Luke 7:22 — Compare Translations

7 translations compared side by side

Odia - 1840
"ତା'ପରେ ଯୀଶୁ ଯୋହନଙ୍କ ସହେି ଶିଷ୍ଯମାନଙ୍କୁ କହିଲେ, ଯାଅ ଓ ଏଠା ରେ ତୁମ୍ଭେ ଯାହା ସବୁ ଦେଖିଲ ଓ ଶୁଣିଲ, ତାହା ଯୋହନଙ୍କୁ ଯାଇ ଜଣାଅ। ଅନ୍ଧମାନେ ଦେଖି ପାରୁଛନ୍ତି, େଛାଟମାନେ ଚାଲି ପାରୁଛନ୍ତି, କୁଷ୍ଠ ରୋଗୀ ସୁସ୍ଥ ହାଇେ ଯାଉଛନ୍ତି, ବଧି ରେଲାକ ଶୁଣିପାରୁଛନ୍ତି, ମରିଯାଉଥିବା ଲୋକକୁ ପୁଣି ଜୀବନ ଦିଆଯାଉଛି ଏବଂ ଗରିବ ଲୋକମାନଙ୍କୁ ପରମେଶ୍ବରଙ୍କ ରାଜ୍ଯର ସୁସମାଚାର ଶୁଣଇେ ଦିଆଯାଉଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଯାଇ ଯାହା ଯାହା ଦେଖିଲ ଓ ଶୁଣିଲ, ସେହିସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଯୋହନଙ୍କଠାରୁ ଖବର ଆଣିଥିବା ଲୋକଙ୍କୁ ଉତ୍ତର ଦେଲେ, “ଫେରି ଯାଇ ତୁମ୍ଭେମାନେ ଯାହା ଦେଖିଛ ଓ ଶୁଣିଛ, ତାହା ଯୋହନଙ୍କୁ କୁହ: ଅନ୍ଧମାନେ ଦେଖିପାରୁଛନ୍ତି, ଖଞ୍ଜମାନେ ଚାଲି ପାରୁଛନ୍ତି, କୁଷ୍ଠରୋଗୀମାନେ ସୁସ୍ଥ ହେଉଛନ୍ତି, ବଧିରମାନେ ଶୁଣି ପାରୁଛନ୍ତି, ମୃତମାନେ ଜୀବନ ପାଉଛନ୍ତି ଓ ଦରିଦ୍ରମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରାଯାଉଛି।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଯୀଶୁ ଯୋହନଙ୍କ ସେହି ଶିଷ୍ୟମାନଙ୍କୁ କହିଲେ, “ଯାଅ ଓ ଏଠାରେ ତୁମ୍ଭେ ଯାହାସବୁ ଦେଖିଲ ଓ ଶୁଣିଲ, ତାହା ଯୋହନଙ୍କୁ ଯାଇ ଜଣାଅ। ଅନ୍ଧମାନେ ଦେଖି ପାରୁଛନ୍ତି, ଛୋଟାମାନେ ଗ୍ଭଲି ପାରୁଛନ୍ତି, କୁଷ୍ଠରୋଗୀ ସୁସ୍ଥ ହୋଇ ଯାଉଛନ୍ତି, ବଧିରଲୋକ ଶୁଣିପାରୁଛନ୍ତି, ମରିଯାଉଥିବା ଲୋକକୁ ପୁଣି ଜୀବନ ଦିଆଯାଉଛି ଏବଂ ଗରିବ ଲୋକମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଶୁଣେଇ ଦିଆଯାଉଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
Odia IRV 2017 (ଓଡିଆ ବାଇବେଲ)
ସେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହି ସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠୀମାନେ ସୁସ୍ଥ ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುನ್ ಜುವಾಂವಾಚ್ಯಾ ಶಿಸಾಕ್ನಿ “ಜಾಂವಾ, ಅನಿ ಹಿತ್ತೆ ಬಗಟಲ್ಲೆ, ಅನಿ ಆಯ್ಕಲ್ಲೆ, ಜುವಾಂವಾಕ್ ಸಾಂಗಾ: ಕುಡ್ಡೆ ಬಗ್ತ್ಯಾತ್, ಸೊಟ್ಟೊ ಚಲ್ತಾ, ಕುಸ್ಟ್ ರೊಗ್ ಹೊತ್ತೆ ಪವಿತ್ರ್ ಹೊತ್ಯಾತ್, ಕಿಂವ್ಡೆ ಆಯಿಕ್ತ್ಯಾತ್, ಮರಲ್ಲೆ ಝಿತ್ತೆ ಹೊತ್ಯಾತ್, ಅನಿ ಗರಿಬಾಕ್ನಿ ಬರಿ ಖಬರ್ ಸಾಂಗುನ್ ಹೊತಾ.