Luke 8:35 — Compare Translations

7 translations compared side by side

Odia - 1840
"ଲୋକମାନେ ଏହି ଘଟଣା ଦେଖିବା ପାଇଁ ବାହାରି ଆସିଲେ। ସମାନେେ ଯୀଶୁଙ୍କ ପାଦତଳେ ସହେି ଲୋକଟିକୁ ବସିଥିବାର ଦେଖିଲେ। ଲୋକଟି ଲୁଗା ପିନ୍ଧିଥିଲା ଓ ତା'ମନ ପୁରାପୁରୀ ବଦଳି ଯାଇଥିଲା। ତା' ଦହରେୁ ଭୂତମାନେ ବାହାରି ଯାଇଥିଲେ। ଏହା ଦେଖି ସମସ୍ତେ ଡରିଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ଲୋକେ ସେହି ଘଟଣା ଦେଖିବାକୁ ବାହାରି ଆସିଲେ; ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି, ଯେଉଁ ମନୁଷ୍ୟଠାରୁ ଭୂତଗୁଡ଼ାକ ବାହାରିଥିଲେ, ତାହାକୁ ଲୁଗା ପିନ୍ଧି ଭଲ ମନରେ ଯୀଶୁଙ୍କ ପାଦ ତଳେ ବସିଥିବା ଦେଖି ଭୀତ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କଅଣ ଘଟିଛି, ଦେଖିବା ପାଇଁ ଲୋକମାନେ ବାହାରି ଆସିଲେ ଏବଂ ସେମାନେ ଯୀଶୁଙ୍କ ନିକଟରେ ପହଞ୍ଚି ଦେଖିଲେ ଯେ ଯାହାଠାରୁ ଭୂତ ଛଡ଼ା ଯାଇଥିଲା, ସେ ଲୁଗା ପିନ୍ଧି ଶାନ୍ତ ହୋଇ ଯୀଶୁଙ୍କ ପାଦ ତଳେ ବସିଛି। ଏହା ଦେଖି ସେମାନେ ସମସ୍ତେ ଭୀତ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ଲୋକମାନେ ଏହି ଘଟଣା ଦେଖିବା ପାଇଁ ବାହାରି ଆସିଲେ। ସେମାନେ ଯୀଶୁଙ୍କ ପାଦତଳେ ସେହି ଲୋକଟିକୁ ବସିଥିବାର ଦେଖିଲେ। ଲୋକଟି ଲୁଗା ପିନ୍ଧିଥିଲା ଓ ତା’ମନ ପୁରାପୁରୀ ବଦଳି ଯାଇଥିଲା। ତା’ ଦେହରୁ ଭୂତମାନେ ବାହାରି ଯାଇଥିଲେ। ଏହା ଦେଖି ସମସ୍ତେ ଡରିଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ଲୋକେ ସେହି ଘଟଣା ଦେଖିବାକୁ ବାହାରି ଆସିଲେ; ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି, ଯେଉଁ ମନୁଷ୍ୟଠାରୁ ଭୂତଗୁଡ଼ାକ ବାହାରିଥିଲେ, ତାହାକୁ ଲୁଗା ପିନ୍ଧି ଭଲ ମନରେ ଯୀଶୁଙ୍କ ପାଦ ତଳେ ବସିଥିବା ଦେଖି ଭୟ କଲେ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ଲୋକେ ସେହି ଘଟଣା ଦେଖିବାକୁ ବାହାରି ଆସିଲେ; ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି, ଯେଉଁ ମନୁଷ୍ୟଠାରୁ ଭୂତଗୁଡ଼ାକ ବାହାରିଥିଲେ, ତାହାକୁ ଲୁଗା ପିନ୍ଧି ଭଲ ମନରେ ଯୀଶୁଙ୍କ ପାଦ ତଳେ ବସିଥିବା ଦେଖି ଭୟ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಲೊಕಾ ಕಾಯ್ ಹೊಲೆ ಕಾಯ್ ಮನುನ್ ಬಗುಕ್ ಜೆಜು ಹೊತ್ತ್ಯಾಕ್ಡೆ ಯೆಲಿ.ತೆನಿ ಜೆಜುಕ್ಡೆ ಪಾವಲ್ಲ್ಯಾ ತನ್ನಾ ತೊ ಗಿರೊ ಸುಟುನ್ ಬರೊ ಹೊಲ್ಲೊ, ಮಾನುಸ್ ಬರೆ ಕಪ್ಡೆ ನೆಸುನ್, ಬರ್‍ಯಾ ಬುದ್ದಿನ್, ಜೆಜುಚ್ಯಾ ಪಾಂಯಾತ್ನಿ ಬಸಲ್ಲೊ ತೆನಿ ಬಗಟ್ಲ್ಯಾನಿ; ಹೆ ಬಗುನ್ ತೆನಿ ಭಿಂಯಾಲೆ.