Luke 8:43 — Compare Translations
7 translations compared side by side
Odia - 1840
"ସଠାେରେ ଜଣେ ସ୍ତ୍ରୀ ଲୋକ ମଧ୍ଯ ଥିଲା। ତା'ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତାର ସମସ୍ତ ଅର୍ଥ ଔଷଧ ରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦବୋ ପାଇଁ ସମର୍ଥ ହାଇେ ନଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ, ଯେ କି କାହାରି ଦ୍ଵାରା ସୁସ୍ଥ ହୋଇ ପାରି ନ ଥିଲା,
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କ ମଧ୍ୟରେ ବାର ବର୍ଷ ଧରି ରକ୍ତସ୍ରାବ ରୋଗରେ ପୀଡ଼ିତା ଜଣେ ସ୍ତ୍ରୀ ଲୋକ ଥିଲା। ସେ ଚିକିତ୍ସକମାନଙ୍କର ପାଉଣା ଦେଇ ଦେଇ ତା’ର ସର୍ବସ୍ୱ ବ୍ୟୟ କରିଥିଲା, କିନ୍ତୁ ତାକୁ କେହି ସୁସ୍ଥ କରି ପାରି ନ ଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେଠାରେ ଜଣେ ସ୍ତ୍ରୀ ଲୋକ ମଧ୍ୟ ଥିଲା। ତା’ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତା’ର ସମସ୍ତ ଅର୍ଥ ଔଷଧରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦେବା ପାଇଁ ସମର୍ଥ ହୋଇ ନ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗରେ ଜଣେ ସ୍ତ୍ରୀଲୋକ, ଯେ ସମସ୍ତ ପୁଞ୍ଜି ସୁସ୍ଥ ହେବା ପାଇଁ ବୈଦ୍ୟମାନଙ୍କଠାରେ ଖର୍ଚ୍ଚ କରିଥିଲା କିନ୍ତୁ ସୁସ୍ଥ ହୋଇପାରି ନ ଥିଲା,
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗରେ ଜଣେ ସ୍ତ୍ରୀଲୋକ, ଯେ କି କାହାରି ଦ୍ୱାରା ସୁସ୍ଥ ହୋଇ ପାରି ନ ଥିଲା,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಲೊಕಾತ್ನಿ ಬಾರಾ ವರ್ಸಾಕ್ನಾ ರಗಾತ್ ಜಾತಲ್ಯಾ ರೊಗಾನ್ ತರಾಸ್ ಕರುನ್ ಘೆವ್ನಗೆತ್ ಹೊತ್ತಿ ಎಕ್ ಬಾಯ್ಕೊಮನುಸ್ ಹೊತ್ತಿ; ತೆನಿ ಅಪ್ನಾಕ್ಡೆ ಹೊತ್ತೆ ಸಗ್ಳೆ ಪೈಸೆ ಸಾರುನ್, ಆರಾಮ್ ಕರ್ತಲ್ಯಾಕ್ನಿ ಜಾವ್ನ್ ಬಗಟ್ಲಿನ್, ಖರೆ ಕೊನಾಚ್ಯಾನ್ಬಿ ತಿಕಾ ಗುನ್ ಕರುಕ್ ಹೊವ್ಕ್ ನಾ.