଣ୍ଡଟି ବାହାର କରି ପାରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେ ଆପଣା ଆଖିରେ ଥିବା କଡ଼ିକାଠ ନ ଦେଖି କିପରି ନିଜ ଭାଇକି କହି ପାର, ଭାଇ, ଆସ, ତୁମ୍ଭ ଆଖିରେ ଥିବା କୁଟାଟିକକ ବାହାର କରିଦିଏ? କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହାପରେ ନିଜ ଭାଇର ଆଖିରେ ଥିବା କୁଟାଟିକକ ବାହାର କରିବା ନିମନ୍ତେ ସ୍ପଷ୍ଟ ରୂପେ ଦେଖି ପାରିବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ନିଜ ଆଖିରେ ଥିବା କଡ଼ିକାଠ ନ ଦେଖି ତୁମେ କିପରି ତୁମ ଭାଇକୁ କହିବ, ‘ଭାଇ, ଆସ, ମୁଁ ତୁମ ଆଖିରୁ କୁଟାଟି କାଢ଼ି ଦେବି।’ ହେ କପଟୀମାନେ! ପ୍ରଥମେ ନିଜ ଆଖିରୁ କଡ଼ିକାଠ ବାହାର କର, ତା’ପରେ ତୁମ ଭାଇର ଆଖିରୁ କୁଟାଟି ବାହାର କରିବା ପାଇଁ ତୁମେ ପରିଷ୍କାରଭାବେ ଦେଖିପାରିବ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ ଯେତେବେଳେ ନିଜ ଆଖିରେ ପଡ଼ିଥିବା ବଡ଼ କାଠ ଖଣ୍ଡିକ ଦେଖି ପାରୁ ନାହିଁ, ସେତେବେଳେ ନିଜ ଭାଇକୁ କିପରି କହି ପାରିବ: ‘ଭାଇ, ଆସ ତୁମ୍ଭ ଆଖିରେ ପଡ଼ିଥିବା ଛୋଟ ଗୁଣ୍ଡଟି ବାହାର କରିଦେବି’। ଆରେ କପଟୀ! ଆଗ ନିଜ ଆଖିରେ ପଡ଼ିଥିବା କାଠ ଗୁଣ୍ଡଟି ବାହାର କରିଦିଅ, ତାହାହେଲେ ତୁମ୍ଭେ ସ୍ପଷ୍ଟ ଦେଖି ପାରିବ ଓ ଭାଇର ଆଖିରେ ପଡ଼ିଥିବା ଛୋଟ ଗୁଣ୍ଡଟି ବାହାର କରି ପାରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେ ଆପଣା ଆଖିରେ ଥିବା କଡ଼ିକାଠ ନ ଦେଖି କିପରି ନିଜ ଭାଇ କି କହିପାର, ଭାଇ, ଆସ, ତୁମ୍ଭ ଆଖିରେ ଥିବା କୁଟାଟିକକ ବାହାର କରିଦେବି? କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରେ ଥିବା କୁଟାଟିକକ ବାହାର କରିବା ନିମନ୍ତେ ସ୍ପଷ୍ଟ ରୂପେ ଦେଖି ପାରିବ।”
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭେ ଆପଣା ଆଖିରେ ଥିବା କାଠପଟା ନ ଦେଖି କିପରି ନିଜ ଭାଇ କି କହିପାର, ଭାଇ, ଆସ, ତୁମ୍ଭ ଆଖିରେ ଥିବା କୁଟାଟିକକ ବାହାର କରିଦେବି? କପଟୀ, ଆଗେ ଆପଣା ଆଖିରୁ କାଠପଟା ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରେ ଥିବା କୁଟାଟିକକ ବାହାର କରିବା ନିମନ୍ତେ ସ୍ପଷ୍ଟରୂପେ ଦେଖି ପାରିବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ರಾತಾನಾ ತುಜ್ಯಾ ಡೊಳ್ಯಾತ್ಲೊ ಮೊಟೊ ನಾಕ್ಡಾಚೊ ತುಕ್ಡೊ ತುಕಾ ದಿಸಿನಾ ತರ್ ಭಾವಾ ತುಜ್ಯಾ ಡೊಳ್ಯಾತ್ಲೊ ಕಚ್ರೊ ಕಾಡುಂವಾ ಯೆ ಮನುನ್ ತಿಯಾ ಕಶೆ ಮನುಕ್ ಹೊತಾ? ಕುಸ್ಡ್ಯಾ! ಅದ್ದಿ ತುಜ್ಯಾ ಡೊಳ್ಯಾತ್ ಹೊತ್ತೊ ಮೊಟೊ ತುಕ್ಡೊ ಕಾಡುನ್ ಘೆ, ಮಾನಾ ತುಜ್ಯಾ ಭಾವಾಚ್ಯಾ ಡೊಳ್ಯಾತ್ಲೊ ಕಚ್ರೊ ತುಕಾ ಬರೊ ದಿಸ್ತಾ ತನ್ನಾ ತೊ ತುಕಾ ಕಾಡುಕ್ ಹೊತಾ”.