Luke 7:25 — Compare Translations

7 translations compared side by side

Odia - 1840
"ତା'ନ ହେଲେ, ତୁମ୍ଭେ କ'ଣ ଦେଖିବାକୁ ସଠାେକୁ ଯାଇଥିଲ? କ'ଣ ଉତ୍ତମ ବସ୍ତ୍ର ପିନ୍ଧିଥିବା ଜଣେ ଲୋକକୁ? ନା, ଯେଉଁମାନେ ଉତ୍ତମ ବସ୍ତ୍ର ପିନ୍ଧନ୍ତି ଏବଂ ଆମାଦେପ୍ରମାଦେ ରେ ଜୀବନ କଟାନ୍ତି, ସମାନେେ ତ ରାଜାଙ୍କ ପ୍ରାସାଦ ମାନଙ୍କ ରେ ଥାଆନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହା ନ ହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରି ଯାଇଥିଲ? କଅଣ ସୂକ୍ଷ୍ମବସ୍ତ୍ର ପରିହିତ ଜଣେ ବ୍ୟକ୍ତିଙ୍କି? ଦେଖ, ଯେଉଁମାନେ ସୁନ୍ଦର ବସ୍ତ୍ର ପରିଧାନ କରି ବିଷୟସୁଖରେ କାଳ କ୍ଷେପଣ କରନ୍ତି, ସେମାନେ ରାଜବାଟୀରେ ଥାଆନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
କ’ଣ ଦେଖିବାକୁ ଯାଇଥିଲ? କ’ଣ ସୌଖୀନ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିକୁ? ସେହିପରି ପୋଷାକ ପରିଧାନ କରି ବିଳାସ ବ୍ୟସନରେ ମଜ୍ଜି ରହିଥିବା ଲୋକମାନେ ରାଜପ୍ରାସାଦରେ ବାସ କରନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ତା’ନ ହେଲେ, ତୁମ୍ଭେ କ’ଣ ଦେଖିବାକୁ ସେଠାକୁ ଯାଇଥିଲ? କ’ଣ ଉତ୍ତମ ବସ୍ତ୍ର ପିନ୍ଧିଥିବା ଜଣେ ଲୋକକୁ? ନା, ଯେଉଁମାନେ ଉତ୍ତମ ବସ୍ତ୍ର ପିନ୍ଧନ୍ତି ଏବଂ ଆମୋଦ ପ୍ରମୋଦରେ ଜୀବନ କଟାନ୍ତି, ସେମାନେ ତ ରାଜାଙ୍କ ପ୍ରାସାଦ ମାନଙ୍କରେ ଥା’ନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହା ନ ହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ଦାମୀ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୁନ୍ଦର ବସ୍ତ୍ର ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି।
Odia IRV 2017 (ଓଡିଆ ବାଇବେଲ)
ତାହା ନ ହେଲେ ତୁମ୍ଭେମାନେ କ'ଣ ଦେଖିବା ପାଇଁ ବାହାରିଯାଇଥିଲ? କ'ଣ ଦାମୀ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୁନ୍ଦର ପୋଷାକ ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಾಯ್ ಬಗುಕ್ ಗೆಲ್ಲ್ಯಾಶಿ, ತುಮಿ? ಬರೆ ಕರುನ್ ನೆಸಲ್ಲ್ಯಾ ಮಾನ್ಸಾಕ್ ಬಗುಕ್ ಗೆಲ್ಲ್ಯಾಶಿ? ತಸೆ ಬರೆ ನೆಸುನ್, ಆರಾಮಾಚೆ ಜಿವನ್ ಕರ್‍ತಲಿ ಲೊಕಾ ರಾಜಾಂಚ್ಯಾ ಘರಾತ್ನಿ ಗಾವ್ತ್ಯಾತ್!