Luke 8:47 — Compare Translations
7 translations compared side by side
Odia - 1840
"ସ୍ତ୍ରୀ ଲୋକଟି ଦେଖିଲା ଯେ ସେ ଲୁଚି ରହି ପାରିବ ନାହିଁ, ତେଣୁ ସେ ଥରି ଥରି ଆଗକୁ ଆସିଲା। ସେ ଯୀଶୁଙ୍କ ଆଗ ରେ ମୁଣ୍ଡ ନୁଆଇଲା। ସେ ଯୀଶୁଙ୍କୁ କାହିଁକି ଛୁଇଁ ଦଲୋ, ସଇେ କଥା ସବୁ ଲୋକମାନଙ୍କ ଆଗ ରେ କହିଲା। ସେ କହିଲା ଯେ, ଯେତବେେଳେ ସେ ଯୀଶୁଙ୍କୁ ଛୁଇଁ ଦଲୋ, ତତ୍କ୍ଷଣାତ୍ ସେ ସୁସ୍ଥ ହାଇଗେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେତେବେଳେ ସ୍ତ୍ରୀଲୋକଟି ଦେଖିଲା ଯେ, ସେ ଲୁଚି ରହି ପାରିଲା ନାହିଁ, ସେତେବେଳେ ସେ ଥରି ଥରି ଆସି ତାହାଙ୍କ ଚରଣ ତଳେ ପଡ଼ି, କିହେତୁରୁ ତାହାଙ୍କୁ ଛୁଇଁଲା, ପୁଣି କିପରି ତତ୍କ୍ଷଣାତ୍ ସୁସ୍ଥ ହେଲା, ତାହା ସମସ୍ତ ଲୋକଙ୍କ ସାକ୍ଷାତରେ ପ୍ରକାଶ କଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସ୍ତ୍ରୀ ଲୋକଟି ଧରାପଡ଼ିଛି ବୋଲି ବୁଝିପାରି ଥରି ଥରି ଆସି ଯୀଶୁଙ୍କ ପାଦ ତଳେ ପଡ଼ିଗଲା। ସେ କାହିଁକି ତାଙ୍କୁ ଛୁଇଁଲା ଓ ସଙ୍ଗେ ସଙ୍ଗେ କିପରି ସୁସ୍ଥ ହେଲା, ସମସ୍ତଙ୍କ ସମ୍ମୁଖରେ ସବୁ କଥା କହିଲା।
Odia Bible ERV 2004 (ପବିତ୍ର ବାଇବଲ)
ସ୍ତ୍ରୀ ଲୋକଟି ଦେଖିଲା ଯେ ସେ ଲୁଚି ରହି ପାରିବ ନାହିଁ, ତେଣୁ ସେ ଥରି ଥରି ଆଗକୁ ଆସିଲା। ସେ ଯୀଶୁଙ୍କ ଆଗରେ ମୁଣ୍ଡ ନୁଆଇଲା। ସେ ଯୀଶୁଙ୍କୁ କାହିଁକି ଛୁଇଁଦେଲା, ସେଇ କଥା ସବୁ ଲୋକମାନଙ୍କ ଆଗରେ କହିଲା। ସେ କହିଲା ଯେ, ଯେତେବେଳେ ସେ ଯୀଶୁଙ୍କୁ ଛୁଇଁଦେଲା, ତତ୍କ୍ଷଣାତ୍ ସେ ସୁସ୍ଥ ହୋଇଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେତେବେଳେ ସ୍ତ୍ରୀଲୋକଟି ଦେଖିଲା ଯେ, ସେ ଲୁଚି ରହି ପାରିଲା ନାହିଁ, ସେତେବେଳେ ସେ ଥରି ଥରି ଆସି ତାହାଙ୍କ ପାଦ ତଳେ ପଡ଼ି, କାହିଁକି ତାହାଙ୍କୁ ଛୁଇଁଲା ପୁଣି, କିପରି ସେହିକ୍ଷଣି ସୁସ୍ଥ ହେଲା, ତାହା ସମସ୍ତ ଲୋକଙ୍କ ସାକ୍ଷାତରେ ପ୍ରକାଶ କଲା।
Odia IRV 2017 (ଓଡିଆ ବାଇବେଲ)
ଯେତେବେଳେ ସ୍ତ୍ରୀଲୋକଟି ଦେଖିଲା ଯେ, ସେ ଲୁଚି ରହି ପାରିଲା ନାହିଁ, ସେତେବେଳେ ସେ ଥରି ଥରି ଆସି ତାହାଙ୍କ ପାଦ ତଳେ ପଡ଼ି, କାହିଁକି ତାହାଙ୍କୁ ଛୁଇଁଲା ପୁଣି, କିପରି ସେହିକ୍ଷଣି ସୁସ୍ଥ ହେଲା, ତାହା ସମସ୍ତ ଲୋକଙ୍କ ସାକ୍ଷାତରେ ପ୍ରକାଶ କଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತಿ ಬಾಯ್ಕೊಮನುಸ್ ಅತ್ತಾ ಅನಿ ಮಾಕಾ ನಿಪುನ್ ರಾವ್ಕ್ ಹೊಯ್ನಾ ಮನುನ್, ಕಾಪುನ್ಗೆತ್ ಜೆಜುಕ್ಡೆ ಯೆಲಿ, ಅನಿ ತೆಚ್ಯಾ ಪಾಂಯಾತ್ ಪಡ್ಲಿ.ಥೈ ಸಗ್ಳ್ಯಾಂಚ್ಯಾ ಇದ್ರಾಕ್ ತೆನಿ, ಅಪ್ನಿ ಜೆಜುಕ್ ಕಶ್ಯಾಕ್ ಹಾತ್ ಲಾವ್ಲಿನ್, ಅನಿ ಅಪ್ನಿ ಕಶಿ ತಾಬೊಡ್ತೊಬ್ ಆರಾಮ್ ಹೊಲೊ ಮನುನ್ ಸಾಂಗ್ಲಿನ್.